T-20 World Cup କୁ ନେଇ ଅସାଧାରଣ ଭବିଷ୍ୟବାଣୀ କଲେ Virender Sehwag, ବୀରୁଗିରିରେ ପ୍ରଶଂସକଙ୍କୁ ସେ ଯାହା ଉତ୍ତର ଦେଲେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ video

ଟି-୨୦ ବିଶ୍ଵକପକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହୱାଗ କରିଛନ୍ତି ଏକ ବଡ ଭବିଷ୍ୟବାଣୀ । ସବୁବେଳେ ମ୍ଯାଚକୁ ନେଇ ରୋକଠୋକ କହୁଥିବା ସେହୱାଗ ଯେଉଁ ଟିମ୍ କୁ ଟାଇଟଲ ନେବ ବୋଲି କହିଛନ୍ତି ସେହି ଟିମ୍ ଏବେ ଦମଦାର ଫର୍ମରେ ରହିଛି । ଟି-୨୦ ବିଶ୍ଵକପର ପ୍ରତି ମ୍ଯାଚ ଉପରେ ନଜର ରଖିଛନ୍ତି ବିରେନ୍ଦ୍ର ସେହୱାଗ । ସବୁଠୁ ଖାସ୍ କଥା ହେଉଛି ମ୍ଯାଚ ପୂର୍ବରୁ ଓ ପରେ ଏହାର ପୋ-ଷ୍ଟ-ମ-ର୍ଟ-ମ କରିଥାନ୍ତି ଏହି ନଜବଗଡର ନବାବ୍ ।

ତେବେ ସୁପର-୧୨ ପର୍ଯ୍ୟାୟରେ ଆଉ ଅଳ୍ପ କେତୋଟି ମ୍ଯାଚ ବାକି ଥିବା ବେଳେ ସେମି ଫାଇନାଲ ଚିତ୍ର ଏ ଯାବତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ସୁପର-୧୨ ପର୍ଯ୍ୟାୟ ଶେଷ ହେବା ପୂର୍ବରୁ କେଉଁ ଟିମ୍ ସେମି ଫାଇନାଲ ଖେଳିବ ଓ କିଏ ଚମ୍ପିୟାନ ହେବ ଏହାକୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି ସେହୱାଗ । ସୋ-ସି-ଆ-ଲ ମି-ଡି-ଆ-ରେ ନିଜର ସ୍ଵତନ୍ତ୍ର କାର୍ଯ୍ୟକ୍ରମ ବୀରୁଗିରିରେ କ୍ରିକେଟ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଇ ସେହୱାଗ କହିଛନ୍ତି, ‘ମୋତେ ଲାଗୁଛି ପାକିସ୍ତାନ ଓ ଇଂଲଣ୍ଡ ଟାଇଟଲ ପାଇଁ ମୁହାଁମୁହିଁ ହେବେ ।

ଆଉ ଫାଇନାଲ ମୁ-କା-ବି-ଲା-ରେ ପାକିସ୍ତାନକୁ ମାତ୍ ଦେଇ ଟି-୨୦ ଚମ୍ପିୟାନ ହୋଇପାରେ ଇଂଲଣ୍ଡ ।’ ତେବେ ସେହୱାଗଙ୍କ ଏଭଳି ଆକଳନକୁ ନେଇ ଆଶ୍ଚର୍ଯ୍ୟ ହେବାର ମଧ୍ୟ କିଛି ଆବଶ୍ୟକତା ନାହିଁ । କାରଣ ଚଳିତ ର-୨୦ ବିଶ୍ଵକପରେ ଦମଦାର ଫର୍ମରେ ରହିଛି ଇଂଲଣ୍ଡ ଟିମ୍ । ବ୍ୟାଟିଂ, ବୋଲିଂ ଓ ଫିଲ୍ଡି॰ ପ୍ରତ୍ଯେକ କ୍ଷେତ୍ରରେ ଇଂଲଣ୍ଡ ଖେଳାଳିଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି । ଖାସ କରି ଯୋଶ ବଟଲର ଚମତ୍କାର ଫର୍ମରେ ରହିଛନ୍ତି ଯାହାର ଫଳାଫଳ ପଏଣ୍ଟ ଟେବୁଲରେ ଦେଖିବାକୁ ମିଳୁଛି ।

ଇଂଲଣ୍ଡ ଏବେ ପର୍ଯ୍ୟନ୍ତ ଚାରୋଟି ଯାକ ମ୍ଯାଚରେ ବିଜୟୀ ହେବା ସହ ଗୃପର ଶୀର୍ଷରେ ରହିଛି ଓ ଏହାସହ ସେମି ଫାଇନାଲ ଟିକେଟ ହାତେଇଛି । ତେଣୁ ଇଂଲଣ୍ଡ ଟିମ୍ କୁ ଟାଇଟଲ ରେସ୍ ରେ ଆଗରେ ରଖିଛନ୍ତି ସେହୱାଗ । ଅନ୍ୟପଟେ ଟି-20 ବିଶ୍ଵକପର ସୁପର-୧୨ ଆରମ୍ଭ ହେବା ପୂର୍ବରୁ ଇଂଲଣ୍ଡକୁ ଆଗରେ ରଖିଥିଲେ ପୂର୍ବତନ ଅଷ୍ଟ୍ରେଲିଆ ବୋଲର ସେନ୍ ୱାର୍ଣ୍ଣ । ଆଉ ତାଙ୍କ ଆକଳନକୁ ଏଯାଏଁ ସଠିକ ପ୍ରମାଣିତ କରିଆସିଛି ଇଂଲଣ୍ଡ ।

ଅନ୍ୟପଟେ ସେମି ଫାଇନାଲ ଟିକେଟ ପାଇଁ ଏବେ ବି ଆଶା ବାନ୍ଧି ବସିଛି ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ ଆଫଗାନିସ୍ତାନ ଠାରୁ ପରାଜିତ ହେଲେ ଇଣ୍ଡିଆ ପାଇଁ ସେମି ଫାଇନାଲ ରାସ୍ତା ଖୋଲିଯିବ । ତେଣୁ ଏବେ ଏହି ମ୍ଯାଚ ଉପରେ ସମସ୍ତଙ୍କ ନଜର ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।