ମୋଟା ପେଟ କମାଇବାର ସବୁଠୁ ଜବରଦସ୍ତ ଉପାୟ, ବାସ ସୋରିଷ ତେଲରେ ଏହି 1 ଜିନିଷ ମିଶେଇ ଲଗାନ୍ତୁ (Reduce Belly Fat)

ଅନିୟମିତ ଏବଂ ଅସନ୍ତୁଳିତ ଜୀବନଶୈଳୀ ତଥା ଖାଦ୍ୟାଭ୍ୟାସ ଯୋଗୁଁ ଆମ ଶରୀରରେ ଚର୍ବି ବଢିଥାଏ । ପେଟ ବଢିବାକୁ ଅନେକ ଲୋକ ଖୁବ ଚିନ୍ତିତ ରୁହନ୍ତି ଓ ଅନେକ ପ୍ରକାର ଉପାୟ ପ୍ରୟୋଗ କରିବା ପରେ ମଧ୍ୟ ଅନେକଙ୍କ ପେଟ କମେନାହିଁ । ଆଜି ଆମେ ଆପଣଙ୍କ ପାଇଁ ପେଟ କମାଇବାର ଏକ ସହଜ ପ୍ରାକୃତିକ ଏବଂ ପ୍ରଭାବଶାଳୀ ଘରୋଇ ଉପାୟ ନେଇ ଆସିଛୁ । ଆପଣ ଯଦି ଡାଏଟ ଠିକ ରଖି ଆବଶ୍ୟକ ବ୍ୟାୟମ କରି ଏହି ଉପାୟକୁ ପ୍ରୟୋଗ କରିବେ, ତେବେ ଦେଖିବେ ଆପଣଙ୍କ ପେଟ ଖୁବ ଶୀଘ୍ର କମିଯିବ ।

ଏଥିପାଇଁ ଆପଣଙ୍କୁ କେବଳ ତିନୋଟି ସାମଗ୍ରୀର ଆବଶ୍ୟକ ହେବ । ସେଗୁଡିକ ହେଉଛି ଭେସଲିନ, ଭାପୋରବ(vaporub) ଏବଂ ସୋରିଷ ତେଲ । ଏହି ସବୁ ସାମଗ୍ରୀ ଆପଣଙ୍କ ଘରେ ନିହାତି ଉପଲବ୍ଧ ଥିବ । ଆଉ ଯଦି ନାହିଁ ଏହି ସବୁ ଆପଣଙ୍କୁ ଯେକୌଣସି ମେଡ଼ିସିନ ଷ୍ଟୋର କିମ୍ବା ଭେରାଇଟି ଷ୍ଟୋରରୁ ମଧ୍ୟ ସହଜରେ ମିଳିଯିବ । ତେବେ ଏହି ଘରୋଇ ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣ ଏକ ଗିନା ନିଅନ୍ତୁ । ସେଥିରେ ଅଧା ଚାମୁଚ ଭେସଲିନ ଏବଂ ଅଧା ଚାମୁଚ ଭାପୋରବ କାଢନ୍ତୁ । ସବୁବେଳେ ଭେସଲିନ ଏବଂ ଭାପୋରବ ର ପରିମାଣ ସମାନ ରଖିବେ ।

ଏବେ ସେଥିରେ ଏକ ଚାମୁଚ ନଡିଆ ତେଲ ମିଶାନ୍ତୁ ଓ ଏହାପରେ ଏହି ମିଶ୍ରଣକୁ ଭଲ ଭାବେ ଗୋଳାନ୍ତୁ, ଯେପର୍ଯ୍ୟନ୍ତ ସାମଗ୍ରୀ ଗୁଡିକ ଭଲ ଭାବେ ନ ମିଶିଛନ୍ତି । ଏବେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ପେଟ କମିବା ପାଇଁ ଜବରଦସ୍ତ ଘରୋଇ ଉପଚାର । ଆପଣଙ୍କ ପେଟ, ଜଙ୍ଘ ଏବଂ ଅନ୍ୟ ଯେକୌଣସି ସ୍ଥାନରୁ ଚର୍ବି କମ କରିବାକୁ ଚାହୁଁଥିଲେ ରାତିରେ ଶୋଇବା ପୂର୍ବରୁ ଏହି ମିଶ୍ରଣକୁ ସେହି ସ୍ଥାନରେ ଭଲ ଭାବେ ଲଗାଇ ଦିଅନ୍ତୁ । କେବଳ ଲଗାଇବେ ଏହାକୁ ମାଲିସ କରିବେ ନାହିଁ । ମାଲିସ କରିବା ପରେ ଆପଣ ସେହି ସ୍ଥାନକୁ ଏକ ପଲିଥିନ ସାହାଯ୍ୟରେ ଗୁଡାଇ ଦେବେ ଓ ସକାଳେ ଉଷୁମ ପାଣିରେ ଏହାକୁ ଧୋଇ ଦେବେ ।

ଏପରି କରିବା ଦ୍ଵାରା ଆପଣଙ୍କ ଶରୀରରୁ ପ୍ରଚୁର ଝାଳ ବାହାରିଥାଏ । ଆଉ ଏହି ଝାଳ ବାହାରିବ ଦ୍ଵାରା ହିଁ ଆପଣଙ୍କ ଚର୍ବି ଧୀରେ ଧୀରେ କମ ହୋଇଯିବ । ଯଦି ଆପଣ ଗୃହିଣୀ ତେବେ ଦିନରେ ଘରେ କାମ କରିବା ସମୟରେ ଆପଣ ଏହି ଉପଚାର ପ୍ରୟୋଗ କରିପାରିବେ । ଆମ ଶରୀରରୁ ଯଥେଷ୍ଟ ଝାଳ ନିର୍ଗତ ନ ହେବା ଦ୍ଵାରା ଚର୍ବି ଅଂଶ ବଢିଥାଏ । ଏହି ଉପଚାର ଆପଣଙ୍କ ଶରୀରରୁ ଝାଳ ବାହାର କରିଦେବ । ଯାହାଫଳରେ ଆପଣଙ୍କ ଶରୀରରେ ଆଉ ଚର୍ବି ଜମିବ ନାହିଁ ।

କିନ୍ତୁ ଆପଣ ଯଦି ଗର୍ଭବତୀ ଅଛନ୍ତି ତେବେ ଏହି ଉପଚାରକୁ ପ୍ରୟୋଗ କରନ୍ତୁ ନାହିଁ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିଅପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।