ଏତେ ସମ୍ପତ୍ତି ମାଲିକ ଅଟନ୍ତି ଯୋଗୀ ଆଦିତ୍ୟନାଥ, ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ

ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଅଟନ୍ତି । ତାଙ୍କର ଜନ୍ମ ୫ ଜୁନ ୧୯୭୨ ମସିହାରେ ଉତ୍ତରାଖଣ୍ଡର ପୌଢି ଗଢବାଲ ଜିଲ୍ଲା ସ୍ଥିତ ଯମକେଶ୍ଵର ତହସିଲର ପଞ୍ଚୁର ଗାଁରେ ଏକ ରାଜପୁତ ପରିବାରରେ ହୋଇଥିଲା । ଯୋଗୀ ଆଦିତ୍ୟନାଥଙ୍କ ମୂଳ ନାମ ଅଜୟ ସିଂହ ବିଷ୍ଟ ଅଟେ । ତାଙ୍କ ବାପାଙ୍କ ନାମ ଆନନ୍ଦ ସିଂହ ବିଷ୍ଟ ଅଟେ ସେ ଜଣେ ଫରେଷ୍ଟ ରେଞ୍ଜର ଥିଲେ ଏବଂ ତାଙ୍କ ମାଆଙ୍କ ନାମ ସାବିତ୍ରୀ ଦେବୀ ଅଟେ । ବାପା ମାଆ ଙ୍କର ସାତଟି ପିଲାଙ୍କ ମଧ୍ୟରେ ତିନି ଜଣ ବଡ ଭଉଣୀ ଓ ଜଣେ ବଡ ଭାଇ ଅଛନ୍ତି ଏବଂ ସେମାନଙ୍କ ପରେ ସେ ପଞ୍ଚମ ଅଟନ୍ତି ଏବଂ ତାଙ୍କର ଦୁଇ ଜଣ ଛୋଟ ଭାଇ ମଧ୍ୟ ଅଛନ୍ତି ।

ଯୋଗୀ ଆଦିତ୍ୟନାଥ ୟୁପିର ମୁଖ୍ୟମନ୍ତ୍ରୀ ଅଟନ୍ତି ଯାହାକୁ ଭାରତବର୍ଷରେ ବହୁତ ପସନ୍ଦ କରାଯାଇଛି । ସେ ଏକଦମ କଡା ଏବଂ ଦୃଢ ନିଷ୍ପତ୍ତି ନେବା ପାଇଁ ଜଣାଶୁଣା ଅଟନ୍ତି । ଆଜି ଆମେ ଆପଣଙ୍କୁ ଯୋଗୀ ଆଦିତ୍ୟନାଥଙ୍କ ସମୁଦାୟ ସପତ୍ତି ବିଷୟରେ କହିବାକୁ ଯାଉଛୁ । ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ରାଜ୍ୟର ୨୨ ତମ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଅଟନ୍ତି । ସେ ୨୦୧୭ ମସିହା ମାର୍ଚ ୧୯ ତାରିଖ ଠାରୁ କାର୍ଯ୍ୟରତ ଅଛନ୍ତି । ଯୋଗୀ ଆଦିତ୍ୟନାଥଙ୍କ ସମ୍ପତିର ନେଟ ମୂଲ୍ୟ INR ୭୦ ଲକ୍ଷ ଅଟେ । ସେ ନିଜର ପୁରା ଜୀବନ ରାଷ୍ଟ୍ରର ସେବା ପାଇଁ ସମର୍ପିତ କରିଦେଇଛନ୍ତି । ୟୁପିର ମୁଖ୍ୟମନ୍ତ୍ରୀ ହେବା ହିସାବରେ ତାଙ୍କ ମୋଟ ସମ୍ପତ୍ତି ବହୁତ କମ ଅଟେ ।

ୟୁପିର ମୁଖ୍ୟମନ୍ତ୍ରୀ ରୂପରେ ତାଙ୍କୁ ପ୍ରାୟ ୪୪ ଲକ୍ଷ ଟଙ୍କା ବାର୍ଷିକ ବେତନ ମିଳିଥାଏ । ତାଙ୍କ ସମ୍ପତ୍ତି ବୃଦ୍ଧି ହେଉଛି କିନ୍ତୁ ସେ ବହୁତ ଦାନ ମଧ୍ୟ କରୁଛନ୍ତି । କିନ୍ତୁ ସବୁ ପରେ ମଧ୍ୟ ସେ ଏକ ସରଳ ଏବଂ ନମ୍ର ଜୀବନ ବିତାଉଛନ୍ତି । ସେ କରୋନା ଭାଇରସ ଯୁଦ୍ଧରେ ମଧ୍ୟ ଦେଶର ସବୁଠାରୁ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶକୁ ବହୁତ ଭଲ ଭାବରେ ରକ୍ଷା କରିଛନ୍ତି ଏବଂ ଏଥିପାଇଁ ତାଙ୍କର ବହୁତ ପ୍ରଶଂସା ମଧ୍ୟ କରାଯାଉଛି । ତାଙ୍କର କାମ ପାଇଁ ଲୋକ ମାନେ ତାଙ୍କର ବହୁତ ପ୍ରଶଂସା ଏବଂ ସଂମ୍ମାନ ମଧ୍ୟ କରୁଛନ୍ତି ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ ବକ୍ସ ରେ କମେଣ୍ଟ କରନ୍ତୁ ।