ଘରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲେ ଜାଣନ୍ତୁ ଘରେ କିପରି ସୁଖଶାନ୍ତି ବୃଦ୍ଧି ହୁଏ ? ଏହା ସହିତ ପଢନ୍ତୁ ଆଜିର 20 ଟି Anuchinta

ପରିବାରରେ ଅଶାନ୍ତି ଲାଗି ରହିଥିଲେ ପ୍ରତ୍ଯେକ ସଦସ୍ୟଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ମନ ଅଶାନ୍ତ ରହିବା ସହ କାର୍ଯ୍ୟରେ ମନ ଲାଗେନାହିଁ । କିନ୍ତୁ ଘରେ ସୁଖଶାନ୍ତି ଥିଲେ ମଣିଷ ସୁଖରେ ଜୀବନ ଅତିବାହିତ କରେ । ଅନେକ ସମୟରେ ବାସ୍ତୁଦୋଷ ଯୋଗୁଁ ଘରେ କଳହ ଏବଂ ଅଶାନ୍ତି ଲାଗି ରୁହେ, ଯାହା ଆମେ ଜାଣି ପରି ନ ଥାଉ । ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ ଯାହା ଦ୍ଵାରା ଆପଣଙ୍କ ଘରେ ପୁନର୍ବାର ସୁଖଶାନ୍ତି ବ୍ୟାପ୍ତ ରହିବ ।

ଘରେ ସୁଖଶାନ୍ତି ଓ ସମୃଦ୍ଧି ବୃଦ୍ଧି କରିବା ହେଲେ ସକାଳୁ ଭକ୍ତି ଗୀତ ବା ଭଜନ କିଛି ସମୟ ବଜାଇବା ଉଚିତ । ଘରେ ଝାଡୁକୁ କେବେ ମଧ୍ୟ ଠିଆ କରି ରଖନ୍ତୁ ନାହିଁ ଏବଂ ଝାଡୁରେ କେବେ ଗୋଡ ମାରନ୍ତୁ ନାହିଁ, ଏହା ଦ୍ଵାରା ଅଶାନ୍ତି ସୃଷ୍ଟି ହୋଇଥାଏ । ବାସ୍ତୁବିଦ୍ୟା ଅନୁସାରେ ଶୋଇବା ଘରେ କେବେ ମଧ୍ୟ ଆଇନା ରଖନ୍ତୁ ନାହିଁ, ଯଦି ରଖିବାକୁ ପଡୁଥାଏ ତେବେ ସେଥିରେ କପଡା ଘୋଡାଇ ରଖନ୍ତୁ । ଘରର ଶୋଇବା ଖଟ ଉପରେ କେବେ ମଧ୍ୟ ବସିକରି ଖାଆନ୍ତୁ ନାହିଁ, ଏହା ଦ୍ଵାରା ଖରାପ ସ୍ଵପ୍ନ ଆସିଥାଏ ଏବଂ ଘରେ ଦରିଦ୍ରତା ବୃଦ୍ଧି ପାଇଥାଏ ।

ଘରର ମୁଖ୍ୟଦ୍ଵାର ସମ୍ମୁଖରେ କେବେ ମଧ୍ୟ ଜୋତା ଚପଲ ଏଣେତେଣେ ପକାନ୍ତୁ ନାହିଁ କି ଓଲଟା ପକାନ୍ତୁ ନାହିଁ, ଏହା ଦ୍ଵାରା ଅଶାନ୍ତି ଉତ୍ପନ୍ନ ହୁଏ । ଘରେ ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ଠାକୁର ପୂଜା ସକାଳ ୬ଟା ଠାରୁ ୮ଟା ମଧ୍ୟରେ କରନ୍ତୁ ଏବଂ କୁଶ ଆସନରେ ବସି କିମ୍ବା ଉତ୍ତର ବା ପୂର୍ବ ଦିଗକୁ ମୁହଁ କରି ପୂଜା କରିବା ଉଚିତ । ଘରେ ପ୍ରସ୍ତୁତ ହେଉଥିବା ପ୍ରଥମ ରୁଟି ସବୁବେଳେ ଗାଈକୁ ଖାଇବାକୁ ଦିଅନ୍ତୁ, ଏହା ଦ୍ଵାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୁଏ ।

ଘର ଭିତରେ ପୂଜା କରୁଥିବା ସ୍ଥାନରେ କିମ୍ବା ଠାକୁର ଘରେ ସବୁବେଳେ ପାଣି ଭର୍ତ୍ତି ଥିବା କଳସ ଟିଏ ରଖିବା ଉଚିତ । ଘରେ ସବୁବେଳେ ସୁଖଶାନ୍ତିର ବାତାବରଣ ରହିବା ପାଇଁ ଘରର ମୁଖ୍ୟଦ୍ଵାରର ଡାହାଣ ପାଖରେ ଲାଲ ରଙ୍ଗରେ ସ୍ଵସ୍ତିକ ଚିହ୍ନ ଆଙ୍କିବା ଉଚିତ । ଘରେ ଔଷଧକୁ ସବୁବେଳେ ଉତ୍ତର-ପୂର୍ବ କୋଣରେ ରଖିବା ଉଚିତ, ଏହା ଦ୍ଵାରା ଔଷଧର ପ୍ରଭାବ ଭଲ ରହିଥାଏ । ଘରର ଦକ୍ଷିଣ-ପୂର୍ବ କୋଣକୁ ସବୁବେଳେ କମଳା ରଙ୍ଗ କିମ୍ବା ଗୋଲାପି ରଙ୍ଗ କରିବା ଉଚିତ, ଏହାଦ୍ଵାର ବ୍ୟର୍ଥ ଖର୍ଚ୍ଚ କମ୍ ହୁଏ ।

ଘରେ କେବେ ବୁଢିଆଣୀ ବସା କିମ୍ବା ଧୂଳି ହେବାକୁ ଦିଅନ୍ତୁ ନାହିଁ, ଏହାଦ୍ଵାର ଘରେ ଅଶାନ୍ତି ବୃଦ୍ଧି ହୋଇଥାଏ । ଶୁଖି ଯାଇଥିବା ଗଛ କେବେ ମଧ୍ୟ ଘରେ ରଖନ୍ତୁ ନାହିଁ ଏବଂ ଲଗା ଯାଇଥିବା ଗଛରେ ସବୁଦିନ ପାଣି ଦିଅନ୍ତୁ । ଘରେ କବାଟ ଖୋଲିଲା ବେଳେ କିମ୍ବା ବନ୍ଦ ରଖିବା ବେଳେ ଯେପରି କର୍କଶ ଶବ୍ଦ ନ ହୁଏ ସେଥିପ୍ରତି ଧ୍ୟାନ ଦେବା ଉଚିତ, କାରଣ ଏହାଦ୍ବାରା ମଧ୍ୟ ଅଶାନ୍ତି ସୃଷ୍ଟି ହୋଇଥାଏ । ଘରେ କେବେ ବି ଧୂପ, ଦୀପ ବା ଆରତି ମୁହଁରେ ଲିଭାଇବା ଉଚିତ ନୁହେଁ ଅଶୁଭ ହୋଇଥାଏ । ଆପଣଙ୍କୁ ଆମ ପୋଷ୍ଟ ଭଲ ଅଲଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।