ନୂଆ ବର୍ଷ ୨୦୨୧କୁ ଅଳ୍ପ ଦିନ ବାକି ଅଛି । ଏମିତିରେ ନୂଆ ବର୍ଷ ଆସିବା ସହିତ ବିଭିନ୍ନ ଲୋକଙ୍କର ଆଶା ରହିଥାଏ କି ଏହି ବର୍ଷଟି ଆମ ପାଇଁ ବହୁତ ମଙ୍ଗଳମୟ ହୋଇଥାଉ । ଆମ ଜୀବନରେ ସବୁ ଖୁସି ନେଇ ଆସିଥାଉ । କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଏମିତି ଚମତ୍କାରିତା ଜିନିଷ ଅଛି ଯାହାକୁ ୨୦୨୧ ବର୍ଷ ହେବା ପୁର୍ବରୁ ଯଦି ଆପଣ ଘରକୁ ନେଇଆସୁଛନ୍ତି । ତେବେ ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ । ସେହି ଜିନିଷ ଆପଣଙ୍କୁ ଗୁଡ ଲକ ଠାରୁ ଅଧିକ ଆଶା ବଢେଇ ଦେଇଥାଏ ।
ଲାଫିଙ୍ଗ ବୁଦ୍ଧ
ଚିନୀ ଫେନସୁଇ ଦେଶରେ ଲାଫିଙ୍ଗ ବୁଦ୍ଧକୁ ସୁଖ ସମୃଦ୍ଧିର ପ୍ରତୀକ ବୋଲି ମାନିଥାନ୍ତି । ସେଥିପାଇଁ ନୂଆ ବର୍ଷର ପ୍ରଥମ ଦିନ ଯଦି ଏହାକୁ ଘରକୁ ଆଣିଲେ ତେବେ ଏହା ଶୁଭ ହୋଇଥାଏ । ଯଦି ଲାଫିଙ୍ଗ ବୁଦ୍ଧକୁ କେହି ଆପଣଙ୍କୁ ଉପହାର ଦେଉ କିମ୍ବା ଆପଣ କାହାକୁ ଦେଉଛନ୍ତି ତେବେ ଏହା ବି ବହୁତ ଶୁଭ ହୋଇଥାଏ । ଏହା ଦ୍ଵାରା ସକାରାତ୍ମକ ପ୍ରଭାବ ବଢିଥାଏ ଓ ଘରକୁ ଧନ ଆସିବାର ମାର୍ଗ ଖୋଲିଯାଏ ।
ଲକ୍ଷ୍ମୀ ପ୍ରତିମା ଓ ଗଣେଶଙ୍କ ମୂର୍ତି
ଶାସ୍ତ୍ର ଅନୁସାରେ କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଲକ୍ଷ୍ମୀ ଗଣେଶଙ୍କୁ ପୂଜା କରିବା ଶୁଭ ହୋଇଥାଏ । ବର୍ଷର ପ୍ରଥମ ଦିନ ଘରକୁ ଲକ୍ଷ୍ମୀ ଚରଣ ପାଦୁକା ଓ ଗଣେଶଙ୍କ ପ୍ରତିମା ଆଣିବା ଦ୍ଵାରା ବର୍ଷ ସାରା ଘରେ ସୁଖ ଓ ସମୃଦ୍ଧି ବୃଦ୍ଧି ପାଇଥାଏ ଏହା ସହ ସବୁ ସମସ୍ୟା ବି ଦୂର ହୋଇଥାଏ ।
କଇଁଛ
କଇଁଛ ଘରେ ରଖିବା ବହୁତ ଶୁଭ ହୋଇଥାଏ । ଧାର୍ମିକ ମାନ୍ୟତା ଅନୁସାରେ କଇଁଛ ଭଗବାନ ବିଷ୍ଣୁଙ୍କ ଏକ ରୂପ ଅଟେ । ଏହାକୁ ଆଣି ଘରେ ରଖିଲେ ଘରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଶାସ୍ତ୍ର ଅନୁସାରେ ବର୍ଷର ପ୍ରଥମ ଦିନ ଯଦି ଆପଣ ପିତଳ, ତମ୍ବା କିମ୍ବା କ୍ରିଷ୍ଟାଲର କଇଁଛକୁ ଘରକୁ ଆଣୁଛନ୍ତି ତେବେ ବର୍ଷ ସାରା ଘରକୁ ଧନର ଶୁଅ ଛୁଟିବ ଓ ଘରୁ ନକରାତ୍ମକ ପ୍ରଭାବ ଦୂର ହୋଇଯିବ ।
ପଞ୍ଚମୁଖୀ ହନୁମାନ
ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ପଞ୍ଚମୁଖୀ ହନୁମାନ ପ୍ରତିମା ରଖିବା ବହୁତ ଶୁଭ ହୋଇଥାଏ । ବର୍ଷର ପ୍ରଥମ ଦିନ ଏହାକୁ ଘରକୁ ଆଣିବା ଦ୍ଵାରା ଘରର ସବୁ ବାସ୍ତୁ ଦୋଷ ଦୂର ହୋଇଥାଏ । ଘରକୁ ଆସୁଥିବା ସବୁ ସଙ୍କଟ ମଧ୍ୟ ଦୂର ହୋଇଯାଏ । ଘରର ସବୁ ସଦସ୍ୟଙ୍କ ସଫଳତା ଦୁଇଗୁଣା ବଢିଯିବ ।
ମୟୁର ପର
ଶାସ୍ତ୍ରରେ ମୟୂର ପରକୁ ବହୁତ ଶୁଭ ମାନନ୍ତି । ଏଥିରେ ସବୁ ଦେବା ଦେବୀଙ୍କ ବାସ ହୋଇଥାଏ । ଯେଉଁ ଶୁଭ କାର୍ଯ୍ୟରେ ଏହାକୁ ବ୍ୟବହାର କରାଯାଏ ସେହି କାର୍ଯ୍ୟ ନିଶ୍ଚିତ ସଫଳ ହୋଇଥାଏ । ବର୍ଷର ପ୍ରଥମ ଦିନ ଏହାକୁ ଘରକୁ ଆଣି ଘରର ପୂର୍ବ, ଉତ୍ତର, କିମ୍ବା ଉତ୍ତର ପଶ୍ଚିମ ଦିଗରେ ଲଗାଯାଏ ତେବେ ବର୍ଷ ସାରା ଘରେ ସକାରାତ୍ମକ ପ୍ରଭାବ ରହିଥାଏ ଓ ଘରେ ସୁଖ ଶାନ୍ତି, ବୈଭବ ବୃଦ୍ଧି ହୋଇଥାଏ ।
ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।