ସାରା ବିଶ୍ଵକୁ ଘାରିଛି ପରମାଣୁ ଯୁଦ୍ଧର ଭୟ ! ଏହି ସବୁ ଦେଶ ପାଖରେ ରହିଛି ସବୁଠୁ ଅଧିକ ପରମାଣୁ ବୋମା, ଯାହା ଏକ ଚୁଟକିରେ ଧ୍ଵଂସ କରିଦେବ ପୁରା ପୃଥିବୀ

ରୁଷ-ୟୁକ୍ରେନ ବିରୋଧରେ ଯୁଦ୍ଧ ଆରମ୍ଭ କରିବା ପରେ ନାଟୋ ଦେଶ ଏଥିରୁ ଓହରି ଯିବାକୁ ରୁଷକୁ ବାରମ୍ବାର ଚେତାବନୀ ଦେଇଥିଲେ । କିନ୍ତୁ ରାଷ୍ଟ୍ରପତି ପୁଟିନ ଏହାକୁ ଖାତିର ନକରି ଓଲଟା କହିଥିଲେ, ଏହି ମାମଲାରେ ଯିଏ ମୁଣ୍ଡ ପୁରାଇବ ତା’ପାଇଁ ପରିଣାମ ଭୟଙ୍କର ହେବ । ଏହାପରେ ଋଷିଆ ଉପରେ ପରମାଣୁ ବୋମା ଆକ୍ରମଣ ହେବ ବୋଲି ଫ୍ରାନ୍ସ କହିଥିଲା । ଯାହାକୁ ନେଇ ବିଶ୍ବରେ ପରମାଣୁ ଯୁଦ୍ଧ ହେବାର ଆଶଙ୍କା ଉପୁଜିଛି । ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ଦେଶ ପରମାଣୁ ବୋମାର ପାହାଡ ଉପରେ ବସିଛନ୍ତି ଓ ଏହାର ବ୍ୟବହାର କେମିତି ହୁଏ ।

ପରମାଣୁ ନାଁ ଶୁଣିଲେ ହିଁ ମନରେ ଡର ଆସେ । ମାତ୍ର କେଇ ସେକେଣ୍ଡରେ ଧ୍ଵଂସର ତାଣ୍ଡବ ଲୀଳା ରଚିଥାଏ । ୭୫ ବର୍ଷ ପୂର୍ବେ ଆମେରିକା ଜାପାନ ଉପରେ ଯେଉଁ ପରମାଣୁ ବୋମା ପକାଇଥିଲା ତା’ର ଭୟାବହତା ଏବେବି ଲୋକଙ୍କ ମନରୁ ଯାଇନି । ଏହି ବୋମାରେ ପ୍ରାୟ ଡ଼ିଡ଼ିଏଚ ଲକ୍ଷରୁ ଉର୍ଦ୍ଧ୍ଵ ଲୋକ ପ୍ରାଣ ହରାଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ବିକଳାଙ୍ଗ ହୋଇ ଯାଇଥିଲେ । ଆଜିଦିନରେ ମାତ୍ର ୯ଟି ଦେଶ ପାଖରେ ଏହି ଭୟଙ୍କର ପରମାଣୁ ବୋମା ରହିଛି ।

ମୋଟ ୧୩ ହଜାର ୪ ଶହ ବୋମା ରହିଥିବା ନେଇ ସୂଚନା ମିଳିଛି । ସେଥିମଧ୍ୟରୁ ପାଖାପାଖି ୪ ହଜାର ବୋମାର ପରୀକ୍ଷା ହୋଇଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ୧୯୪୫ରୁ ୨୦୨୨ ମଧ୍ୟରେ ପ୍ରାୟ ୧ ଲକ୍ଷ ୨୫ ହଜାର ବୋମା ପ୍ରସ୍ତୁତ କରାଯାଇଛି । କିନ୍ତୁ ସେଥିରୁ ଅନେକ ବୋମା ନିଷ୍କ୍ରିୟ ହୋଇସାରିଛି । ହେଲେ ଯେତିକି ବି ପରମାଣୁ ବୋମା ରହିଛି ତାହା ଆଖି ପିଛୁଳାକେ ବିଶ୍ଵକୁ ଧ୍ଵଂସ କରିଦେବ । ଆମେରିକା ପ୍ରଥମ ଦେଶ ଭାବେ ଏହି ବୋମାର ଆବିଷ୍କାର କରିଥିଲା ।

ଆଉ ତାହାର ଠିକ ୪ ବର୍ଷ ପରେ ଋଷିଆ ପରମାଣୁ ବୋମା ହାତେଇଥିଲା । ୭୫ ବର୍ଷ ଭିତରେ ଆମେରିକା ପାଖାପାଖି ୬୭ ହଜାର ପରମାଣୁ ବୋମା ତିଆରି କରିଛି । ଜାପାନ ଉପରେ ଆମେରିକା ଯେଉଁ ପରମାଣୁ ବୋମା ପକାଇଥିଲା ତାହା ୟୂରାନିୟମ ଭିତ୍ତିକ ଥିଲା ଓ ତାହାର ନାମ ରଖା ଯାଇଥିଲା ଲିଟିଲ ବୟ ଓ ଫ୍ୟାଟମ୍ୟାନ । ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସମୟରେ ଆମେରିକା, ଋଷିଆ, ଭାରତ, ଫ୍ରାନ୍ସ, ଉତ୍ତର କୋରିଆ, ପାକିସ୍ତାନ, ଇଂଲଣ୍ଡ, ଚୀନ ଓ ଇସ୍ରାଏଲ ପାଖରେ ପରମାଣୁ ବୋମା ମହଜୁଦ ରହିଛି ।

ଋଷିଆ ପାଖାପାଖି ୧୭ ଶହ ପରମାଣୁ ବୋମା ନିଜ ପାଖରେ ରଖିଛି । ୧୯୭୪ ମସିହାରେ ଭାରତ ପ୍ରଥମ ପରମାଣୁ ପରୀକ୍ଷଣରେ ବିଫଳ ହୋଇଥିବା ବେଳେ ୧୯୯୮ ମସିହାରେ ଏଥିରେ ସଫଳ ହୋଇଥିଲା । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁଠି ପରମାଣୁ ପରୀକ୍ଷଣ କରାଯାଇଛି ସେଇଠି କ୍ୟାନ୍ସର ରୋଗ ବଢିଥିବାର ଦେଖାଯାଇଛି । ଗୋଟିଏ ଥର ପରୀକ୍ଷାରେ ସେହି ସ୍ଥାନରେ ପ୍ରାୟ ୧୧ ହଜାର ଲୋକ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି ।

ଥରେ ଚିନ୍ତା କରନ୍ତୁ ଯଦି ଆଜି ଗୋଟିଏ ଦେଶ ଅନ୍ୟ ଦେଶ ଉପରେ ଏହି ବୋମା ପକାଏ ତେବେ ସ୍ଥିତି କଣ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।