ରହିଲେ ନାହିଁ ଏହି ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀ- ସାରା ବଲୀଉଡ ଜଗତରେ ଏବେ ଶୋକର ଛାୟା

ନମସ୍କାର ବନ୍ଧୁଗଣ, ଏବେ ଏବେ ବଲୀଉଡ ଜଗତରୁ ଆସିଛି ଏକ ଦୁଃଖଦ ଖବର । ମୁମ୍ବାଇର ସିଟି କେୟାର ହସ୍ପିଟାଲରେ ଭେଟେରାନ ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କର ହୋଇଛି ପରଲୋକ । ସେ ବର୍ତ୍ତମାନ ୭୧ ବର୍ଷର ହୋଇଥିଲେ ଓ କିଛି ଦିନ  ତାଙ୍କର ହୃଦ୍ ରୋଗ ଥିଲା ଓ ନିଶ୍ଵାସ ନେବାରେ ମଧ୍ୟ ଅସୁବିଧା ହେଉଥିଲା ଯେଉଁଥି ପାଇଁ ତାଙ୍କର ଚିକତ୍ସା ଚାଲିଥିଲା । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ସେ ଏବେ ବି କାର୍ଯ୍ୟରତ ଥିଲେ  ।

ସେ ଷ୍ଟାର ପ୍ଲସ ରେ ପ୍ରସାରିତ ‘କୁଲଫି କୁମାର ବାଜେଓ୍ବାଲା’ ସିରିୟଲ ରେ ବି ଏବେ ନଜର ଆସୁ ଥିଲେ । ଏଥିରେ ସେ ଜେଜେ ମା’ ର ଅଭିନୟ କରି ଥିଲେ ।

ତେବେ ତାଙ୍କର ଜନ୍ମ ମୁମ୍ବାଇ ରେ ୧୯୪୭ ମସିହା ନଭେମ୍ବର ୧୫ ତାରିଖରେ ହୋଇ ଥିଲା । ସେ ନିଜର କ୍ଯାରିୟର ମାତ୍ର ୧୮ବର୍ଷ ବୟସରେ ଆରମ୍ଭ କରି ଥିଲେ । ସେ ବହୁତ ଫିଲ୍ମରେ କାମ ମଧ୍ୟ କରିଛନ୍ତି । ତାଙ୍କ ଅଭିନୀତ ଫିଲ୍ମ ଗୁଡିକ ହେଉଛି ରଜନୀ ଗନ୍ଧା, ହଓ୍ବସ, ଛୋଟି ସି ବାତ୍, ମେରା ଜୀବନ, ଇନକାର, ଜୀବନ ମୁକ୍ତ, କିତାବ, ପତି ପତ୍ନୀ ଔର ଓ୍ବ, ତୁହ୍ମାରେ ଲିୟେ, ସବୁତ ଆଦି ଅନେକ ଫିଲ୍ମ ଅଛି ।

ତାଙ୍କର ଗୀତ ‘ଥଣ୍ଡେ ଥଣ୍ଡେ ପାନି ସେ ନାହାନା ଚହିୟେ’ ବେସ୍ ଚର୍ଚ୍ଚିତ ଥିଲା । କେବଳ ଫିଲ୍ମ ନୁହେଁ ସେ ବହୁତ ସାରା ଟିଭି ସେରିୟଲ ମଧ୍ୟ କରିଛନ୍ତି ଏବଂ ଯାହା ବହୁତ ଫେମସ ମଧ୍ୟ ଅଟେ, ସେ ଗୁଡିକ ହେଲା କାବ୍ୟାଞ୍ଜଳି, ଜାରା, ନିମ୍ ନିମ୍ ସହଦ ସହଦ, କୁବୁଲ ହୈ, ଇସ୍କ କା ରଙ୍ଗ୍ ସଫେଦ ଏବଂ ଚନ୍ଦ୍ର ନନ୍ଦିନୀ ରେ ଅଭିନୟ କରିଛନ୍ତି ।

ତେବେ ତାଙ୍କ ପରିବାର କହିବାକୁ ଗଲେ କେହି ନାହିଁ ସେ ଦୁଇ ଦୁଇଟି ବିବାହ କରିଥିଲେ ସତ କିନ୍ତୁ ଜଣେ ତାଙ୍କୁ ଅଧବାଟରେ ଛାଡି ଆରପାରି ଚାଲି ଗଲେ ଓ ଅନ୍ୟ ଜଣେ ତାଙ୍କ ଉପରେ ଅତ୍ୟାଚାର କରିବାରୁ ସେ ତାଙ୍କୁ ଛାଡି ଏକା ରହୁ ଥିଲେ । ସେ ଗୋଟେ ପୋଷ୍ୟ କନ୍ୟା ସନ୍ତାନ ଗ୍ରହଣ କରି ଥିଲେ ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।