ମାତ୍ର 15 ମିନିଟରେ Kashmir ରୁ ପହଞ୍ଚି ପାରିବେ leh ରେ, ଦେଖନ୍ତୁ କିପରି ?

ଅତ୍ୟାଧୁନିକ ଇଞ୍ଜିନିୟରିଂ ଜ୍ଞାନ କୌଶଳରେ କାଶ୍ମୀରରେ ନିର୍ମିତ ହେଉଛି ଜୋଜିଲା ଟନେଲ । ଏହି ଟନେଲର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବା ପରେ ଏହା ଏକ ମାଇଲ ସ୍ତମ୍ଭ ସଦୃଶ ହେବ । କାରଣ ଏହି ଟନେଲ ମାଧ୍ୟମରେ ମାତ୍ର ୧୫ ମିନିଟରେ ଆପଣ କାଶ୍ମୀରରୁ ଲେହ ପହଞ୍ଚି ପାରିବେ । ଏହି ପ୍ରୋଜେକ୍ଟଟି ଆମ ସରକାରଙ୍କ ଏକ ଡ୍ରିମ ପ୍ରୋଜେକ୍ଟ କହିଲେ ଅତ୍ଯୁକ୍ତି ହେବ ନାହିଁ । ଏହା ଉପରେ କାର୍ଯ୍ୟ ଆରମ୍ଭ ହେବା ସହ ଅତ୍ୟାଧୁନିକ ଜ୍ଞାନ କୌଶଳରେ ଏହା ନିର୍ମାଣ ହେଉଛି ।

ଏହି ଟନେଲକୁ ନେଇ ମେଗା ଇଞ୍ଜିନିୟରିଂ ଇନ୍ଫ୍ରା ଷ୍ଟ୍ରକଚରର ଡ଼ିଜିଏମ କେତେକେ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଦେଇଛନ୍ତି । ଏହି ଟନେଲଟି New Austrian Tunneling Method (NATM) ପ୍ରକ୍ରିୟାରେ ନିର୍ମିତ ହେଉଛି ବୋଲି ସେ କହିଛନ୍ତି । ଏହା ଏକ ଅତ୍ୟାଧୁନିକ ଟନେଲି॰ ମେଥଡ୍ ଅଟେ । ବିଶେଷ କରି ହିମାଳୟ ରେଞ୍ଜ ପାଇଁ ଏହି ଟେକ୍ନୋଲୋଜି ଖୁବ ଅନୁକୂଳ ଅଟେ । ତେବେ ଏହି ଟନେଲ କାର୍ଯ୍ୟ ଶେଷ କରିବା ପାଇଁ ୬ ବର୍ଷ ସମୟ ସୀମା ଦିଆ ଯାଇଥିବା ବେଳେ ସମୟ ପୂର୍ବରୁ ଏହି କାର୍ଯ୍ୟକୁ ଶେଷ କରିବା କମ୍ପାନୀ ଚେଷ୍ଟା ଚଳେଇଛି ।

ଏହି ପ୍ରୋଜେକ୍ଟକୁ ଭଲ ଭାବେ ବୁଝାଇ ଦେବା ପାଇଁ ସେମାନେ ଏକ ୩ଡି ଡେମୋ ମଡେଲ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଜୋଜିଲାରେ ଦୁଇ ପାହାଡ ମଧ୍ୟ ଏକ ସଂକୀର୍ଣ୍ଣ ଉପତ୍ୟାକା ମଧ୍ୟ ଦେଇ ଏହି ଟନେଲଟି ତିଆରି ହେଉଛି । ଏହି ଟନେଲ ମଧ୍ୟରେ ସିନ୍ଧୁ ନଦୀ ମଧ୍ୟ ରହୁଛି, ଯାହା ଭିତରେ ଦେଇ ଟନେଲଟି ଯିବ । ଏହି ସ୍ଥାନରେ ବର୍ଷର ଅଧିକ ସମୟ ବରଫାଚ୍ଛନ ହୋଇ ରହୁଥିବାରୁ ଏଠାରେ ଥିବା ଅମରନାଥ ମନ୍ଦିରକୁ ମଧ୍ୟ ଅନେକ ଲୋକ ଇଚ୍ଛା କଲେ ମଧ୍ୟ ଯାତ୍ରା କରିପାରନ୍ତି ନାହିଁ ।

ତେବେ ଏହି ଟନେଲ ନିର୍ମିତ ହେବା ଦ୍ଵାରା ଏହି ଅଞ୍ଚଳରେ ଟୁରିଜିମ ସ୍କୋପ ଅଧିକ ବଢିବ । ଏହି ଟନେଲରେ ଶ୍ରୀନଗରରୁ ଲେହ ଯିବା ପାଇଁ ଏକ ରୋଡ ଏବଂ ଲେହରୁ ଶ୍ରୀନଗର ଫେରିବା ପାଇଁ ଆଉ ଏକ ରୋଡ ରହିବ । ଯଦି ଏହା ମଧ୍ୟରେ ଗାଡି ମାନଙ୍କର କିଛି ତ୍ରୁଟି ଦେଖିଦିଏ ତେବେ ପାର୍କିଂ ପାଇଁ  ପ୍ରତି ୭୦୦ ମିଟର ମଧ୍ୟରେ ଏକ ସ୍ଥାନ ରଖାଯିବ । ତେବେ ବରଫାଚ୍ଛନ ସମୟରେ ଏହା ବନ୍ଦ ରହିପାରେ ବୋଲି ଆଶଙ୍କା କରାଯାଉଛି । ଏହି ଅତ୍ୟାଧୁନିକ ଟନେଲକୁ ୧୦ ମିନିଟ ମଧ୍ୟରେ କରିହେବ, ଯାହା କି ସାଧାରଣ ଭାବେ ଅଢେଇ ଘଣ୍ଟା ଲାଗିଥାଏ ।

ଏହା ଭାରତର ଏକମାତ୍ର ଟନେଲ ହେବ ଯେଉଁଥିରେ ବାୟୁ ଚଳାଚଳ ପାଇଁ ପାଇଁ ମଧ୍ୟ ଉପରିଭାଗରୁ ୩ଟି ବାଟ ତିଆରି ହେବ । ଯାହା ଭିତରକୁ ଫ୍ରେଶ ଏୟାର ଯୋଗାଇବ ଓ ଖରାପ ଏୟାର ବାହାରକୁ ବାହାର କରିଦେବ । ସେହିପରି ଟନେଲ ଭିତରେ ଅତ୍ୟାଧୁନିକ ଲାଇଟ ବ୍ୟବସ୍ଥା ମଧ୍ୟ ରଖାଯିବ । ଦେଖିବାକୁ ଗଲେ ଏହାକୁ ସଂପୂର୍ଣ୍ଣ ଭାବେ ଅତ୍ୟାଧୁନିକ ଶୈଳୀରେ ତିଆରି ହେବ । ଆପଣଙ୍କୁ ଏହି ଟନେଲର ନିର୍ମାଣ ଶୈଳୀ କିଭଳି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।