WTC Final- ଦେଖନ୍ତୁ କିପରି ଇଂଲଣ୍ଡ ପହଞ୍ଚିବା ମାତ୍ରେ ହିଁ KL Rahul, Pant, Rohit, Jadeja ଲଗାଇଲେ ବଡ ବଡ ଛକା, ଏହି ସବୁ ପ୍ଲେୟାର ଖେଳିବେ ଫାଇନାଲରେ

ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ବିଶ୍ଵ ଟେଷ୍ଟ ଚମ୍ପିୟାନସିପ ଫାଇନାଲ । ସେଥିପାଇଁ ଭାରତୀୟ ଦଳ ଇଂଲଣ୍ଡ ପହଞ୍ଚି ଅଭ୍ୟାସ ଆରମ୍ଭ କରି ସାରିଲେଣି ।

ମାତ୍ର ଏପରି ଅଭ୍ୟାସ କରୁଛନ୍ତି ତାହା ଦେଖି ନିଶ୍ଚୟ ନ୍ଯୁଜିଲାଣ୍ଡ ଦଳର ନିଦ ହଜି ଯାଇଥିବ । କିପରି ରୋହିତ୍, ପନ୍ତ, କେ.ଏଲ୍ ରାହୁଲ୍, କୋହଲି ଓ ଜାଡେଜା ଧୂଆଁଦାର ବ୍ୟାଟିଂ କରି ଛକା ଓ ଚୈାକା ର ବର୍ଷା କରି ଦେଇଛନ୍ତି ଏବଂ ବୁମରାହ ଓ ସିରାଜଙ୍କ ବୋଲିଂ ର କମାଲ ମଧ୍ୟ ଦେଖିବାକୁ ମିଳିଛି । ବିଶ୍ଵ ଟେଷ୍ଟ ଚମ୍ପିୟାନସିପ ଫାଇନାଲ ପାଇଁ ଭାରତୀୟ ଦଳ ଚାର୍ଟେଡ୍ ପ୍ଲେଗ୍ ରେ ଇଂଲଣ୍ଡରେ ଯାଇ ପହଞ୍ଚି ସାରିଛନ୍ତି ଓ ସାଉଥ୍ ଆମ୍ପଟନର ଯେଉଁ ଗ୍ରାଉଣ୍ଡରେ ଫାଇନାଲ ମ୍ୟାଚ ଖେଳାଯିବ ସେଠାକାର ହୋଟେଲ ରେ ହିଁ ଖେଳାଳି ମାନେ ଅବସ୍ଥାନ କରିଛନ୍ତି ।

ତେବେ ଜୁନ୍ ୧୮ ରୁ ୨୨ ଯାଏ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ରୋମଞ୍ଚକ ଐତିହାସିକ ମ୍ୟାଚ୍ ସାଉଥ୍ ଆମ୍ପଟନ ଗ୍ରାଉଣ୍ଡରେ ଖେଳାଯିବ । ଇଂଲଣ୍ଡ ସହ ମ୍ୟାଚ୍ ଖେଳିବାକୁ ନ୍ୟୁଜିଲାଣ୍ଡ ଦଳ ପୂର୍ବରୁ ଇଂଲଣ୍ଡ ପହଞ୍ଚି ସାରିଥିଲା । ସବୁଠୁ ଖୁସିର ବିଷୟ ହେଉଛି ଯେଉଁ ଯେଉଁ ଖେଳାଳି ମାନଙ୍କୁ ଏହି ମ୍ୟାଚ୍ ଖେଳିବା ପାଇଁ ଚୟନ କରା ଯାଇଥିଲା, ସମସ୍ତେ ଯୋଗ ଦେବା ପାଇଁ ପ୍ରସ୍ତୁତ ହୋଇ ଯାଇଛନ୍ତି ।

କାରଣ ନିକଟରେ ରିଧିମାନ ଶାହା କୋଭିଡ୍ ଓ କେ.ଏଲ ରାହୁଲ ତାଙ୍କ ଆପେଣ୍ଡିକ୍ସ ସର୍ଜରୀ ରୁ ଭଲ ହୋଇ ମ୍ୟାଚ୍ ଖେଳିବା ପାଇଁ ଯାଇ ପହଞ୍ଚିଛନ୍ତି । ତେବେ ଭାରତ ପ୍ରଥମ ଟେଷ୍ଟ ମ୍ୟାଚରେ ବିଶ୍ଵର ପ୍ରଥମ ନମ୍ବର ଟିମ୍ ଅଛି । ତେବେ ସେଠାରେ ପହଞ୍ଚିବା ମାତ୍ରେ ଭାରତୀୟ ଖେଳାଳିଙ୍କୁ ସଙ୍ଗରୋଧ ଅବଧିରେ ମଧ୍ୟ ଏକ ସୀମିତ ସ୍ଥାନରେ ଅଭ୍ୟାସ କରିବାକୁ ଅନୁମତି ଦିଆ ଯିବ ବୋଲି କୁହା ଯାଇଥିଲା ।

