ସରକାରୀ ଚାକିରିଆଙ୍କ ପାଇଁ ଆସିଲା ବଡ ଖବର । ସରକାର ଅବସର ବୟସସୀମାରେ ଏକ ବଡ ପରିବର୍ତ୍ତନ ଆଣିଛନ୍ତି । ଏଣିକି ସରକାରୀ ଚାକିରିଆଙ୍କ ଅବସର ବୟସକୁ ୫୦ ବର୍ଷକୁ କମାଇ ଦେଲେ ସରକାର । ଅର୍ଥାତ ୫୦ ବର୍ଷ ହେବା ପାରେ ଆପଣ ଆଉ ଚାକିରି କରି ପାରିବେନି । ଏହି ବୟସସୀମା ପୂର୍ବରୁ ୬୦ କିମ୍ବା ୬୨ ବର୍ଷ ରହିଥିଲା । ଏବେ କିନ୍ତୁ ଏହି ଅବସର ନିୟମରେ ସରକାର ବଡ ପରିବର୍ତ୍ତନ ଆଣିଛନ୍ତି । ସରକାରୀ ଚାକିରିରେ ଥିଲେ ବ୍ୟକ୍ତିଙ୍କ ଅବସର ବୟସକୁ ୫୦ ବର୍ଷ କରି ଦିଆଯାଇଛି ।

ତେବେ ଆପଣଙ୍କୁ ଜଣାଇ ଦେଉଛୁ ଯେ ଉତ୍ତରପ୍ରଦେଶ ସରକାର ଏହି ନିୟମ ଲାଗୁ କରିଛନ୍ତି । ଆଉ ଏହି ନିୟମ ଲାଗୁ ହେବା ପରେ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିୟମକୁ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି । ସରକାରଙ୍କ ଏହି ନିୟମରେ ଚାକିରିଆ ମାନେ ଖୁସି ନାହାନ୍ତି । ଅବସର ବୟସସୀମା ୫୦ ବର୍ଷ କରିବା ପରେ ସାରା ରାଜ୍ୟରେ ଜନ ଅସନ୍ତୋଷ କୁହୁଳିବାରେ ଲାଗିଛି ।
ଯୋଗୀ ସରକାର ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୫୦ ବର୍ଷରୁ ଅଧିକ ବଯସର କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଜୁଲାଇ ୩୧ ସୁଦ୍ଧା ଦୁର୍ନୀତିଗ୍ରସ୍ତ, ଗୁରୁତର ଅସୁସ୍ଥ ଥିବା ବା କାର୍ଯ୍ୟ ନକରିବା ସ୍ଥିତିରେ ଥିବା କର୍ମଚାରୀ ଏବଂ କୌଣସି ଯାଞ୍ଚରେ ଫସିଥିବା କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଅବସର ପ୍ରାପ୍ତ କର୍ମଚାରୀଙ୍କ ବିଷୟରେ ଏକ ରିପୋର୍ଟ ଦାଖଲ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗକୁ ମୁଖ୍ୟମନ୍ତ୍ରୀ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି ।

ଯାହାପରେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୫୦ ବର୍ଷ ଛୁଇଁଥିବା ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ ନାହିଁ । ଯେଉଁମାନେ ଭଲ କାର୍ଯ୍ୟ କରୁନାହାନ୍ତି କିମ୍ବା ଯାହାଙ୍କ ନାଁରେ କୌଣସି ଦୁର୍ନୀତି ଥିବ କେବଳ ସେମାନଙ୍କୁ କାର୍ଯ୍ୟରୁ କଢାଯିବା ବୋଲି ସୂଚନା ମିଳିଛି ।
ଯାହା ଅନେକ କର୍ମଚାରୀଙ୍କୁ ଆଶ୍ଵାସନା ଦେଇଛି । କିନ୍ତୁ ଅନ୍ୟପଟେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଚିନ୍ତା ବଢାଇ ଦେଇଛି ସରକାରଙ୍କ ଏଭଳି ନିୟମ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।