ବିଶ୍ବାସ ନହେଲେ ବି ସତ, ଆଉ ମଣିଷକୁ ଛୁଇଁ ପାରିବନି ମୃତ୍ୟୁ ! ବୈଜ୍ଞାନିକଙ୍କ ଏହି ସଫଳତା ମଣିଷକୁ ଦେବ ଅମରବର ! 

ଆଉ ମଣିଷକୁ ଛୁଇଁ ପାରିବନି ମୃ-ତ୍ୟୁ । କାରଣ ମଣିଷକୁ ଅମର ରଖିବ ବିଜ୍ଞାନ । ମର୍ତ୍ତ୍ୟରେ ଜନ୍ମ ନେଇଥିବା ପ୍ରତ୍ଯେକ ବ୍ୟକ୍ତିଙ୍କର ମୃ-ତ୍ୟୁ ସୁନିଶ୍ଚିତ । ହେଲେ ମଣିଷକୁ ଯେଉଁ ଅମରବର ଦେବାକୁ ଭଗବାନଙ୍କ ପାଖେ ମଧ୍ୟ କ୍ଷମତା ନଥିଲା ଏବେ ମଣିଷ ନିଜେ ତାହା କରି ଦେଖାଇବ । ବିଜ୍ଞାନ ବଳରେ ମଣିଷ ମୃ-ତ୍ୟୁକୁ ଜିତିବ । ଯୁଗ ଯୁଗ ଧରି ମଣିଷ ଅମର ହେବାର କୌଶଳ ଖୋଜି ଆସୁଥିବା ବେଳେ ଏବେ ଏହାର ଅନ୍ତ ହୋଇଛି । ବୈଜ୍ଞାନିକ ମାନେ ମଣିଷକୁ ଅମର କରିବାର କୌଶଳ ଖୋଜି ପାଇଛନ୍ତି ।

ଏଥିପାଇଁ ବୈଜ୍ଞାନିକ ମାନେ ଏକ ଡେଡଲାଇନ ଦେଇଛନ୍ତି, ଯାହା ପାରି ହେବା ପରେ ମଣିଷ ସବୁଦିନ ପାଇଁ ଅମର ହୋଇଯିବ । ବୈଜ୍ଞାନିକଙ୍କ କହିବା ଅନୁଯାୟୀ ମଣିଷ ଯଦି 2025 ପର୍ଯ୍ୟନ୍ତ ବଞ୍ଚିଯାଏ ତେବେ ମୃ-ତ୍ୟୁ ତା’ ପାଖକୁ ଆଉ ଆସିବନି । ଇଣ୍ଟରନ୍ୟାସନାଲ ନନପ୍ରଫିଟ ସଂସ୍ଥା ହ୍ୟୁମାନିଟି ପ୍ଲସ ର ଡକ୍ଟର ଜୋଶ କାର୍ଡିରୋ ଦାବି କରିଛନ୍ତି ଯେ ଆଉ କିଛି ବର୍ଷ ପରେ ଆମ ପାଖରେ ଅମର ହେବାର ରହସ୍ୟ ଖୋଲିଯିବ ।

ତାଙ୍କ କହିବା ଅନୁଯାୟୀ 2030 ରେ ଜୀବିତ ଥିବା ଲୋକ ପ୍ରତିବର୍ଷ ତାଙ୍କ ବୟସ ବଢାଇ ପାରିବେ । 2045 ମସିହା ପରେ ଲୋକଙ୍କୁ ଅମର କରିବାର କାର୍ଯ୍ୟକ୍ରମ ଆରମ୍ଭ ହେବ । ତେବେ ଏହା କେମିତି ସମ୍ଭବ ହେବ ସେନେଇ ସେମାନେ ଖୋଲି କରି କିଛି କହିନାହାନ୍ତି । ତେବେ ସେଥିପାଇଁ ରୋବଟିକ୍ସ ଏବଂ ଏଆଇ ର ସହାୟତା ନିଆଯାଇ ପାରେ ।

ଯାହାଦ୍ୱାରା ଶରୀରରୁ ବୟସ ବୃଦ୍ଧିର ଛାପ ହଟିଯିବ ଏବଂ ମୃ-ତ୍ୟୁ ମଣିଷକୁ ଛୁଇଁ ପାରିବ ନାହିଁ । ଡାକ୍ତର କାର୍ଡିରୋ କହିଛନ୍ତି ପୂର୍ବରୁ ମଣିଷର ଆୟୁଷ ବହୁତ କମ୍ ରହୁଥିଲା । 1881 ରେ ଭାରତରେ ମଣିଷ ପାଖାପାଖି 25 ବର୍ଷ 4 ମାସ ବଞ୍ଚୁଥିବା ବେଳେ 2019 ରେ ଏହା ବୃଦ୍ଧି ପାଇ 69 ବର୍ଷ 7 ମାସରେ ପହଞ୍ଚିଛି ।

ଏହି ଫର୍ମୁଲାରେ ଡ଼ିଏନଏ ରେ ଏଞ୍ଜାଇମକୁ ରିଭର୍ସ କରି ବଦଳା ଯାଇପାରିବ । ସେ ଆହୁରି ମଧ୍ୟ କହିଛନ୍ତି, ହାୱାର୍ଡ ଏବଂ ବୋଷ୍ଟନ ଲ୍ୟାବରେ ହୋଇଥିବା ଏକ ଅନୁଧ୍ୟାନରୁ ଜଣାଯାଇଛି ଏହି ପ୍ରକ୍ରିୟାରେ ଏକ ବୟସ୍କ ମୂଷାକୁ ଯୁବାବସ୍ଥାକୁ ଫେରାଇ ନିଆ ଯାଇଥିଲା । ଏହାଦ୍ବାରା ବୟସ ଯୋଗୁଁ ଦୁର୍ବଳ ଦୃଷ୍ଟିଶକ୍ତି ମଧ୍ୟ ଠିକ ହୋଇ ଯାଇଥିଲା ।

ହାୱାର୍ଡ ଏବଂ ବୋଷ୍ଟନର ମିଳିତ ଉଦ୍ୟମରେ ହୋଇଥିବା ଏହି ଗବେଷଣା ଏକ ବୈଜ୍ଞାନିକ ପତ୍ରିକାରେ ପ୍ରକାଶ ପାଇଥିଲା । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଏହି ପ୍ରକ୍ରିୟାରେ କେବଳ ବଢୁଥିବା ଆୟୁଷ କମିବ ତାହା ନୁହେଁ ବରଂ କମ ବୟସକୁ ମଧ୍ୟ ବଢାଇ ପାରିବେ ।

2022 ର କେମ୍ବ୍ରିଜ ବିଶ୍ଵ ବିଦ୍ୟାଳୟର ବୈଜ୍ଞାନିକ ମାନେ ମଧ୍ୟ ସମାନ କଥା କହିଥିଲେ । ଏହି ପ୍ରକ୍ରିୟାରେ ବ୍ୟକ୍ତିଙ୍କ ବୟସ 30 ବର୍ଷ ପଛକୁ ଯାଇପାରିବ ବୋଲି ସେମାନେ କହିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।