Whatsp ପାଇଁ ଭାଙ୍ଗିଗଲା ସବୁ ସ୍ୱପ୍ନ ଭାଙ୍ଗିଗଲା ସାତ ଜନ୍ମର ବନ୍ଧନ ।

ସାତ ଜନ୍ମ ପାଇଁ ସାଥି ହେବାକୁ ବାହାବେଦୀ ଉପରେ ଅଗ୍ନିକୁ ସାକ୍ଷୀ ରଖିଥିଲେ ହେଲେ ସବୁ ସ୍ୱପ୍ନକୁ ଭାଙ୍ଗିଦେଲା ସସଚିଆଲ ମିଡ଼ିଆ ସାଇଟ ହ୍ୱାଟ୍ସଆପ । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ନିରାଟ ସତ୍ୟ ହ୍ୱାଟ୍ସଆପ୍ ଉଜାଡି ପକାଇଲା ସୁନାର ସସାଂର । ମାତ୍ର କେଇ ମାସର ବିବାହ କରିଥିବା ନବ ଦମ୍ପତିଙ୍କୁ କେବଳ ହ୍ୱାଟ୍ସଆପ ପାଇଁ ଅଲଗା ହୋଇଯିବାକୁ ପଡିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ମଣିପୁରର ସିରର୍ସା ନାମକ ଜାଗାରେ । ଏହି କଥାକୁ ନେଇ ଏବେ ଏବେ ଦେଶ ସାରା ଚର୍ଚ୍ଚା ଜୋର ଧରିଛି ସୂଚନା ଅନୁସାରେ ମଣିପୁର ସିରର୍ସା ବାସୀ ବିମଳେଶ କୁମାରଙ୍କ ପୁତ୍ର ପ୍ରେମଚନ୍ଦ୍ରଙ୍କ ବିବାହ ଏହି ବର୍ଷ april ମାସରେ ନନ୍ଦପୁର ଗ୍ରାମର ସୋମନାଥଙ୍କ କନ୍ୟା ସହିତ ହୋଇଥିଲା ।

ବାହାଘର ପରେ ପରେ ନବବଧୁ ଜଣକ ସବୁବେଳେ ମୋବାଇଲରେ ହ୍ୱାଟ୍ସଆପ୍ ଚାଟ୍ କରୁଥିବା ଅଭିଯୋଗ ଆଣିଲେ ତାଙ୍କ ସ୍ୱାମୀ ପ୍ରେମଚନ୍ଦ୍ର ।

ତସଙ୍କର କହିବା କଥାକି ଯେତେ ଚେଷ୍ଟା କରିଲେ ମଧ୍ୟ ପତ୍ନୀ ସବୁବେଳେ ଚାଟ କରିବାରେ ମଗ୍ନ ଏହାର ସମାଧାନ ପାଇଁ ଉଭୟ ପରିବାର ପକ୍ଷକୁ ପଂଚାୟତରେ ସମାଧାନର ବାଟ ପଚରା ଯିବାରୁ ନବଦମ୍ପତି ଅଲଗା ହେବାକୁ ନିଷ୍ପତି ନେଲେ । କାରଣ ନବବଧୁ ଜଣକ ମୋବାଇଲ ଛାଡିବାକୁ ନାରାଜ୍ । ସେପଟେ ମୋବାଇଲ ନ ଛାଡିଲେ କୌଣସି ସମ୍ପର୍କ ରଖିବେ ନାହିଁ ବୋଲି କହିଲେ ସ୍ୱାମୀ ପ୍ରେମଚନ୍ଦ୍ର ଏହା ଶୁଣି ପଞ୍ଚାୟତ ନିଷ୍ପତି ନେଲେ ବିବାହ ସମୟରେ ଦିଆନିଆ ହୋଇଥିବା ଯୌତୁକ ସମାଗ୍ରୀକୁ ଉଭୟ ପରିବାର ଫେରାଇ ଦେବେ ।

ଏହା ସହିତ କେଉଁ କାରଣରୁ ଦୁହେଁ ଅଲଗା ହେଲେ ପଞ୍ଚାୟତରେ ଏକ ଲିଖିତ ଆକାରରେ ପତ୍ର ଦେବେ ଉଭୟ ପରିବାର ବର୍ଗ । ତେବେ ସମାଜରେ ଅନେକ ପ୍ରଭାବ ସୃଷ୍ଟି କରୁଛି ଟେକନୋଲୋଜୀ ଏହା ବହୁତ ସମୟରେ ପରିବାରକୁ ରକ୍ଷା କରୁଛି ତ ଆଉ କେତେବେଳେ ପରିବାରକୁ ଭାଙ୍ଗି ଦେଉଛି whatsp ଭଳିଆ ସୋସିଆଲ ସାଇଟ ।