Vastu Tips: ତକିଆ ତଳେ ରଖି ଦିଅନ୍ତୁ ଏହି 1 ଜିନିଷ ଆଉ ଦେଖନ୍ତୁ ଚମତ୍କାର, ରାତା ରାତି ଚମକିଯିବ ଭାଗ୍ୟ ହୋଇଯିବେ ମାଲାମାଲ

ଦେଖିବାକୁ ବହୁତ ମାମୁଲି ହୋଇଥିଲେ ମଧ୍ୟ ଆପଣ ମୁଣ୍ଡ ଦେଇ ଶୋଉଥିବା ତକିଆ ଆପଣଙ୍କୁ ରାତାରାତି ମାଲାମାଲ କରି ଦେଇପାରେ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ସାଧାରଣ ତକିଆର ବ୍ୟବହାର କରି ଆପଣ ରାତାରାତି ନିଜ ଭାଗ୍ୟ ଚମକାଇ ପାରିବେ । ଆଜି ଆମେ ଆପଣଙ୍କୁ ଏପରି ଗୋଟିଏ ଜିନିଷ ବିଷୟରେ କହିବୁ ଯାହା ତକିଆ ତଳେ ରଖି ଶୋଇଲେ ଆପଣଙ୍କ ଭାଗ୍ୟ ଖୋଲିଯିବ । ଏହାର ପ୍ରଭାବ ସକାରାତ୍ମକ ଊର୍ଜାରେ ପରିପୂର୍ଣ୍ଣ ଅଟେ, ଯାହା ବ୍ୟକ୍ତିଙ୍କୁ ସଫଳ କରିଥାଏ । ତେବେ ଚାଲନ୍ତୁ ଜାଣିବା ।

ପ୍ରଥମ ହେଉଛି ମୟୂର ପଙ୍ଖ । ସକାରାତ୍ମକ ଊର୍ଜା ଏବଂ ସଫଳତା ପାଇବା ପାଇଁ ଆପଣ ଗୋଟିଏ ମୟୂର ପଙ୍ଖ ତକିଆ ତଳେ ଅବଶ୍ୟ ରଖନ୍ତୁ । ଏହାଦ୍ବାରା ବ୍ଯକ୍ତିଙ୍କ କୁଣ୍ଡଳୀରେ ଲାଗିଥିବା ଦୋଷ ଧୀରେ ଧୀରେ ଶେଷ ହୋଇଯାଏ ଓ ବ୍ୟକ୍ତିଙ୍କ ଭାଗ୍ୟ ସଂପୂର୍ଣ୍ଣ ଭାବେ ତାଙ୍କର ସହଯୋଗ କରେ । ଏହା ଦୁର୍ଘଟଣାରୁ ମଧ୍ୟ ରକ୍ଷା କରିଥାଏ । ସକାଳୁ ଉଠିବା ପରେ ତକିଆ ତଳୁ ମୟୂର ପଙ୍ଖ କାଢି ଏହାକୁ ନିଶ୍ଚୟ ଦର୍ଶନ କରନ୍ତୁ ।

ଦ୍ବିତୀୟରେ ହେଉଛି ତୁଳସୀ ପତ୍ର । ରାତିରେ ଶୋଇବା ପୂର୍ବରୁ ତକିଆ ତଳେ ୪-୫ଟି ତୁଳସୀ ପତ୍ର ରଖିବା ଦ୍ଵାରା ମଧ୍ୟ ସକାରାତ୍ମକ ଊର୍ଜା ପ୍ରାପ୍ତ ହୁଏ । କିନ୍ତୁ ସକାଳୁ ଉଠିବା ପରେ ଏହି ପତ୍ରକୁ ଖାଇ ନିଅନ୍ତୁ । ଏହାଦ୍ବାରା ନକରାତ୍ମକ ଊର୍ଜା କମ୍ ହେବା ସହ ରୋଗ ବେମାରି ମଧ୍ୟ ଆପଣଙ୍କୁ ସ୍ପର୍ଶ କରିପାରିବ ନାହିଁ । କିନ୍ତୁ ସନ୍ଧ୍ୟା ସମୟରେ ତୁଳସୀ ପତ୍ର ତୋଳିବେ ନାହିଁ ।

ତୃତୀୟରେ ହେଉଛି ମୁଦ୍ରା । ରାତିରେ ଶୋଇବା ସମୟରେ ଗୋଟିଏ ମୁଦ୍ରା ତକିଆ ତଳେ ରଖି ଶୋଇଲେ ଏବଂ ସକାଳୁ ଉଠି ତାହା କୌଣସି ଗରିବ ବ୍ୟକ୍ତିଙ୍କୁ ଦାନ କଲେ ଆପଣଙ୍କ ଭାଗ୍ୟ ଚମକିଯିବ । ଗୋଟିଏ ମାସ ଧରି ଏପରି କରିବା ଦ୍ଵାରା ଧୀରେ ଧୀରେ ବ୍ୟକ୍ତିଙ୍କ ଦୋଷ କମିଯାଏ ।

ଚତୁର୍ଥରେ ହେଉଛି ରୂପା ମୁଦ୍ରା । ଯଦି ଆପଣଙ୍କ କୁଣ୍ଡଳୀରେ ଚନ୍ଦ୍ରମା ଠିକ ସ୍ଥାନରେ ନାହାନ୍ତି ତେବେ ଆପଣ ତକିଆ ତଳେ ରୂପା ମୁଦ୍ରା ରଖି ଶୋଇବା ଉଚିତ । ସେହିପରି ମଙ୍ଗଳ ଏବଂ ବୁଧଙ୍କ ପ୍ରଭାବ କମ୍ କରିବା ପାଇଁ ତକିଆ ତଳେ ସୁନା ଚାନ୍ଦିର ଭୂଷଣ ରଖି ଶୁଅନ୍ତୁ । ଏହା ଦ୍ଵାରା ଏହି ସମସ୍ତ ଦୋଷରୁ ମୁକ୍ତି ମିଳେ ଓ ବ୍ୟକ୍ତି ମାଲାମାଲ ହୋଇଯାଏ ।

ତକିଆ ତଳେ ଧାର୍ମିକ ବସ୍ତୁ ରଖି ଶୋଇବା ଦ୍ଵାରା ବ୍ୟକ୍ତିଙ୍କ ଭାଗ୍ୟ ପ୍ରବଳ ହୋଇଥାଏ ଓ ତାଙ୍କୁ ଅବଶ୍ୟ ସଫଳତା ମିଳିଥାଏ । ଏଥିରୁ ବ୍ୟକ୍ତିଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡିବା ଦ୍ଵାରା ସୁଖଦ ପରିଣାମ ମିଳିଥାଏ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।