“Soumya ଜଣେ ସନ୍ଦେହୀ ସ୍ଵଭାବର ପିଲା, ସେ ଖାଲି ଚାହୁଁଥିଲେ…” ମୁହଁ ଖୋଲିଲେ ପ୍ରେମିକା Sonali ଙ୍କ ମା’, ଶୁଣନ୍ତୁ ସେ କହୁଛନ୍ତି ?

ଭୁବନେଶ୍ବରର ଯୁବ ବ୍ୟବସାୟୀ ସୌମ୍ଯରଞ୍ଜନ ପାଣିଗ୍ରାହୀଙ୍କ ଆ-ତ୍ମ-ହ-ତ୍ୟା ଖବର ପ୍ରକାଶ ପରଠାରୁ ଚର୍ଚ୍ଚାର ବିଷୟ ହୋଇଆସିଛି । କାରଣ ସୌମ୍ଯ ମୃତ୍ୟୁ ପୂର୍ବରୁ ଏକ ସୁ-ଇ-ସା-ଇ-ଡ ନୋଟ ଛାଡି ଯାଇଥିଲେ ଯେଉଁଥିରେ ସେ ପ୍ରେମିକା ସୋନାଲିଙ୍କୁ ହିଁ ତାଙ୍କ ମୃତ୍ୟୁ ପାଇଁ ଦାୟୀ କରିଥିଲେ । ଅନେକ ଭଲପାଇବା ପରେ ବି ସୋନାଲି ଅନ୍ୟ ଜଣେ ପିଲାଙ୍କ ପାଇଁ ଟାଣୁଆ ଧୋକା ଦେବା ସେ ସହି ନପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ବୋଲି ତାଙ୍କ ନୋଟରେ ଲେଖିଥିଲେ ।

ଏପରିକି ନୋଟରେ ନିଜ ଫୋନ ପାସୱାର୍ଡ ଆଦି ଲେଖିବା ସହ ସୋନାଲି ନନ୍ଦଙ୍କ ଏହାର ତଦନ୍ତ କରିବା ପାଇଁ ସେ ପୋଲିସକୁ ଅନୁରୋଧ କରିଥିଲେ । ସୌମ୍ଯଙ୍କ ମୃତ୍ୟୁ ପରଠାରୁ ତାଙ୍କ ଭଉଣୀ ଏବଂ ଭିଣୋଇ ସୋନାଲିଙ୍କୁ ଦଣ୍ଡ ମିଳୁ ବୋଲି ଦାବି କରି ଆସୁଛନ୍ତି । ଏସବୁ ମଧ୍ୟରେ ସୋନାଲିଙ୍କ ମାଆଙ୍କର ପ୍ରତିକ୍ରିୟା ମିଳିଛି । ତାଙ୍କ କହିବା ଅନୁସାରେ ଗତ ଏକ ବର୍ଷ ଧରି ସେ ସୋନାଲି ଏବଂ ସୌମ୍ଯଙ୍କ ମଧ୍ୟରେ ସମ୍ପର୍କ ଥିବା ଜାଣିଛନ୍ତି ବୋଲି କହିଛନ୍ତି ।

ଇନଷ୍ଟାଗ୍ରାମରୁ ସେମାନେ ବନ୍ଧୁ ହୋଇଥିଲେ ଓ ପରେ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ବଢିବାରୁ ସୋନାଲିଙ୍କ ମାଆ ଜାଣି ପାରି ଜିଆକୁ ଏହି ବିଷୟରେ ପଚାରିଥିଲେ । ସୋନାଲି ମଧ୍ୟ ତାଙ୍କ ମାଆକୁ ସୌମ୍ଯଙ୍କ ବିଷୟରେ କହିଥିଲେ । ଏହାପରେ ସୌମ୍ୟଙ୍କ ସହ ବି ସେ କଥା ହୋଇଥିଲେ ଓ ପରେ ତାଙ୍କ ପରିବାର ସହ ମଧ୍ୟ ସମ୍ପର୍କରେ ଆସିଥିଲେ ।

ତେବେ ସୌମ୍ଯଙ୍କ ବାପା ଏବଂ ମାଆଙ୍କ ସହ ସୋନାଲି ସମ୍ପର୍କ ବହୁତ ନିବିଡ ଥିଲା । ସେମାନେ ସୋନାଲିଙ୍କୁ ବହୁତ ଭଲ ପାଉଥିଲେ ବୋଲି ସୋନାଲିଙ୍କ ମାଆ କହିଛନ୍ତି । ତେବେ ସୌମ୍ଯ ଟିକେ ସନ୍ଦେହୀ ସ୍ଵଭାବର ପିଲା ଥିଲେ ବୋଲି କହିଛନ୍ତି ସୋନାଲିଙ୍କ ମାଆ । ସେ ଚାହୁଁଥିଲେ କି ସୋନାଲି ସବୁବେଳେ ତାଙ୍କ ଆଖି ଆଗରେ ରହୁ କିମ୍ବା ଫୋନରେ କନେକ୍ଟ ରହୁ ।

କିନ୍ତୁ ସୋନାଲି ଗୀତ ଗାଇବା ଆଦି କାର୍ଯ୍ୟକ୍ରମରେ ଯାଉଥିବାରୁ ସବୁବେଳେ ଫୋନରେ ରହିବା ତାଙ୍କ ପାଇଁ ସମ୍ଭବ ହେଉ ନଥିଲା । ଏହାକୁ ସହି ପାରୁ ନଥିଲେ ସୌମ୍ଯ । ସୋନାଲିଙ୍କ ସହ ଏହିସବୁ କଥାକୁ ନେଇ ଝଗଡା କରୁଥିଲେ । ସୋନାଲି ମଧ୍ୟ ଅନେକ ସମୟରେ ବିରକ୍ତ ହୋଇ ଯାଉଥିଲେ ଓ ସୌମ୍ଯଙ୍କ କଥା ଏବଂ ସେ ଆଉ ତାଙ୍କ ସହ ରହିବାକୁ ଚାହୁଁ ନାହାନ୍ତି ବୋଲି ସୋମ୍ୟଙ୍କ ମାଆଙ୍କୁ ମଧ୍ୟ କହୁଥିଲେ ।

କିନ୍ତୁ ସୌମ୍ଯଙ୍କ ମାଆ ତାଙ୍କୁ ବୁଝାଇ ଦେଉଥିଲେ ଏବଂ ସେମାନଙ୍କ ଭଲପାଇବା ଦେଖି ସୋନାଲି ଅନେକ ସମୟରେ ସୌମ୍ୟଙ୍କୁ କ୍ଷମା କରି ଦେଉଥିଲେ । ସୋନାଲିଙ୍କ ମାଆ ଆହୁରି କହିଛନ୍ତି କି ସୌମ୍ୟଙ୍କ ମାଆ ସୋନାଲିକୁ ଯେତିକି ଭଲପାଇବା ଦେଇଛନ୍ତି ମୁଁ ସେତିକି ଭଲପାଇବା ଦେଇପାରିନି ।

କିନ୍ତୁ ସୌମ୍ଯଙ୍କ ସ୍ଵଭାବ ବୁଝିବା କଷ୍ଟ ଏବଂ ୫ ମିନିଟକୁ ୫ ମିନିଟ ବଦଳି ଯାଆନ୍ତି ବୋଲି କହିଛନ୍ତି ସୋନାଲିଙ୍କ ମାଆ । ସୋନାଲି ମାଆଙ୍କ ଏହିପରି ପ୍ରତିକ୍ରିୟା ସମ୍ବନ୍ଧରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।