ସେହି ଅନୁସାରେ ପହଞ୍ଚିବା ମାତ୍ରେ ହିଁ ଖେଳାଳୀମାନେ ଅଭ୍ୟାସ କରିବା ଆରମ୍ଭ କରି ଦେଇଛନ୍ତି । ଏଥିରୁ ମ୍ୟାଚ୍ ପ୍ରତି ଖେଳାଳି ମାନଙ୍କ ସମର୍ପଣ ଭାବ କେତେ ଆପଣ ଦେଖି ପାରୁଥିବେ । ସୁତ୍ରାନୁସାରେ ଜଣା ପଡିଛି ସମସ୍ତ ଖେଳାଳି ମନ ପ୍ରାଣ ଲଗାଇ ମଇଦାନରେ ଅଭ୍ୟାସ ଜାରି ରଖିଛନ୍ତି । ନେଟ୍ ସେସନ୍ ରେ ପନ୍ତ ଓ ରୋହିତ ପ୍ରତ୍ୟେକ ବଲ୍ କୁ ଛକ ଚୌକା ମାରୁଥିବା ବେଳେ କେ.ଏଲ ରାହୁଲ ଓ ଜାଡେଜା ମଧ୍ୟ ଖୁବ୍ ଉତ୍ତମ ବ୍ୟାଟିଂ ଦେଖାଇଛନ୍ତି ।

ରିପୋର୍ଟ ଅନୁସାରେ ଜଣା ପଡିଛି ଯେ ସମସ୍ତ ଖେଳାଳିଙ୍କ ମଧ୍ୟରେ ଏହି ଅଭ୍ୟାସ ମୁକାବିଲା ପର୍ଯ୍ୟନ୍ତ ହୋଇଥିଲା । ରିଷଭ ପନ୍ତ ଅର୍ଦ୍ଧଶତକ କରିଥିଲେ, ରୋହିତ ଶର୍ମା ମଧ୍ୟ ଖୁବ୍ ଉତ୍ତମ ପ୍ରଦର୍ଶନ ଦେଖାଇଥିଲେ ଓ ରାହୁଲ ମଧ୍ୟ ସତୁରୀ ଉପରେ ରନ୍ କରିଥିଲେ । ସେହିପରି ବୋଲିଂ ରେ ମଧ୍ୟ ସିରାଜଙ୍କ ଦୃତଗତି ଓ ବୁମରାହଙ୍କ ୟୋର୍କର ଦେଖିବାକୁ ମିଳିଛି ।

ତେବେ ନିକଟରେ ପ୍ରେସ ସମ୍ମିଳନୀରେ ମହମ୍ମଦ ସିରାଜଙ୍କୁ କିପରି ନ୍ୟୁଜିଲାଣ୍ଡ ବିରୋଧରେ ବ୍ୟବହାର କରିବେ ତାହା ଭୁଲରେ କହି ଦେଇଥିଲେ ବିରାଟ କୋହଲି । ତେବେ ଏହା ସୁନିଶ୍ଚିତ ଯେ ବୁମରାହ ଓ ସିରାଜ୍ ଫାଇନାଲ ଖେଳିବେ । ମାତ୍ର ତୃତୀୟ ବୋଲର ଇଶାନ୍ତ ଶର୍ମା ଓ ମହମ୍ମଦ ଶାମି ଙ୍କ ମଧ୍ୟରୁ କିଏ ଖେଳିବେ ବୋଲି ଆପଣ ଭାବୁଛନ୍ତି ତାହା କମେଣ୍ଟ କରି ନିଶ୍ଚୟ ଜଣାଇବେ । ତେବେ ସମସ୍ତ ଉତ୍କୃଷ୍ଟ ଖେଳାଳିଙ୍କୁ ନେଇ ଏହି ଫାଇନାଲ ମ୍ୟାଚ କିପରି ରୋମାଞ୍ଚକର ହେବାକୁ ଯାଉଛି ତାହା ଦେଖିବା ବାକି ରହିଛି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।