ୟୁବରାଜ ୧୫୦୦୦ N–95 ମାସ୍କ ଦେଲେ ଦିଲ୍ଲୀକୁ ତ କେଜରୀୱାଲ କହିଲେ କିଛି ଏମିତି

ମହାମାରୀର ଭୟାଭୟ ପରିସ୍ଥିତିକୁ ଦେଖି ଆମ ଦେଶର ବହୁତ ଷ୍ଟାରମାନେ ଓ କ୍ରିକେଟରମାନେ ଆଗକୁ ଆସି ଲୋକମାନଙ୍କ ସାହାର୍ଯ୍ୟ କରୁଛନ୍ତି । କେତେକ ଲୋକମାନେ ଟଙ୍କା କିମ୍ବା କୌଣସି ପ୍ରକାରର ଖାଦ୍ୟ ସାମଗ୍ରୀ କିମ୍ବା ମେଡିକାଲ ଉପକରଣ ଦାନ କରି ସମସ୍ତଙ୍କ ପାଇଁ ଉଦାହରଣ ହୋଇଛନ୍ତି । କହିବାକୁ ଗଲେ ଏହି ଲିସ୍ଟରେ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମର ପୂର୍ବ ସଦସ୍ୟ ଓ କ୍ରିକେଟର ୟୁବରାଜ ସିଂହ ପୁଣିଥରେ ସାମିଲ ହୋଇ ଯାଇଛନ୍ତି ।

ସେ ମହାମାରୀ ସହ ଲଢିବା ପାଇଁ ନିଜ ତରଫରୁ କିଛି ପୁଣିଥରେ କିଛି ଯୋଗଦାନ ଦେଇଛନ୍ତି । କହିବାକୁ ଗଲେ ୟୁବରାଜ ସିଂହ ପ୍ରଥମେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡରେ ୫୦ ଲକ୍ଷ ଟଙ୍କା ଆର୍ଥିକ ଯୋଗଦାନ ଦେଇଥିଲେ ଓ ବର୍ତ୍ତମାନ ପୁଣିଥରେ ସେ ମହାମାରୀ ଦ୍ଵାରା ପ୍ରଭାବିତ ଲୋକମାନଙ୍କ ପାଇଁ ସାହାର୍ଯ୍ୟ ପାଇଁ ଆଗକୁ ଆସିଛନ୍ତି । ଏହି ସାହାର୍ଯ୍ୟ ମଧ୍ୟରେ ସେ ଭାରତର ରାଜଧାନୀ ଦିଲ୍ଲୀକୁ ୧୫୦୦୦ N95 ମାସ୍କ ପଠାଇଛନ୍ତି ।

ସେ ଟ୍ୱୀଟରେ ଲେଖିଲେ କି, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ କୋବିଡ – ୧୯ ବିରୁଦ୍ଧରେ ହେଉଥିବା ଯୁଧ୍ୟରେ ଏକ ଅସଲ ହିରୋ ଅଟନ୍ତି । ମୁଁ ଓ ଆମର ସଂସ୍ଥା ‘ୟୁବୀକ୍ୟାନ’ ଏହି ସମୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଓ ଡେପୁଟି ସୀଏମ ମନୀଷ ସିସୋଦିୟାଙ୍କୁ ସମର୍ଥନ କରି ସମ୍ମାନିତ ଅନୁଭବ କରୁଛି ଓ ତାଙ୍କୁ ୧୫ ହଜାର N95 ମାସ୍କ ପଠାଉଛି । ୟୁବରାଜ ସିଂହଙ୍କ ଏହି ସାହାର୍ଯ୍ୟ ପାଇଁ ଅରବିନ୍ଦ କେଜରୀୱାଲ ତାଙ୍କର ପ୍ରଶଂସା କରି ଆଭାର ବ୍ୟକ୍ତ କରିଛନ୍ତି ।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ୟୁବରାଜ ସିଂହଙ୍କ ଟ୍ୱିଟକୁ ନିଜର ଟ୍ୱିଟର ଆକାଉଣ୍ଟରେ ଶେୟାର କରି ଲେଖିଲେ କି, ୟୁବରାଜ ଦିଲ୍ଲୀ ଆପଣଙ୍କର ଏହି ସାହାର୍ଯ୍ୟ ପାଇଁ ଆପଣଙ୍କ ବହୁତ ଆଭାରି ଅଟେ । କ୍ୟାନ୍ସର ଭଳି ରୋଗରୁ ଆପଣଙ୍କ ଉଲ୍ଲେଖନୀୟ ବିଜୟ ଏକ ପ୍ରେରଣା ଅଟେ, ଖାସକରି ଏହି ସମୟରେ । ଆମେ ସମସ୍ତେ ମିଶି ମହାମାରୀକୁ ନିଶ୍ଚିତ ପରାଜୟ କରିବୁ ।

ମହାମାରୀ ଭୂତାଣୁ ସହ ଲଢିବା ପାଇଁ କେବଳ ୟୁବରାଜ ସିଂହ ନୁହେଁ ଅନ୍ୟ କେତେକ କ୍ରିକେଟର ବି ଆଗକୁ ଆସିଛନ୍ତି । ତାଙ୍କର ସାଥି କ୍ରିକେଟର ହରଭଜନ ସିଂହ ବି ଏହି ଯୁଧ୍ୟରେ ତାଙ୍କର ସାଥ ଦେଇଛନ୍ତି । ସେ ଜଲନ୍ଧରରେ ୫ ହଜାର ଗରିବ ପରିବାରଙ୍କୁ ଖାଦ୍ୟ ସାମଗ୍ରୀ ଦେଇଛନ୍ତି । ହରଭଜନ କୁହନ୍ତି କି, ଭଗବାନଙ୍କ ଆଶୀର୍ବାଦରୁ ଗୀତା ଓ ମୁଁ ଜଲନ୍ଧରରେ ରହୁଥିବା ୫୦୦୦ ହଜାର ପରିବାରଙ୍କୁ ଖାଦ୍ୟସାମଗ୍ରୀ ଦେବାର ସଂକଳ୍ପ ନେଇଛୁ । ଦେଶ ଦୁନିଆର ସମସ୍ତ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।