ଯେବେ ଇମରାନ ଖାନ ନିଜେ ସ୍ଵୀକାର କଲେ…ହଁ ପାକିସ୍ଥାନ ହିଁ କରାଇଥିଲା ପୁଲୱାମା ଆଟାକ, ସୋସିଆଲ ମିଡିଆରେ ଭାଇରାଲ ହେଲା ଏହି ଭିଡିଓ, ଦେଖନ୍ତୁ

ପାକିସ୍ଥାନ କବଜାରେ ହାରାହାରି 60 ଘଣ୍ଟା ରହିବା ପରେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ପାକିସ୍ଥାନରୁ ସ୍ଵଦେଶକୁ ସକୁଶଳ 1 ମାର୍ଚ୍ଚ କୁ ଫେରି ଆସିଲେ ଯାହା ଦ୍ଵାରା ପୁରା ଦେଶରେ ଖୁସି ଖେଳିଗଲା । ଯେଉଁଠି ଭାରତର କାରବାଇ ଦ୍ଵାରା ପ୍ରେସର ପଡିବା କାରଣରୁ ପାକିସ୍ଥାନ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ ମଧ୍ୟ ଶେଷ ସମୟରେ ସେ ନିଜର ଖରାପ ସ୍ଵଭାବ ଛାଡିଲା ନାହିଁ । ପାକିସ୍ଥାନୀ ବାୟୁସେନା ଅଭିନନ୍ଦନଙ୍କୁ ଛାଡିବା ପୂର୍ବରୁ ଗୋଟିଏ ଭିଡିଓ କରିଥିଲେ ଯେଉଁଥିରେ ପାକିସ୍ଥାନ ର ପ୍ରଶଂସା କରା ଯାଇଥିଲା, ପ୍ରକୃତରେ ଏହି ଭିଡିଓକୁ ବହୁତ ଥର ଏଡିଟ କରି ତିଆରି କରା ଯାଇଥିଲା ଅର୍ଥାତ ଟେକନିକ ର ସାହାରା ନେଇ ଏହା କରା ଯାଇଥିଲା ।

ଏହା ଥିଲା ଭାରତର ଶକ୍ତ ଜବାବ

ଯେମିତି ହିଁ ଏହି ଭିଡିଓ 15 କଟ ସହିତ ଇଣ୍ଟରନେଟ ରେ ଭାଇରାଲ ହେଲା, ଏହା ବୁଝିବାରେ ଡେରି ହେଲା ନାହିଁ କି ଏହା କେବଳ ଭଲ ଭିଡିଓ ଏଡିଟିଂ ର ଏକ ନମୁନା ଅଟେ ବୋଲି । କିନ୍ତୁ ପାକିସ୍ଥାନକୁ କଣ ଲାଗିଲା କି ଭାରତରେ କୌଣସି ଭଲ ଭିଡିଓ ଏଡିଟର ନାହାଁନ୍ତି ? ଏବେ ଅଭିନନ୍ଦନଙ୍କର ଏକ ଭିଡିଓ ଇଣ୍ଟରନେଟ ରେ ଭାଇରାଲ ହେଉଥିଲା  ବେଳେ ବାଲା ନାମର ଏକ ବ୍ୟକ୍ତି ଇମରାନ ଖାନଙ୍କ ସଂସଦରେ ଦେଉଥିବା ଭାଷଣକୁ ଏମିତି ଏଡିଟି କରି ପ୍ରସ୍ତୁତ କଲେ, ଯେମିତି ଲାଗୁଛି ଇମରାନ ଖାନ ନିଜେ କହୁଛନ୍ତି କି ସେ ହିଁ ଆତଙ୍କି ଆକ୍ରମଣ କରାଇଛନ୍ତି । ସବୁ ଦୋଷ ସ୍ଵୀକାର କରିଛନ୍ତି, ତାହା ବି ପୁରା ସଂସଦ ସାମ୍ନାରେ । ଏହା ହେଉଛି ସେହି ଭିଡିଓ ।

ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଥିବା ଏହି ଭିଡିଓରେ ଇମରାନ ଖାନ ପାକିସ୍ଥାନୀ ସଂସଦରେ ଠିଆ ହୋଇ କହୁଛନ୍ତି, “ଏତିକିରେ ପୁଲବାମା ହୋଇଗଲା, ଯାହା ପାକିସ୍ଥାନ କରାଇଥିଲା । ମୁଁ ଭାରତକୁ କହିଲି, ଯଦି ତୁମେ ଆମକୁ ପ୍ରମାଣ ଦେବ ତେବେ ଆମେ ନେବୁ ନାହିଁ । ଆମେ ପାକିସ୍ଥାନ ଭିତରେ ଆତଙ୍କିମାନଙ୍କୁ ନିଜ ଜାଗାକୁ ବ୍ୟବହାର କରିବାକୁ ଦେବୁ, ଯାହା ବି ଆମର ସମସ୍ୟା ହେବ ଆମେ ଆତଙ୍କିମାନଙ୍କ ଜରିଆରେ ପୂରଣ କରିବୁ ।“ ଏହି ଭିଡିଓ କୁ ନେଇ ବହୁତ ଲୋକ ଏହାକୁ ପାକିସ୍ଥାନ କୁ ଶକ୍ତ ଜବାବ ବୋଲି କହିଛନ୍ତି ।

ଇମରାନ ଙ୍କ ଭର୍ଶନ ନେଇ ଆସିଲା ଟ୍ଵିଟର ୟୁଜର

ଏହି ଭିଡିଓ ତୀବ୍ର ଗତିରେ ଭାଇରାଲ ହେବାକୁ ଲାଗିଛି ଓ ଏହାକୁ 21 ହଜାର ରୁ ଅଧିକ ଥର ରିଟ୍ଵିଟ କରା ଯାଇଛି । ଏହି ଭିଡିଓ କୁ ଟ୍ଵିଟରରେ ବହୁତ ସେୟାର କରା ଯାଉଛି ଓ କିଛି ୟୁଜର ପାକିସ୍ଥାନ ଓ ଇମରାନ ଖାନଙ୍କୁ ପରିହାସ କରୁଛନ୍ତି, ଏଥିରେ ଇମରାନ ଖାନଙ୍କର କିଛି ଏଡିଟେଡ ଭିଡିଓ ଟ୍ଵିଟର ରେ ସେୟାର କରା ଯାଉଛି ।

ଏହି ପୋଷ୍ଟଟିକୁ ଅଧିକରୁ ଅଧିକ ଶେୟର କରନ୍ତୁ । ଏହି ଭିଡିଓ ସମ୍ବନ୍ଧରେ ଆପଣଙ୍କ ମତାମତ କମେଣ୍ଟ ରେ ଦିଅନ୍ତୁ । ଆଗକୁ ଅପଡେଟ ପାଇବା ପାଇଁ ଓଡିଆ ଫାଷ୍ଟ କୁ ଲାଇକ କରନ୍ତୁ ।