ଶୀତ କାକରରେ ଶ୍ଵଶୁର ଘର ଆଗରେ ତିନି ଦିନ ହେବ ଧାରଣା ଦେଲେଣି ଯୁବତୀ, କଣ ମିଳିବ ତାଙ୍କୁ ନ୍ୟାୟ ? ଦେଖନ୍ତୁ ସେ କଣ କହୁଛନ୍ତି, ଦେଖନ୍ତୁ video

ନିଜକୁ ବୋହୂ ବୋଲି ଦାବି କରି ଶ୍ଵଶୁର ଘର ସାମନାରେ ଜିଦ୍ ରେ ବସି ରହିଛନ୍ତି ଯୁବତୀ । ବ୍ରହ୍ମପୁର ବ୍ରହ୍ମାନଗରର ପ୍ରମୋଦ ସାହୁଙ୍କ ଘର ସାମନାରେ ବସି ଧାରଣା ଦେଉଛନ୍ତି ଛାତ୍ରପୁର ଅଞ୍ଚଳର ଡିମ୍ପଲ ଦାସ । ପ୍ରମୋଦଙ୍କ ପରିବାର ବି-ରୋ-ଧ-ରେ ଅ-ଭି-ଯୋ-ଗ ଆଣି ଡିମ୍ପଲ କହିଛନ୍ତି କି ତାଙ୍କ ସାନ ପୁଅ ସୁମିତ ସାହୁଙ୍କୁ ସେ ଗତ ବର୍ଷ ସେପ୍ଟେମ୍ବର ମାସରେ କୋର୍ଟ ବିବାହ କରିଥିଲେ । ଶ୍ଵଶୁର ଘର ଲୋକେ ବୈଦିକ ରୀତିରେ ବିବାହ କରିବା ପାଇଁ ମିଛ ପ୍ରତିଶ୍ରୁତି ଦେଇ ଡିମ୍ପଲଙ୍କୁ ବାପଘରକୁ ପଠାଇ ଦେବା ପରେ ଠ-କି ଚାଲିଛନ୍ତି ।

ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ମଧ୍ୟ କଥା ରଖି ନଥିବାରୁ ଡିମ୍ପଲ ଶ୍ଵଶୁର ଘର ସାମନାରେ ଧାରଣା ଦେଇଛନ୍ତି । ତିନି ଦିନ ହୋଇ ଯାଇଥିଲେ ମଧ୍ୟ ଏହି ଘଟଣା ସମ୍ପର୍କରେ ସୁମିତ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ମିଳି ପାରିନାହିଁ । ସେପଟେ ଗତକାଲି ଧାରଣା ସ୍ଥଳରୁ ଡିମ୍ପଲଙ୍କ ଭାଇ ଏବଂ ବାପାଙ୍କୁ ଉଠାଇ ନେଇଛି ବିଏନପୁର ପୋ-ଲି-ସ । ଆଜିକୁ ତିନିଦିନ ହେବ ଶୀତ କାକରରେ ସୁମିତଙ୍କ ଘର ଆଗରେ ବସିଲେଣି ଡିମ୍ପଲ ।

କିନ୍ତୁ ଏହି ମା-ମ-ଲା-ରେ ଏବେ ପର୍ଯ୍ୟନ୍ତ ସାମନାକୁ ସୁମିତ କି ତାଙ୍କ ଘରଲୋକ କେହି ମଧ୍ୟ ଆସି ନାହାନ୍ତି କି ମୁହଁ ଖୋଲି ନାହାନ୍ତି । ଡିମ୍ପଲଙ୍କ ଏକା ଜିଦ୍ ସେ ଶ୍ଵଶୁର ଘରକୁ ଯିବେ । ଡିମ୍ପଲ ଓ ସୁମିତଙ୍କ ମା-ମ-ଲା ପୂର୍ବରୁ କୋ-ର୍ଟ-ରେ ଥିବାରୁ ଏନେଇ ପୋ-ଲି-ସ ମଧ୍ୟ କିଛି କରିପାରିବ ନାହିଁ ବୋଲି କହିଛି । ପୋ-ଲି-ସ କେବଳ କୋ-ର୍ଟ-ର ଆଦେଶ ପାଳନ କରିବ ବୋଲି କହିଥିଲେ ବ୍ରହ୍ମପୁର ଏସ-ପି । ତେବେ ଗତକାଲି ଘ-ଟ-ଣା ସ୍ଥଳରୁ ପୋଲିସ ଡିମ୍ପଲଙ୍କ ବାପା ଓ ଭାଇକଙ୍କୁ ଉଠାଇ ନେଇ ଯାଇଥିଲା ।

ଏନେଇ ଡିମ୍ପଲ କାନ୍ଦି କାନ୍ଦି କହିଥିଲେ ଯେମିତି ସେମାନଙ୍କୁ ସେଠାରୁ ଉଠାଇ ନେଇଛନ୍ତି ସେମିତି ଆଣି ଛାଡିକରି ଯାଆନ୍ତୁ । ଯେକୌଣସି ନେତା ମନ୍ତ୍ରୀ ସେଠାକୁ ଆସିଲେ ମଧ୍ୟ ସେ ଧାରଣାରୁ ହଟିବେ ନାହିଁ ବୋଲି କହିଛନ୍ତି । କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଲେ ଯାଇ ସେ ସେଠାରୁ ହଟିବେ କହିଛନ୍ତି ।

ସବକଲେକ୍ଟର ଅଫିସରୁ କେବଳ ତାଙ୍କ ସ୍ଵାମୀଙ୍କ ସହ କାଉନଶେଲିଂ ପାଇଁ କିଛି କାଗଜପତ୍ର ଆସିଥିଲା । ଯାହା ପଢିବା ପରେ ସେଥିରେ ଅନେକ କିଛି ଭୁଲ ଲେଖା ଯାଇଥିବା ଡିମ୍ପଲ ଜାଣିବାକୁ ପାଇଥିଲେ । କିନ୍ତୁ ସେମାନେ ବୁଝାଇବା ପରେ ସେଥିରେ ସେ ସାଇନ କରିଥିଲେ । ଏହାପରେ ସେମାନେ ଡିମ୍ପଲଙ୍କୁ ଓଲଟା ଧ-ମ-କ ଦେଇକି ଯାଇଥିଲେ ବୋଲି ସେ କହିଛନ୍ତି ।

ତିନି ଦିନ ହୋଇ ଯାଇଥିଲେ ମଧ୍ୟ ଡିମ୍ପଲ ଜିଦ୍ ଛାଡି ନାହାନ୍ତି କି ତାଙ୍କ ମନୋବଳ ମଧ୍ୟ ଭାଙ୍ଗି ଯାଇନାହିଁ । ସେ ନିଜ ପାଇଁ ନ୍ୟା-ୟ ଦାବି କରିଛନ୍ତି । ତେବେ କେବେ ଶ୍ଵଶୁର ଘରଲୋକଙ୍କ ପ୍ରତିକ୍ରିୟା ମିଳିବ ଓ ଡିମ୍ପଲଙ୍କୁ ନ୍ୟାୟ ମିଳିବ ଦେଖିବାକୁ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।