T20 Cricket Team ର କ୍ୟାପେଟେନସିପ ଛାଡିବା ପୂର୍ବରୁ Virat କହିଲେ ନିଜ ମନର କଥା, ଆପଣ ମଧ୍ୟ ଶୁଣିଲେ ଭାବବିହ୍ଵଳ ହୋଇଯିବେ, ଦେଖନ୍ତୁ video

ନାମ୍ବିଆ ବିପକ୍ଷରେ ବିଜଯ ସହ ଚଳିତ ଟି-୨୦ ବିଶ୍ଵକପ୍ ରେ ଟିମ୍ ଇଣ୍ଡିଆର ଅଭିଯାନ ଶେଷ ହୋଇଛି । ଆଉ ଏଥିସହ ବିରାଟ କୋହଲି ମଧ୍ୟ ଟି-୨୦ ମ୍ଯାଚରେ ଅଧିନାୟକ ପଦରୁ ବିଦାୟ ନେଇଛନ୍ତି । ଏଣିକି ଟି-୨୦ ଫର୍ମାଟରେ କୋହଲିଙ୍କୁ ଆଉ ଟସ୍ ପକାଉଥିବାର ଦେଖିବାକୁ ମିଳିବନି । ତେବେ ନାମ୍ବିଆ ବିପକ୍ଷ ମ୍ଯାଚ ପରେ କୋହଲି ମୁହଁ ଖୋଲିବା ସହ ମନର କଥା ପ୍ରକାଶ କରିଛନ୍ତି । କୋହଲି କହିଛନ୍ତି, “ଏଭଳି ଦାୟିତ୍ଵ ଛାଡିବା ପରେ ଟିକେ ହାଲୁକା ଲାଗୁଛି । ଏହା ମୋ ପାଇଁ ସବୁଠୁ ସ୍ମରଣୀୟ ଓ ଗର୍ବର ମୂହୁର୍ତ୍ତ ହୋଇ ରହିବ ।

କିନ୍ତୁ ଆମକୁ ଏହିଠାରୁ ଆହୁରି ଆଗକୁ ବଢିବାକୁ ପଡିବ । ନିଜ ଉପରୁ କାର୍ଯ୍ୟଚାପ କମାଇବାର ଏହା ଉପଯୁକ୍ତ ସମୟ । ଗତ ୬-୭ ବର୍ଷ ହେବ ଲଗାତାର କ୍ରିକେଟ ଖେଳି ଆସୁଛି । ଏକ ଟିମ୍ ଭାବେ ଆମେ ଭଲ ପ୍ରଦର୍ଶନ ମଧ୍ୟ କରିଛୁ । ହାଁ ଏଠାରେ ବିଶ୍ଵକପ୍ ରେ ଆମେ ଭଲ ପ୍ରଦର୍ଶନ କରି ପାରିନାହୁଁ ସତ, କିନ୍ତୁ ଅନେକ ଥର ଟି-୨୦ ମ୍ଯାଚରେ ଆମେ ଖୁବ ଭଲ ଖେଳିଛୁ । ପ୍ରଥମ ଦୁଇଟି ମ୍ଯାଚର ପ୍ରଥମ ଦୁଇ ଓଭର ଯଦି ଭଲ ଖେଳିଥାନ୍ତୁ ତେବେ ଫଳାଫଳ କିଛି ଭିନ୍ନ ହୋଇଥାନ୍ତା ।”

ତେବେ ଅଧିନାୟକ ପଦ ଛାଡିବା ପରେ ମଧ୍ୟ ପଡିଆରେ ପୂର୍ବ ଭଳି ଯୋଶ ଦେଖିବାକୁ ମିଳିବ ବୋଲି କହିଛନ୍ତି କୋହଲି । ଏହି ଅଭ୍ଯାସ କେବେ ବଦଳିବ ନାହିଁ । ଯେଉଁଦିନ ପଡିଆରେ ଆଉ ଯୋଶ ଦେଖିବାକୁ ମିଳିବନି ସେଦିନ ଆଉ ଖେଳିବିନି ବୋଲି ସେ କହିଛନ୍ତି । ଏହାସହ ନାମ୍ବିଆ ବିପକ୍ଷରେ ସେ କାହିଁକି ବ୍ୟାଟିଂ କରିବାକୁ ଆସି ନଥିଲେ ବୋଲି ତାଙ୍କୁ ପଚରା ଯାଇଥିଲା । ଏହାର ଉତ୍ତରରେ ସେ କହିଥିଲେ ଚଳିତ ଟୁର୍ଣ୍ଣାମେଣ୍ଟରେ ସୂର୍ଯ୍ୟ କୁମାର ଯାଦବଙ୍କୁ ବ୍ୟାଟିଂ କରିବାକୁ ଅଧିକ ସୁଯୋଗ ମିଳି ନଥିଲା ।

ଜଣେ ଯୁବ ଖେଳାଳି ଭାବେ ସେ ବିଶ୍ଵକପ୍ ରେ ଏକ ଭଲ ଅନୁଭୂତି ହାସଲ କରିବାକୁ ଚାହିଁଥିଲେ । ତେଣୁ ସେ ବ୍ୟାଟିଂ ନଆସି ସୂର୍ଯ୍ୟ କୁମାର ଯାଦବଙ୍କୁ ସୁଯୋଗ ଦେଇଥିଲେ । ବିରାଟଙ୍କ ଅଧିନାୟକତାରେ ପ୍ରାୟ ୫୦ଟି ମ୍ଯାଚ ଖେଳିଛି ଟିମ୍ ଇଣ୍ଡିଆ । କେବଳ ଆଇସିସି ଟୁର୍ଣ୍ଣାମେଣ୍ଟକୁ ଛାଡିଦେଲେ ଅନ୍ୟ ଟି-୨୦ ମ୍ଯାଚରେ ଟିମ୍ ଇଣ୍ଡିଆ ଖୁବ ଦମଦାର ପ୍ରଦର୍ଶନ କରିଛି ।

ତେବେ ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଏହି ଟି-୨୦ ଟୁର୍ଣ୍ଣାମେଣ୍ଟ ପରେ ଅଧିନାୟକ ପଦ ଛାଡିବାକୁ ପୂର୍ବରୁ ଘୋଷଣା କରିଥିଲେ ବିରାଟ କୋହଲି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।