ଯଦି ସକାଳୁ ସକାଳୁ ଦେଖନ୍ତି ଏହି 4ଟି ଜିନିଷ, ଜାଣିବେ ଚମକିବାକୁ ଯାଉଛି ଆପଣଙ୍କ ଭାଗ୍ୟ

ଚାଣକ୍ୟ ନୀତି ହେଉଛି ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ଗ୍ରନ୍ଥ ଅଟେ । ଯେଉଁଥିରେ କି ଜୀବନରେ କିପରି ନୀତି ନିୟମ ପାଳନ କରି ଚଳିବାକୁ ହେବ ସେହି ବିଷୟରେ କହିଛନ୍ତି । ସେ ଏହି ଗ୍ରନ୍ଥ କେବଳ ମାନବ କଲ୍ୟାଣ ପାଇଁ ଲେଖିଛନ୍ତି । ଚାଣକ୍ୟ ଏକ ବହୁତ ବଡ ଜ୍ଞାନୀ ଥିଲେ, ସେ ତାଙ୍କ ଜ୍ଞାନ ଓ ବୃଦ୍ଧି ବଳରେ ଚନ୍ଦ୍ରଗୁପ୍ତ ନାମକ ଏକ ବ୍ୟକ୍ତି କୁ ରାଜା କରିଥିଲେ । ତେବେ ଆସନ୍ତୁ ଜାଣିବା ତାଙ୍କର କିଛି ମହତ୍ୟ ପୂର୍ଣ ନୀତି ବିଷୟରେ ।

ଆମେ ଆପଣଙ୍କୁ ଆଜି କିଛି ବାସ୍ତୁ ଶାସ୍ତ୍ରର ଅଦ୍ଭୁତ କଥା କହିବାକୁ ଯାଉଛୁ । ଆପଣ ମାନେ ଜାଣିଛନ୍ତି କି ସକାଳୁ ଉଠିଲା ପରେ ଆମେ କିଛି ଜିନିଷ ଦେଖିବା ଦ୍ଵାରା ଆମର ପୁରା ଦିନ ହିଁ ବହୁତ ଭଲ ରେ କଟିଥାଏ ।

ଯଦି ଆମ ମାନଙ୍କର ସକାଳ ସମୟ ଟା ଯଦି ଭଲରେ କଟିଥାଏ ତେବେ ଆମର ପୁରା ଦିନ ହିଁ ଭଲରେ କଟିଥାଏ ଓ ଆପଣଙ୍କ ସହିତ ପୁରା ଦିନ ହିଁ ଭଲରେ କଟିଥାଏ । ଆପଣଙ୍କୁ ସକାଳ ସମୟରେ ଏମିତି କିଛି ଭଲ ଜିନିଷ ଦେଖିଥାନ୍ତି ବା କିଛି ସଙ୍କେତ ମିଳିବା ଦ୍ଵାରା ଆପଣଙ୍କର ପୁରା ଦିନ ବହୁତ ଭଲରେ କଟିଥାଏ ।

ଚାଣକ୍ୟ ନୀତି ଅନୁସାରେ ଯଦି କୌଣସି ମନୁଷ୍ୟ ସକାଳୁ ଉଠିବା ସମୟରେ ସେ ଏକ ବୁଢୀଆଣି ଉପରକୁ ଚଢୁଥିବାର ଦେଖିବେ ତେବେ ସେ ତାଙ୍କ ଜୀବନରେ ବହୁତ ଆଗକୁ ବଢିବାର ସଙ୍କେତ ବୋଲି ଜାଣିବେ । ବୁଢିଆଣୀରେ ଏହି ପରି ଉପରକୁ ଚଢିବା ଦେଖିବା ସେହି ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଆପଣଙ୍କ ଘର ସାମ୍ନାରେ କୌଣସି ଏକ ଗାଈ ଆସି ବୋବାଇଥାଏ ତେବେ ଆପଣଙ୍କ ଘରକୁ ଏବେ ମାତା ଲକ୍ଷ୍ମୀ ପ୍ରବେଶ କରିବେ ବୋଲି ଜାଣିବେ । ଏହି ସମୟରେ ତାଙ୍କୁ ଆପଣ ସମ୍ମାମ ର ସହ ତାଙ୍କୁ ଏକ ରୁଟି ହେଉ ବା ଅନ୍ୟ କୌଣସି ଜିନିଷ ହେଉ ତାଙ୍କୁ ଖାଇବାକୁ ଦିଅନ୍ତୁ ଓ ତାଙ୍କର ପାଦ ଧୁଳି ମଧ୍ୟ ନିଅନ୍ତୁ ।

ଯଦି ଆପଣ ସକାଳୁ ଉଠି ଯେତେବେଳେ ମନ୍ଦିର ଘଣ୍ଟି ଓ ଶଙ୍ଖ ଧ୍ୱନି ଶୁଣନ୍ତି ତେବେ ଏହାକୁ ବହୁତ ଶୁଭ ହୋଇଥାଏ ଓ ତାଙ୍କ ଉପରେ ଇଶ୍ଵର କୃପା କରିବେ । ଆପଣଙ୍କର ଥିବା ପୁରୁଣା କାମ ମଧ୍ୟ ପୂର୍ଣ୍ଣ ହୋଇଯିବ । ଯଦି ଆପଣ ଚାକିରି ପାଇଁ ବାହାରକୁ ଯାଉଛନ୍ତି ଓ ଆପଣ କୌଣସି ଘରୁ ଶଙ୍ଖ ଧ୍ୱନି ବା ଠାକୁରଙ୍କର ଆରତୀ କରୁଥିବାର ଶୁଣିବେ ତେବେ ଆପଣଙ୍କର ଶୁଭ ହୋଇଥାଏ । ଚାଣକ୍ୟଙ୍କ ନୀତି ଅନୁସାରେ ଯଦି ଆପଣ ସକାଳୁ ଉଠିବା ସମୟରେ କୌଣସି ଏକ ପକ୍ଷୀ ଆପଣଙ୍କ ମୁଣ୍ଡ ଉପରେ ବସେ ଯେମିତିକି ପାରା ବା ଶୁଆ ହେଉ ଏହା ବହୁତ ଶୁଭ ଫଳ ଦେଇଥାଏ ଓ ଆପଣ ଏହା ଭାବିବେ ଯେ ଆପଣଙ୍କର ଶୁଭ ସମୟ ବହୁତ ଶୀଘ୍ର ଆସୁଛି ।

ଯଦି ଆପଣ ସକାଳୁ ଉଠି କୁଆଡେ ଯାଉଛନ୍ତି ଓ ଆପଣ ଏକ ନାରୀ କୁ ନାଲି ଶାଢୀ ପିନ୍ଧିଥିବାର ଦେଖନ୍ତି ତେବେ ଆପଣ ଜାଣିରଖନ୍ତୁ ଆପଣଙ୍କ ଭାଗ୍ୟ ଫିଟିବାର ଯୋଗ ଅଛି । ସକାଳୁ ଉଠିବା ସମୟରେ ଯଦି ଆପଣ ସୁନା, ତମ୍ବା, ଓ ଗୋବର, ସବୁଜ ଘାସ ଦେଖୁଛନ୍ତି ଏହା ମଧ୍ୟ ବହୁତ ଶୁଭ ହେବା ସହିତ ଆପଣଙ୍କର ପୁରା ଦିନ ଭଲରେ କଟିଥାଏ । ସକାଳ ସମୟରେ ଏହି ସବୁ ଜିନିଷ ଦେଖିବା ଦ୍ଵାରା ବହୁତ ଶୁଭ ହୋଇଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।