ପ୍ରଚଳିତ ହେଲା ନୂଆ ପାଞ୍ଜି, ଚଳିତ ବର୍ଷ ଦେଶରେ ବଡ ହଟଚମଟ ହେବାସହ ବିଶ୍ବରେ ଏହିସବୁ ବଡ ଘଟଣା ଘଟିବ !

ପବିତ୍ର ପଣା ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ନୂତନ ପାଞ୍ଜିର ପ୍ରଚଳନ ଆରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟ, ଦେଶ ତଥା ବିଶ୍ଵର ଭାଗ୍ୟ ଏବଂ ଭବିଷ୍ୟତ ଓ ଶୁଭ-ଅଶୁଭର ପୂର୍ବାନୁମାନ କରିଛି ନୂଆ ପଞ୍ଜିକା । ନୂଆ ପଞ୍ଜିକା ଅନୁସାରେ ଚଳିତ ବର୍ଷ ଶନି ମୂଳ ତ୍ରିକୋଣରେ ଥିବାରୁ ବିଶ୍ଵ ପାଇଁ ଏହା ମିଶ୍ରିତ ଫଳ ଆଣିପାରେ । ବିଶ୍ଵର ପଶ୍ଚିମ ଭାଗରେ ଶାନ୍ତି ବିରାଜମାନ ହେବାସହ ପୂର୍ବ ଭାଗରେ ହିଂସା, ଯୁଦ୍ଧ ସଙ୍କଟ ଓ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ରହିଛି ।

ବିଶ୍ଵ ସ୍ତରରେ ଉଚ୍ଚ ପଦସ୍ଥ ନେତାଙ୍କ ନିଧନ ହେବାର ମଧ୍ୟ ସମ୍ଭାବନା ରହିଛି । ହେଲେ ବର୍ଷଟି ଭାରତ ପାଇଁ ଅତି ଶୁଭଂକର ହେବ ବୋଲି ଅନୁମାନ କରାଯାଇଛି । ଭାରତର ମୁଖିଆଙ୍କୁ ସାରା ବିଶ୍ଵ ସମ୍ମାନ କରିବା ସହ ତାଙ୍କ ପରାମର୍ଶକୁ ସମସ୍ତେ ଗ୍ରହଣ କରିବେ । ଏହାରି ମଧ୍ୟରେ ଦେଶରେ ରାଜନୈତିକ ହଟଚମଟ ହେବାର ଆଶଙ୍କା ମଧ୍ୟ ରହିଛି । ଅନ୍ୟପଟେ ଶୁକ୍ର ଏବଂ ବୃହସ୍ପତିଙ୍କ ପାଇଁ ଓଡିଶା ଉନ୍ନତି କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

ବିଶେଷ କରି ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଅଭିବୃଦ୍ଧି, ସ୍ୱାସ୍ଥ୍ୟ ଏବଂ ଚିକିତ୍ସା କ୍ଷେତ୍ରରେ ପ୍ରଗତି ସହ ଭଲ ବର୍ଷା କାରଣରୁ ରାଜ୍ୟର କୃଷି କ୍ଷେତ୍ର ମଧ୍ୟ ସମୃଦ୍ଧ ହେବାର ସମ୍ଭାବନା ରହିଛି । ହେଲେ ରାଜନୈତିକ ଦୃଷ୍ଟିକୋଣରୁ ବର୍ଷଟି ବିବାଦମୟ ରହିବ ବୋଲି ପାଞ୍ଜି କହୁଛି । ଗ୍ରହ ଚଳନ ଦୃଷ୍ଟିରୁ ଏ ବର୍ଷ ବିଶ୍ଵବାସୀ ଚାରୋଟି ଗ୍ରହଣ ଦେଖିବେ ।

ଏହା ମଧ୍ୟରେ ଗୋଟିଏର ଚନ୍ଦ୍ରଗ୍ରହଣ ଏବଂ ତିନୋଟି ସୂର୍ଯ୍ୟପରାଗ ରହିଛି । ସେହିପରି ରାଶି ଚଳନ ଦୃଷ୍ଟିରୁ କେଉଁ ରାଶି ଶୁଭ ଏବଂ କେଉଁ ରାଶି ପାଇଁ ବର୍ଷଟି ଅଶୁଭ ଫଳ ପ୍ରଦାନ କରିବ ତାହା ମଧ୍ୟ ଜ୍ୟୋତିର୍ବିଦ ଗଣନା କରିଛନ୍ତି । ମେଷ ରାଶି ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ଥିବାବେଳେ ବୃହସ୍ପତି ଚଳିଲେ ରାଶିରେ ଆହୁରି ଶୁଭ ହେବ ।

ଧନଧାନ୍ଯରେ ବୃଦ୍ଧି ହେବାସହ ଚାକିରି ଅପେକ୍ଷା କରିଥିବା ଏବଂ ବଡ ପରୀକ୍ଷା ଦେବାକୁ ଅପେକ୍ଷା କରିଥିବା ଲୋକଙ୍କୁ ବଡ ସଫଳତା ମିଳିବ । ମୁକ୍ତିପଣ୍ଡପ ଏବଂ ଶ୍ରୀମନ୍ଦିର ପ୍ରଶାସନ ଦ୍ଵାରା ଦୁଇଟି ପାଞ୍ଜିକାକୁ ସ୍ବୀକୃତି ମିଳିଥିବା ଜଣାପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।