ବାରବାଟୀକୁ ଆଗକୁ ଅଧିକ ସଂଖ୍ୟକ ମ୍ଯାଚ ମିଳିବାକୁ ନେଇ ବଡ ବୟାନ ଦେଲେ BCCI ସଭାପତି Sourav Ganguly, ଦେଖନ୍ତୁ କଣ କହିଲେ ସେ ?

ଆମ ଓଡିଶାର ଗର୍ବ ଓ ଗୌରବ ବାରବାଟୀ ଷ୍ଟାଡିୟମ ଆମ ରାଜ୍ୟକୁ ଏକ ସ୍ଵତନ୍ତ୍ର ପରିଚୟ ଦେଇଛି । ଏହି ବାରବାଟୀ ଷ୍ଟାଡିୟମରେ ଗତକାଲି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୫ ଟିକିଆ ମ୍ଯାଚ ସିରିଜର ୨ୟ ମ୍ଯାଚ ଖେଳା ଯାଇଥିଲା । ଯାହା ଦେଖିବା ପାଇଁ ରାଜ୍ୟ ତଥା ଦେଶର ବିଭିନ୍ନ କୋଣ ଅନୁକୋଣରୁ କ୍ରିକେଟ ପ୍ରେମୀମାନେ ଆସିଥିଲେ । ନିଜ ପ୍ରିୟ ଖେଳାଳିଙ୍କୁ ଖାଲି ଆଖିରେ ମଇଦାନରେ ଦେଖିବା ପାଇଁ ସମସ୍ତେ ଚାହିଁଥାନ୍ତି । ଯାହାକି ଦୀର୍ଘ ଚାରି ବର୍ଷ ପରେ ପୁଣି ସଫଳୀକୃତ ହୋଇପାରିଛି ।

ପୂର୍ବରୁ ବାରବାଟୀ ମଥାରେ କିନ୍ତୁ ବୋତଲ ମାଡର କଳଙ୍କ ଲାଗିଛି । ୨୦୧୮ରେ ଭାରତ ଦକ୍ଷିଣ ଆଫ୍ରିକା ସହ ଏକ ଗୁରୁତ୍ୱପୂର୍ଣ୍ଣ ମ୍ଯାଚ ହାରିବା ପରେ ଦର୍ଶକମାନେ ବୋତଲ ମାଡ କରିବା ଆରମ୍ଭ କରି ଦେଇଥିଲେ । ଯାହାଫଳରେ ମ୍ଯାଚ ବାଧାପୂର୍ଣ୍ଣ ହେବା ସହ ବାରବାଟୀରେ ସୁରକ୍ଷିତ କ୍ରିକେଟ ମ୍ଯାଚ ଓ ଖେଳାଳିଙ୍କ ସୁରକ୍ଷା ପ୍ରତି ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଏଥିପାଇଁ ଓସିଏ କୁ ମଧ୍ୟ ଉତ୍ତର ଦେବାକୁ ପଡିଥିଲା । ସେ ଯାହାବି ହେଉ ଏତେ ଦିନ ପରେ ବାରବାଟୀରେ ପୁଣି ଥରେ ଆନ୍ତର୍ଜାତୀୟ ଦଳର ମ୍ଯାଚ ଆୟୋଜନ ହୋଇପାରିଛି ।

ଯାହାକୁ ନେଇ ଏଥର ଓସିଏ କଡା ସୁରକ୍ଷା ବ୍ୟବସ୍ଥା କରିଥିଲା ଓ ମ୍ଯାଚ ମଧ୍ୟ ସହ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇସାରିଛି । ତେବେ ବାରବାଟୀ ପିଚ୍ କୁ ପରଖିବା ଖେଳାଳି ମାନଙ୍କ ପାଇଁ କଷ୍ଟକର ହୋଇପଡେ । ଗତକାଲି ସାଉଥ ଆଫ୍ରିକା ଟସ୍ ଜିତିବା ପରେ ପ୍ରଥମେ ଫିଲଡିଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ମାତ୍ର ୧୪୯ ରନ୍ ର ଟାର୍ଗେଟ ଦେଇଥିଲା । ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଭାରତୀୟ ଦଳର ବୋଲିଂ ଆଗରେ ଭାରି ପଡିଥିଲା । ଯାହାଫଳରେ ମ୍ଯାଚ ହାରିଥିଲା ଭାରତ । ତେବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ଗତକାଲିର ମ୍ଯାଚ ଦେଖିବାକୁ ଆସିଥିଲେ । ବାରବାଟୀରେ ତାଙ୍କର ଅନେକ ସ୍ମୃତି ରହିଛି ଏବଂ ଅନେକ ଥର ଏହି ଫିଲ୍ଡରେ ସେ ଶତକ କରିଛନ୍ତି ବୋଲି କହିଥିଲେ ।

ବାରବାଟୀରେ ଦର୍ଶକ ମାନେ ବହୁଳ ମାତ୍ରାରେ ମ୍ଯାଚ ଦେଖିବାକୁ ଆସୁଛନ୍ତି ତଥା ଷ୍ଟାଡିୟମ ପୁରା ଫୁଲ୍ ରହୁଛି । ତେଣୁ ଆଗକୁ ମଧ୍ୟ ବାରବାଟୀକୁ ରୋଟେସନ ସିଷ୍ଟମରେ ନିଶ୍ଚିତ ଭାବେ ଅଧିକ ମ୍ଯାଚ ମିଳିବ ବୋଲି ମଧ୍ୟ କହିଛନ୍ତି ଗାଙ୍ଗୁଲି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।