ଦୀର୍ଘ ମାସେ ଧରି ବ୍ରହ୍ମପୁରର ତପସ୍ଵିନୀ ଓରଫ ଡିମ୍ପଲ ଓ ସୁମିତଙ୍କ ମାମଲା ଖୁବ ଚର୍ଚ୍ଚାରେ ରହିଛି । ଇତିମଧ୍ୟରେ ଏହି ବିବାଦ ବିଭିନ୍ନ ଉତ୍ଥାନ ପତ୍ତନ ଦେଇ ଗତି କରିଛି । ନିକଟରେ ଡିମ୍ପଲ ଏକ କୋହଭରା ଭିଡିଓରେ ସୁମିତଙ୍କୁ ଭୁଲ ମାଗିବା ସହ ନିବେଦନ କରିଥିଲେ କି ସେ ତାଙ୍କ ସହ ରହିବାକୁ ଚାହାନ୍ତି ବୋଲି । ଆଉ ଏବେ ଡିମ୍ପଲଙ୍କ ସେହି ଭିଡିଓର ଜବାବ ଦେଇଛନ୍ତି ସୁମିତ । ସୁମିତ କହିଛନ୍ତି, ଦୀର୍ଘ ଏକ ମାସ ଧରି ତପସ୍ଵିନୀ ଡ୍ରାମା କରି ଆସୁଛନ୍ତି । ସେ ବହୁତ ବଡ ଭୁଲ କରିଛନ୍ତି ।

ତପସ୍ଵିନୀ ଏକ ମିଛ ବିବାହ ନିମନ୍ତ୍ରଣ ପତ୍ରରୁ ଏହି ସବୁ ଆରମ୍ଭ କରିଥିଲେ । ଏହାପାରେ ସୁମିତ ଓ ତାଙ୍କ ଫ୍ୟାମିଲି ସହ ତାଙ୍କ ଓକିଲ, ପୋଲିସ ଓ ଜୁଡିସିଆରି ସିଷ୍ଟମ ଉପରେ ମଧ୍ୟ ଆରୋପ ଲଗାଇ ଚାଲିଲେ । ସୁମିତଙ୍କ ଘର ସାମ୍ନାରେ ତପସ୍ଵିନୀ ସାମାଜିକ ଶାନ୍ତି ଶୃଙ୍ଖଳା ଭଙ୍ଗ କରି ଧାରଣା ଦେଲେ । ଏପରିକି ତାଙ୍କ ଘର ଗେଟ୍ ଭାଙ୍ଗି ଭିତରେ ମଧ୍ୟ ପଶିଗଲେ । ଏହାସହ ଭିତର ଗେଟ୍ ଭାଙ୍ଗିବା ପାଇଁ ଧମକ ମଧ୍ୟ ଦେଲେ । ତପସ୍ଵିନୀଙ୍କ ଗର୍ଭପାତ କରା ଯାଇଥିବା କଥା ମଧ୍ୟ ମିଛ ବୋଲି ସୁମିତ କହିଛନ୍ତି ।
ଏତେ ସବୁ କରିବା ବେଳେ ଏବେ ତପସ୍ଵିନୀ ଭିକ୍ଟିମ କାର୍ଡ ଖେଳୁଛନ୍ତି । ଏବେ ଆଉ କାନ୍ଦିକି ଏମିତି ଭିଡିଓ ଅପଲୋଡ କରିବାର କିଛି ମାନେ ନାହିଁ । ଯେତେବେଳେ ସେ ଏହିସବୁ କରୁଥିଲେ ସେତେବେଳେ କଣ ସ୍ଵାମୀ କଥା ମନେ ପଡୁ ନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସୁମିତଙ୍କ ବାପାଙ୍କୁ ମଧ୍ୟ ଡିମ୍ପଲ ହାରାସ୍ କରିବା ପାଇଁ ବାରମ୍ବାର ତାଙ୍କ ନାମ ନେଉଥିବା ସୁମିତ କହିଛନ୍ତି ।
ସାତ ଜନ୍ମରେ ମଧ୍ୟ ସେ ଡିମ୍ପଲଙ୍କୁ ଆପଣେଇବାକୁ ଚାହୁଁ ନାହାନ୍ତି ବୋଲି କହିଛନ୍ତି ସୁମିତ । ଏହାସହ ଡିମ୍ପଲ ଏହିସବୁ କରିବା ପଛରେ ନିଶ୍ଚୟ କାହାର ହାତ ରହିଛି । ଯିଏ କି ଡିମ୍ପଲଙ୍କୁ ଏପରି କରିବାକୁ ପ୍ରବର୍ତ୍ତାଉଛନ୍ତି । ଡିମ୍ପଲଙ୍କ ବାପା-ମାଆ ଓ ପ୍ରମିଳା ତ୍ରିପାଠୀ ମଧ୍ୟ ଡିମ୍ପଲଙ୍କୁ ଭୁଲ ବାଟ ଦେଖାଉଛନ୍ତି । ତେବେ ଏହି ମାମଲା କୋର୍ଟରେ ଅଛି ଆଉ କୋର୍ଟ ହିଁ ଉଚିତ ନ୍ୟାୟ ଦେବେ ବୋଲି ସୁମିତଙ୍କ ଆଶା ।

ଏହାସହ ଡିମ୍ପଲଙ୍କ କାକୁତି ମିନତି ଓ ନିବେଦନର ତାଙ୍କ ପାଖେ କିଛି ମୂଲ୍ୟ ନାହିଁ ବୋଲି ସେ ସିଧାସଳଖ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।