ତୁଳସୀ ଗଛ ସୁଖିବା ପଛରେ ରହିଛି ଏହି ବଡ କାରଣ, ଏମିତି ରଖିବେ ଧ୍ୟାନ ନହେଲେ ପଡିବେ ଅସୁବିଧାରେ

ତୁଳସୀ କୁ ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଗଛ ବୋଲି କୁହାଯାଇଥାଏ । ପ୍ରତେକ ହିନ୍ଦୁ ଘରେ ତୁଳସୀ ଗଛ ଦେଖିବାକୁ ମିଳିଥାଏ । ତୁଳସୀ ଗଛର ସମ୍ବନ୍ଧ ନବ ଗ୍ରହ ସହିତ ଜଡିତ । ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ପ୍ରତିଦିନ ପୂଜାର୍ଚ୍ଚନା କରାଯାଇଥାଏ । ଏହା ଦ୍ଵାରା ଘରେ କୌଣସି ନକାରାତ୍ମକ ଉର୍ଜା ସୃଷ୍ଟି ହୋଇନଥାଏ । କିନ୍ତୁ ଆମ ଦ୍ଵାରା ଏମିତି ମଧ୍ୟ କିଛି ଭୁଲ ହୋଇଥାଏ ଯାହା ଫଳରେ ତୁଳସୀ ଗଛ ଶିଖିବାକୁ ଲାଗିଥାଏ ଏବଂ ପତ୍ର ଝଡ଼ିବାକୁ ଲାଗିଥାଏ । ତେବେ ଆଜି ଆମେ ଆପଣଙ୍କୁ ସେହି କାରଣ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ତୁଳସୀ ଗଛ ସୁଖିବାକୁ ଲାଗିଥାଏ । ତେବେ ଚାଲନ୍ତୁ ଜାଣିବା ।

ତୁଳସୀ ଗଛକୁ ଘରେ ଲଗେଇବା ସହିତ ତାର ଧ୍ୟାନ ମଧ୍ୟ ରଖିବା ଉଚିତ । କୁହାଯାଏ କି ତୁଳସୀ ଗଛକୁ ଭୁଲରେ ବି ରବିବାର, ଏକାଦଶୀ ଏବଂ ସୂର୍ଯ୍ୟ ଓ ଚନ୍ଦ୍ର ଗ୍ରହଣରେ ଛୁଇଁବା ଉଚିତ ନୁହେଁ । ଏହା ଛଡା ଭୁଲରେ ବି ସନ୍ଧ୍ୟା ପରେ ତୁଳସୀ ଗଛର ପତ୍ରକୁ ତୋଳିବା ଉଚିତ ନୁହେଁ ।

ତୁଳସୀ ଗଛ ତଳେ ସବୁଦିନ ସନ୍ଧ୍ୟାବେଳେ ଘିଅର ଦୀପ ଜାଳନ୍ତୁ । ଏବଂ ମାତା ତୁଳସୀ ଙ୍କୁ ଆରାଧନା କରନ୍ତୁ । ଶୀତ ଦିନେ ତୁଳସୀ ଗଛ ଜଲ୍ଦୀ ଶୁଖିଯାଇଥାଏ ତେଣୁ ପ୍ରତିଦିନ ଏହା ତଳେ ଘିଅର ଦୀପ ନିଶ୍ଚିନ୍ତ ଲଗାନ୍ତୁ । ଯାହା ଦ୍ଵାରା ଗଛକୁ ଗରମ ମିଳିଥାଏ ।

ଶୀତ ଦିନରେ ତୁଳସୀ ଗଛରେ କେବେବି ଅପରିଷ୍କାର ପାଣି ଢାଳନ୍ତୁ ନାହିଁ । ପାଣିରେ କଞ୍ଚା କ୍ଷୀର ମିଶାଇ ତୁଳସୀ ଗଛରେ ଦେବା ବହୁତ ଭଲ ହୋଇଥାଏ ।

ଶାସ୍ତ୍ରରେ କୁହାଯାଇଛି କି ତୁଳସୀ ଗଛରେ ଲାଗିଥିବା ଶୁଖା ମଞ୍ଜି କୁ ବାହାର କରିଦେବା ଉଚିତ । କାରଣ ଶୁଖା ମଞ୍ଜି ଦ୍ଵାରା ତୁଳସୀ ମା ଦୁଃଖୀ ରହିଥାନ୍ତି । ଶାସ୍ତ୍ରରେ ତୁଳସୀ ଗଛକୁ ଶୁଖିବା ବହୁତ ଅଶୁଭ ବୋଲି କୁହାଯାଇଛି । ଏମିତି ହେବାର କାରଣ ବ୍ୟକ୍ତିର ଖରାପ ସ୍ଥିତି ଆରମ୍ଭ ହେବାକୁ ଯାଉଛି ।

ତୁଳସୀ ଗଛ ମଣିଷକୁ ଆସୁଥିବା ସମସ୍ୟା ବିଷୟରେ ଆଗରୁ ଜଣାଇଥାଏ । ଯଦି ଘରେ କୌଣସି ଦୁର୍ଘଟଣା ବା କୌଣସି ଦୁଃଖ ଆସିବାର ଥାଏ ତେବେ ମାତା ତୁଳସୀ ଏହାର ସଙ୍କେତ ଆଗରୁ ଦେଇଥାନ୍ତି । ତେଣୁ ଯଦି ଘରେ ତୁଳସୀ ଗଛ ସୁଖିଯାଉଛି ତେବେ ସେହି ଶୁଖା ଗଛକୁ ତୁରନ୍ତ ବାହାର କରି ନୂଆ ତୁଳସୀ ଗଛ ଲଗାନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।