୬ ତାରିଖରେ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ, ମହିଳାମାନେ ଭୁଲରେ ବି କରିବେ ନାହିଁ ଏହି ୫ ଟି କାମ, ପଡିଥାଏ ଖରାପ ପ୍ରଭାବ

ବର୍ଷ ୨୦୧୯ ଆରମ୍ଭ ହେବା ମାତ୍ରେ ହିଁ ଲୋକମାନେ ଗ୍ରହଣ ଉପରେ ଚର୍ଚା କରୁଛନ୍ତି । କାରଣ କାଲି ମାନେ ୬ ଜାନୁୟାରୀରେ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଲାଗିବାର ଅଛି । ହିନ୍ଦୁ ଧର୍ମର ମାନ୍ୟତା ଅଛି କି ଯଦି କୌଣସି ଗର୍ଭବତୀ ମହିଳା ସୂର୍ଯ୍ୟ ଗ୍ରହଣକୁ ଦେଖି ନିଏ ତେବେ ତାହାର ଖରାପ ପ୍ରଭାବ ପିଲା ଉପରେ ପଡିଥାଏ । ଏହା ବି କୁହାଯାଏ କି କୌଣସି ଗ୍ରହଣର ପ୍ରଭାବ ୧୦୮ ଦିନ ପର୍ଯ୍ୟନ୍ତ ରହିଥାଏ ।

ଏମିତିରେ ଗର୍ଭବତୀ ମହିଳାଙ୍କୁ ଏଥିରୁ ସମ୍ଭାଳି ରହିବାକୁ ପଡିବ ଏବଂ ଏହା ସହିତ ଗର୍ଭବତୀ ମହିଳାମାନଙ୍କୁ ସୂର୍ଯ୍ୟ ଗ୍ରହଣ ସମୟରେ ଭୁଲରେ ବି ଏହି ୫ଟି କାମ କରିବା ଉଚିତ ନୁହେଁ । ଏମିତି କୁହାଯାଉଛି କି ଭାରତରେ ସୂର୍ଯ୍ୟଗ୍ରହଣ ଦେଖା ଯିବନାହିଁ । ଏହା ୟୁରୋପ, ମଧ୍ୟ ଏଶିୟା, ଆଫ୍ରୀକା ଅମେରିକା ରେ ଦେଖାଯିବ ।

ଗ୍ରହଣ ଦେଖିଲେ ହେବ ଏହି ପ୍ରଭାବ

ଏମିତି କୁହାଯାଏ କି ଗର୍ଭବତୀ ମହିଳା ଯଦି ସୂର୍ଯ୍ୟ ଗ୍ରହଣ ଦେଖି ନିଏ ତେବେ ତାହାର ସିଧା ପ୍ରଭାବ ତାହର ହେବାକୁ ଥିବା ପିଲାର ଶରୀର ଏବଂ ମୁଣ୍ଡ ଉପରେ ପଡିଥାଏ । ଯେଉଁ କାରଣରୁ ଶିଶୁ ଅସୁନ୍ଦର ନାଲି ଚିହ୍ନ ସହିତ ଜନ୍ମ ହୋଇଥାଏ ।

ଧାରୁଆ ଜିନିଷ ପ୍ରୟୋଗ କରନ୍ତୁ ନାହିଁ

ଗ୍ରହଣ ସମୟରେ ଯଦି କେଉଁ ମହିଳା ଧାରୁଆ ଜିନିଷର ପ୍ରୟୋଗ କରୁଛି ତେବେ ଧାର୍ମିକ ମାନ୍ୟତା ଅନୁସାରେ ଶିଶୁ କୌଣସି ଏକ ଅଙ୍ଗ ବିନା ଜନ୍ମ ହୋଇଥାଏ ।

କଇଁଚିର ବ୍ୟବହାର ବର୍ଜିତ

ଗ୍ରହଣ ସମୟରେ କୌଣସି ମହିଳା କଇଁଚିର ବ୍ୟବହାର କରେ ତେବେ ତାହାର ହେବାକୁ ଥିବା ଶିଶୁର ଓଠ କଟି ଯାଇଥିବା ଅବସ୍ଥାରେ ଜନ୍ମ ହେବ । ଜନ୍ମ ହେବା ପରେ ଶିଶୁ ଭିନ୍ନ ପ୍ରକାରରେ ଦେଖାଯାଇଥାଏ ।

ଛୁଞ୍ଚିର ବି ପ୍ରୟୋଗ କରନ୍ତୁ ନାହିଁ

ଏହି ସମୟରେ ଛୁଞ୍ଚିକୁ ମଧ୍ୟ ବ୍ୟବହାର କରନ୍ତୁ ନାହିଁ । ଏହା ହେବାକୁ ଥିବା ପିଲା ପ୍ରତି ଖରାପ ହୋଇପାରେ । ଯଦି ଆପଣ କଇଁଚି ବ୍ୟବହାର କରୁଛନ୍ତି ତେବେ ଏମିତି କୁହାଯାଏ କି ପିଲାର ଛାତିରେ ଛୋଟ କଣା ହୋଇଯାଏ ।

ଗ୍ରହଣ ସମୟରେ ଗାଧୋଇବା ମଧ୍ୟ ଉଚିତ ନୁହେଁ

ଏମିତି କୁହାଯାଏ କି ଗ୍ରହଣ ସମୟରେ ଗର୍ଭବତୀ ମହିଳାଙ୍କୁ ଗାଧୋଇବା ଉଚିତ ନୁହେଁ, ଯଦି ଆପଣ ସ୍ନାନ କରୁଛନ୍ତି ତେବେ ଏହାର ନକାରାତ୍ମକ ପ୍ରଭାବ ପିଲା ଉପରେ ପଡିଥାଏ । ଏହି ସମୟରେ ଗର୍ଭବତୀ ମହିଳାମାନେ ପାଟିରେ ତୁଳସୀ ପତ୍ର ରଖି ହନୁମାନ ଚାଳିଶା ପଢନ୍ତୁ ଏବଂ ଦୂର୍ଗା ସ୍ତୁତିକୁ ପାଠ କରନ୍ତୁ । ଆପଣମାନେ ସୂର୍ଯ୍ୟ ଗ୍ରହଣ ସରିବା ପରେ ଗାଧୋଇ ପାରିବେ ।