Vastu Shastra- ଭୁଲରେ ବି ତୁଳସୀ ଗଛକୁ ଏହି ଦିଗରେ ଲଗାନ୍ତୁ ନାହିଁ, ଜୀବନସାରା ରହିଥାଏ ଦରିଦ୍ରତା

ତୁଳସୀ ଗଛ ହିନ୍ଦୁ ଧର୍ମରେ ସବୁଠାରୁ ପବିତ୍ର ଗଛ ବୋଲି କୁହାଯାଇଛି । ତୁଳସୀ ଗଛ ଦେବୀ ବୃନ୍ଦା ଙ୍କ ଆତ୍ମାରୁ ପ୍ରକଟ ହୋଇଛି ଏବଂ ଏହା ଭଗବାନ ବିଷ୍ଣୁ ଙ୍କ ସବୁଠାରୁ ପ୍ରିୟ ଗଛ ଅଟେ । ତୁଳସୀ ଗଛ ନିଜ ଭିତରେ ବହୁତ ପ୍ରକାରର ରୋଗ କୁ ଦୁର କରିବାର ଶକ୍ତି ରଖିଥାଏ ସାଥିରେ ଏହା ନକାରାତ୍ମକ ଶକ୍ତି କୁ ଘର ଠାରୁ ଦୂରରେ ରଖିଥାଏ । ଯଦି ଆପଣଙ୍କ ଘରେ ତୁଳସୀ ଗଛ ଅଛି ତେବେ ଏହା ଘରେ ଆସୁଥିବା ସବୁ ଅସୁବିଧା କୁ ଦୂରେଇ ରଖିଥାଏ । କିନ୍ତୁ ତୁଳସୀ ଗଛକୁ ଠିକ ଦିଗ ରେ ଲଗାଇବା ଉଚିତ ।

ତୁଳସୀ ଗଛ କୁ ସବୁଦିନ ପାଣି ଚଢେଇବା ର ମଧ୍ୟ ପରମ୍ପରା ଚାଲିଆସିଛି । ଶାସ୍ତ୍ରରେ ତୁଳସୀ ଗଛ କୁ ମା ଲକ୍ଷ୍ମୀ ଙ୍କ ରୂପ ବୋଲି କୁହାଯାଇଛି । ତୁଳସୀ ଗଛ ଘରେ ରହିଲେ ମନକୁ ଶାନ୍ତି ମିଳିଥାଏ । ଯଦି ଆପଣ ପ୍ରତିଦିନ ୫ ଟି ତୁଳସୀ ପତ୍ର ଖାଇବେ ତେବେ ଏହା ଆପଣଙ୍କ ଭିତରେ ଥିବା ବହୁତ ରୋଗକୁ ଦୂର କରିଥାଏ ।

କିନ୍ତୁ ଧ୍ୟାନ ରଖନ୍ତୁ ତୁଳସୀ ପତ୍ର କୁ ଦାନ୍ତରେ ଚୋବେଇକି ଖାଇବା କଥା ନୁହଁ ଏହା ଦ୍ଵାରା ମା ବୃନ୍ଦାବତୀଙ୍କ ଅପମାନ ହୋଇଥାଏ । ତୁଳସୀ ପତ୍ରକୁ ଚୁସି ନିଅନ୍ତୁ ନହେଲେ ଗିଳି ଦିଅନ୍ତୁ । ଏହି ଉପାୟ ଆପଣଙ୍କ ସ୍ବାସ୍ଥ୍ୟ ସହିତ ଆପଣଙ୍କ ଆର୍ଥିକ କ୍ଷେତ୍ରରେ ମଧ୍ୟ ଲାଭ ଦେଇଥାଏ । ପ୍ରତିଦିନ ସକାଳୁ ତୁଳସୀ ଗଛ ରେ ପାଣି ଦେବା ଅତ୍ୟନ୍ତ ଶୁଭ ହୋଇଥାଏ କିନ୍ତୁ ଶାସ୍ତ୍ର ରେ କିଛି ଏମିତି ଦିନ ରହିଛି ଯେଉଁଦିନ ତୁଳସୀ ଗଛରେ ପାଣି ଦେବା ଉଚିତ ନୁହେଁ ।

ସବୁ ରବିବାର, ଏକାଦଶୀ, ଚନ୍ଦ୍ରଗ୍ରହଣ, ସୂର୍ଯ୍ୟଗ୍ରହଣ ଦିନ ତୁଳସୀ ଗଛରେ ପାଣି ଦେବା ଉଚିତ ନୁହେଁ । ସୂର୍ଯ୍ୟ ଅସ୍ତ ପରେ ତୁଳସୀ ପତ୍ର ଛିଡାଇବା ଅତ୍ୟନ୍ତ ଅଶୁଭ ହୋଇଥାଏ । ଯେଉଁ ବ୍ୟକ୍ତି ଗୁରୁବାର ଦିନ ତୁଳସୀ ଗଛରେ କ୍ଷୀର ଢାଳିଥାଏ ଏବଂ ରବିବାର କୁ ଛାଡ଼ି ଆଊ ସବୁଦିନ ସନ୍ଧ୍ୟାବେଳେ ଘିଅ ର ଦୀପ ତୁଳସୀ ଗଛ ମୂଳେ ଦେଇଥାଏ ସେହି ଘରେ ମା ଲକ୍ଷ୍ମୀ ସ୍ଵୟଂ ବାସ କରିଥାନ୍ତି ।

ଏବଂ ସେହି ଘରର ଆର୍ଥିକ ସ୍ଥିତି ବହୁତ ଭଲ ହୋଇଥାଏ । ଯଦି ଆପଣଙ୍କ ଘରେ ତୁଳସୀ ଗଛ ଅଛି ତେବେ ଭୁଲରେ ବି ତୁଳସୀ ଗଛ କୁ ଶୁଖିବାକୁ ଦିଅନ୍ତୁ ନାହିଁ । କାରଣ ତୁଳସୀ ଗଛ ଶୁଖିଯିବା ବହୁତ ଅଶୁଭ ହୋଇଥାଏ । ଯଦି ଘରେ ତୁଳସୀ ଗଛ ଶୁଖିଯାଇଥାଏ ତେବେ ଘରେ ନକାରାତ୍ମକ ଶକ୍ତି ଦେଖିବାକୁ ମିଳିଥାଏ ଆଊ ଦରିଦ୍ରତାର ଶିକାର ହେବାକୁ ପଡ଼ିଥାଏ ।

ସୁଖିଯାଇଥିବା ତୁଳସୀ ଗଛକୁ ନଦୀ ବା ପୋଖରୀରେ ଭସାଇ ଦିଅନ୍ତି ଏବଂ ଆଊ ଏକ ନୂଆ ତୁଳସୀ ଗଛ ଘରେ ଲଗାନ୍ତୁ । ତୁଳସୀ ଗଛ ଘରର ବାସ୍ତୁ ଦୋଷ ଦୁର କରିଥାଏ । ଘରେ ତୁଳସୀ ଗଛ ଲଗାଇବା ଦ୍ଵାରା ଘରେ ହେଉଥିବା ପାରିବାରିକ କଳହ ଦୁର ହୋଇଥାଏ । ତେଣୁ ଘରେ ତୁଳସୀ ଗଛ ଲଗାନ୍ତୁ ଏବଂ ମା ବୃନ୍ଦାବତୀଙ୍କ ଙ୍କ ଆଶୀର୍ବାଦ ସଦା ସର୍ବଦା ନିଜ ଘର ଉପରେ ରଖନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।