ପାକିସ୍ତାନ ଉପରେ ମିଶାଇଲ ମାଡ କଲା ଭାରତ, ଏହାକୁ ନେଇ ଭାରତ ଦେଲା ଆଶ୍ଚର୍ଯ୍ୟ କରିଦେବା ଭଳି ବୟାନ

ୟୁକ୍ରେନ ଓ ଋଷିଆ ଯୁଦ୍ଧ ଏବେ ସାରା ବିଶ୍ଵର ମୁଣ୍ଡବିନ୍ଧାର କାରଣ ପାଲଟିଲାଣି । ଦୀର୍ଘ ଦୁଇ ସପ୍ତାହ ଧରି ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାଁ ନେଉନି । ସେପଟେ ପୁଟିନ ମଧ୍ୟ କହକଥା ଶୁଣୁ ନାହାନ୍ତି କି ଯୁଦ୍ଧ ବନ୍ଦ କରୁ ନାହାନ୍ତି । ୟୁକ୍ରେନ ମଧ୍ୟ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ । ଋଷ ଆଇନୟା ୟୁକ୍ରେନ ଉପରେ ଭାରି ପଡୁଥିଲେ ମଧ୍ୟ ଦୁଇପଟୁ ଏବେ ଏବେବି ଆକ୍ରମଣ ଓ ପ୍ରତି ଆକ୍ରମଣ ଜାରି ରହିଛି । ଏପରି ସମୟରେ ପାକିସ୍ତାନ ଉପରକୁ ମିଶାଇଲ ମାଡ କରିଛି ଭାରତ ।

ତେବେ ଏନେଇ ଭାରତ ସ୍ପଷ୍ଟୀକରଣ ମଧ୍ୟ ଦେଇଛି , ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ହୋଇଥିବା ନେଇ ଭାରତ ସ୍ପଷ୍ଟ କରିଛି । ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ହୋଇଥିବାରୁ ଦୁଃଖ ପ୍ରକାଶ କରିଛି ଭାରତ । ଗୁରୁବାର ଦିନ ଭାରତ ଆଡୁ ଏକ ମିଶାଇଲ ପାକିସ୍ତାନରେ ଯାଇ ପଡିବା ନେଇ ପାକିସ୍ତାନ ଅଭିଯୋଗ କରିଥିଲା । ଏହାପରେ ଭାରତ ତରଫରୁ ସ୍ପଷ୍ଟିକରଣ ଦିଆଯାଇଛି । କୁହାଯାଉଛି ଦୁର୍ଘଟଣା ବଶତଃ ମିଶାଇଲ ଫାୟାର ହୋଇ ଯାଇଥିଲା ।

ମାର୍ଚ୍ଚ ୯ ତାରିଖରେ ମିଶାଇଲ ରକ୍ଷଣାବେକ୍ଷଣା ସମୟରେ ବୈଷୟିକ ତ୍ରୁଟି ଯୋଗୁଁ ମିଶାଇଲ ଫାୟାର ହୋଇ ଯାଇଥିଲା । ଆଉ ଏହି ଘଟଣାର ଉଚ୍ଚ ସତରୀୟ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରି କହିଛି କି ଆଶ୍ଵସ୍ତିର ବିଷୟ ଏଥିରେ କେହି ମଧ୍ୟ ମୃତାହତ ହୋଇ ନାହାନ୍ତି ।

ତେବେ ଭାରତ ତରଫରୁ ଏହି ତ୍ରୁଟିର ବିଶେଷ ଯାଞ୍ଚ କରାଯିବ ବୋଲି ନିର୍ଦ୍ଦେଶ ଦିଆ ଯାଇଛି । ଭାରତ ଜାଣିଶୁଣି ପାକିସ୍ତାନ ଉପରେ ମିଶାଇଲ ମାଡ କରି ନାହିଁ ବୋଲି ସ୍ପଷ୍ଟ ହୋଇଛି । ତେବେ ଏହାକୁ ନେଇ ପାକିସ୍ତାନ ଆଗକୁ କଣ ପ୍ରତିକ୍ରିୟା ରଖୁଛି ତାହା ଦେଖିବାକୁ ବାକି ରହିଲା । ଦୁନିଆକୁ ଯୁଦ୍ଧ ଭୟ ଘାରିଥିବା ବେଳେ ପ୍ରାୟ ସବୁ ଦେଶ ନିଜ ସାମରିକ ଶକ୍ତିକୁ ପ୍ରସ୍ତୁତ ରଖିବାରେ ଲାଗି ପଡିଛନ୍ତି ଓ ଶତ୍ରୁ ଦେଶ ପ୍ରତି ସଜାଗ ମଧ୍ୟ ରହୁଛନ୍ତି ।

ଏପରି ସମୟରେ ଭାରତର ପାକିସ୍ତାନ ଉପରେ ମିଶାଇଲ ମାଡକୁ ଏକ ବଡ ମୁଦ୍ଦା ବନେଇ ପାରେ ପାକିସ୍ତାନ । ତେଣୁ ଏହି ମାମଲା ଯେତେ ଶୀଘ୍ର ତଦନ୍ତ ହେବ ଓ ଦୁଇ ଦେଶ ମଧ୍ୟରେ ଏନେଇ ଆଲୋଚନା ହେବ ଉଭୟ ଦେଶ ପାଇଁ ତାହା ଭଲ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।