Vastu tips: ମନ୍ଦାର ଫୁଲ ଆପଣଙ୍କୁ କରିଦେବ ମାଲାମାଲ, କରନ୍ତୁ ଏହି ଉପାୟ

ପୂଜାପାଠରେ ଫୁଲର ଏକ ଅଲଗା ମହତ୍ଵ ରହିଥାଏ । କେଉଁ ଭଗବାନଙ୍କୁ କେଉଁ ଫୁଲ ପ୍ରିୟ ଅଟେ ବା କେଉଁ ଫୁଲ ଅର୍ପଣ କଲେ ସେ ପ୍ରସନ୍ନ ହୋଇଥାନ୍ତି ଏହା ଜାଣିବା ନିହାତି ଆବଶ୍ୟକ ଅଟେ । ଆଜି ଆମେ ଆପଣଙ୍କୁ ଦୁର୍ଲଭ ଫୁଲ ମନ୍ଦାର ବା ପାରିଜାତ ଫୁଲର ଚମତ୍କାରିତା ବିଷୟରେ କିଛି କହିବୁ । ତେବେ ଆସନ୍ତୁ ଜାଣିବା ମନ୍ଦାର ଫୁଲକୁ ବ୍ୟବହାର କରି କିପରି ଦରିଦ୍ରତା ଦୂର କରିବେ ।

ଦେବୀ ନବଦୁର୍ଗାଙ୍କୁ ୯ଟି, ୧୧ଟି କିମ୍ବା ୨୧ଟି ମନ୍ଦାର ଫୁଲ ମନ୍ଦାର ଫୁଲମାଳ ଅର୍ପଣ କରିବା ଦ୍ଵାରା ମନୋସ୍କମନା ପୂର୍ଣ୍ଣ ହୋଇଥାଏ । ଦେବୀଙ୍କ ପାଖରେ ୫୬ ପ୍ରକାର ଭୋଗ ଲଗାଇଲେ ମଧ୍ୟ ତା’ଠୁ ଅଧିକ ଶ୍ରଦ୍ଧାରେ ସେ ମନ୍ଦାରଫୁଲ ମାଳ ଗ୍ରହଣ କରନ୍ତି ଓ ସମସ୍ତ ମନୋବାଞ୍ଛା ପୂରଣ କରନ୍ତି । ମା ଦୂର୍ଗା ଓ ମା ଲକ୍ଷ୍ମୀଙ୍କୁ ମନ୍ଦାର ଫୁଲ ଅତିପ୍ରିୟ ହୋଇଥାଏ । ଏହାସହ ଭଗବାନ ହନୁମାନ ଙ୍କର ମଧ୍ୟ ମନ୍ଦାରଫୁଲ ଖୁବ ପ୍ରିୟ ଅଟେ । କାରଣ ହନୁମାନ ଲାଲ ଏବଂ ନାରଙ୍ଗି ରଙ୍ଗ ପ୍ରତି ଆକୃଷ୍ଟ ଅଟନ୍ତି ।

ମଙ୍ଗଳବାର ଦିନ ହନୁମାନଙ୍କୁ କିମ୍ବା ନବଦୁର୍ଗାଙ୍କୁ ଏହି ମନ୍ଦାରଫୁଲ ଅର୍ପଣ କଲେ ଏବଂ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ମନ୍ଦାରଫୁଲ ଅର୍ପଣ କଲେ ସୁଖ ସମୃଦ୍ଧି ଓ ଧନ ସମ୍ପତ୍ତି ଭଳି ସମସ୍ତ ବିଷୟ ପ୍ରାପ୍ତି ହୋଇଥାଏ । ଏପରି କରିବା ଦ୍ଵାରା ଗ୍ରହ ପୀଡା ମଧ୍ୟ ଦୂର ହୋଇଥାଏ ଓ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ନବଦୁର୍ଗା ଓ ସୂର୍ଯ୍ୟନାରାୟଣଙ୍କ ପୂଜା କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ମନ୍ଦାରଫୁଲା ଅତ୍ୟନ୍ତ ଶୁଭ ଫଳଦାୟକ ଅଟେ । ବିଶ୍ବାସ କରାଯାଏ କି, ପ୍ରତିଦିନ ଗୋଟିଏ ଲେଖାଏଁ ମନ୍ଦାରଫୁଲ ଦେବୀ ନବଦୁର୍ଗାଙ୍କୁ ଅର୍ପଣ କରିବା ଦ୍ଵାରା ସେ ଆପଣଙ୍କ ସମସ୍ତ ଶତ୍ରୁଙ୍କୁ ଦମନ କରିଥାନ୍ତି ।

ଏହି ମନ୍ଦାରଫୁଲକୁ ଜଳରେ ପକାଇ ପ୍ରଭୁ ସୂର୍ଯ୍ୟନାରାୟଣଙ୍କୁ ଅର୍ପଣ କଲେ ଦୀର୍ଘାୟୁ ପ୍ରାପ୍ତି ହୋଇଥାଏ ଏବଂ ସମସ୍ତ ରୋଗ ନାଶ ହୋଇଥାଏ । ଘରେ ଥିବା ଫୁଲ ତୋଡା କିମ୍ବା କଳସ ଜଳରେ ସର୍ବଦା ମନ୍ଦାରଫୁଲ ରଖିଲେ ଘରେ ସ୍ନେହା ଶ୍ରଦ୍ଧା ଏବଂ ସହାନୁଭୁତି ବୃଦ୍ଧି ପାଇଥାଏ ଓ ପରିବାରରେ ଏକତା ଦେଖା ଦେଇଥାଏ ।

ଯଦି ଘରେ ସର୍ବଦା ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗୁଥାଏ ଓ ଦୁଃଖ ନିରାଶରେ ସମୟ ବିତୁଥାଏ, ତେବେ ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ୧୧ଟି ମନ୍ଦାରଫୁଲ ଅର୍ପଣ କରନ୍ତୁ । ଏହାଦ୍ବାରା ଆପଣଙ୍କ ଦାମ୍ପତ୍ୟ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହୋଇଯିବ ଓ ସ୍ଵାମୀ ସ୍ତ୍ରୀ ଦୁହେଁ ପୁଣି ଠାରେ ଖୁସିରେ ଜୀବନ ଅତିବାହିତ କରିପାରିବେ । ପ୍ରତ୍ଯେକ ଫୁଲ, ଫଳ ଓ ଗଛ ମାନଙ୍କରେ ପ୍ରତ୍ଯେକ ଦେବିଦେବତାଙ୍କ ଶକ୍ତି ନିହିତ ଥାଏ ।

ଆମକୁ କେବଳ ତାହା ଜାଣି ସଠିକ ଉପଯୋଗ କରିବ ଆବଶ୍ୟକତା ରହିଛି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍କୁ ଲାଇକ କରନ୍ତୁ ।