Vastu Shastra ରୋଷେଇ ଘରେ କେବେବି କରନ୍ତୁ ନାହିଁ ଏହି ସବୁ ଭୁଲ, ହେଇଥାଏ ଦରିଦ୍ରତାର କାରଣ

ସମସ୍ତଙ୍କ ଘରେ ଖାଇବା ତିଆରି କରିବା ପାଇଁ ