କେଉଁ ପ୍ରାଣୀ ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରିଥାଏ ? ଏହା ସହିତ ଆହୁରି 15 Gk Questions & Answers

ପୃଥିବୀରେ ପ୍ରତିଦିନ ଏତେ ସବୁ ଘ-ଟ-ଣା ଘ-ଟି-ଥା-ଏ ଓ ଏତେ ଜାଣିବା ବିଷୟ ରହିଛି ଯେ ସେ ସବୁକୁ ଏକା ଠାରେ ମନେ ରଖିବା ଯେକୌଣସି ସାଧାରଣ ଲୋକ ପକ୍ଷେ ଅସବମ୍ଭବ ଅଟେ । ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ ଯାହା ଯେକୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ସବୁଠି ଅଧିକାଂଶ ସମୟରେ ପଚରା ଯାଏ । ଏହି ପ୍ରଶ୍ନ ଗୁଡିକର ଉତ୍ତର ଜାଣିଥିଲେ ଇଣ୍ଟରଭ୍ୟୁ ବେଳେ ଆପଣଙ୍କ ସମସ୍ଯା ନିଶ୍ଚିତ ଭାବେ କମ ହୋଇଯିବ ।

୧- ମୈକମୋହନ ରେଖା କେଉଁ ଦୁଇ ଦେଶ ମଧ୍ୟରେ ଅବସ୍ଥିତ ?

ଉ: ଭାରତ ଓ ଚୀନ

୨- ରେଡକ୍ଲିଫ ରେଖା କେଉଁ ଦୁଇ ଦେଶ ମଧ୍ୟରେ ଅବସ୍ଥିତ ?

ଉ: ଭାରତ ଓ ପାକିସ୍ଥାନ

୩- ଏସିଆ ମହାଦେଶର ସର୍ବବୃହତ ମରୁଭୂମି କେଉଁଟି ?

ଉ: ଗୋବୀ

୪- ପୃଥିବୀର ସବୁ ଠାରୁ ବଡ ମସଜିଦ କେଉଁଟି ?

ଉ: ମସଜିଦ ଅଲ ହରାମ (ମକ୍କା)

୫- ଭାରତର ପ୍ରଥମ ପରମାଣୁ ବୁଡା ଜାହାଜ କେଉଁଟି ?

ଉ: ଆଇ. ଏନ. ଏସ. ଚକ୍ର

୬- ଭାରତର ପ୍ରଥମ ଆଣବିକ କେନ୍ଦ୍ର କେଉଁଟି ?

ଉ: ତାରାପୁର

୭- କେଉଁ ପୁରସ୍କାର ଏସିଆର ନୋବେଲ ପୁରସ୍କାର ନାମରେ ପରିଚିତ ?

ଉ: ରମଣ ମେଗସେସ ପୁରସ୍କାର

୮- ବ୍ଯାଙ୍କରୁ ନେଇଥିବା ଋଣ ପରିଶୋଧ କରିବା ସମୟରେ ଆମେ ‘EMI’ ଶବ୍ଦ ଶୁଣିଥାଉ । ଏଠାରେ ‘EMI’ ର ଫୁଲ୍ ଫର୍ମ କଣ ?

ଉ: Equated Monthly Installment

୯- ଭାରତର ପଡୋଶୀ ରାଷ୍ଟ୍ର ମାନଙ୍କ ମଧ୍ୟରୁ କେଉଁଟି ଆକାରରେ ସବୁଠୁ ଛୋଟ ?

ଉ: ଭୁଟାନ

୧୦- କେଉଁ ମୁଗଳ ଶାସକ ତାଙ୍କ ନିଜ ପୁତ୍ର ଦ୍ଵାରା ବନ୍ଦୀ ହୋଇଥିଲେ ?

ଉ: ଶାହାଜାହାନ

୧୧- କେଉଁ ମୁଖ୍ୟମନ୍ତ୍ରୀ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ହାଇକୋର୍ଟର ବିଚାରପତି ଥିଲେ ?

ଉ: ବିଜୟ ବହୁଗୁଣା

୧୨- ରାମାୟଣ କଥା ଅନୁସାରେ ରାଜା ଭାଗୀରଥୀ ପୃଥିବୀ ପୃଷ୍ଠରେ ଗଙ୍ଗା ସ୍ପର୍ଶ କରିବା ପୂର୍ବରୁ ଏହାର ବେଗ କମ୍ କରିବା ପାଇଁ କାହାକୁ ଅନୁରୋଧ କରିଥିଲେ ?

ଉ: ଶିବ

୧୩- ହିନ୍ଦୁ ପୌରାଣିକ କଥା ଅନୁସାରେ ଯଯାତିଙ୍କର କେଉଁ ପୁତ୍ର ପିତାଙ୍କ ବାର୍ଦ୍ଧକ୍ୟବସ୍ଥା ପାଇଁ ତାଙ୍କର ଯୌବନ ଅଦଳ ବଦଳ କରିଥିଲେ ?

ଉ: ପୁରୁ

୧୪- କେଉଁ ଭାରତୀୟ ବୋଲର ତାଙ୍କ ପ୍ରଥମ ଏକ ଦିବସୀୟ ମ୍ଯାଚର ପ୍ରଥମ ବଲ୍ ରେ ୱିକେଟ ହାସଲ କରିଥିଲେ ?

ଉ: ଭୁବନେଶ୍ଵର କୁମାର

୧୫- କେଉଁ ପ୍ରାଣୀ ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରିଥାଏ ?

ଉ: ସମୁଦ୍ରି ଘୋଡା

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଏହିଭଳି GK ପ୍ରଶ୍ନୋତ୍ତର ପାଇବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।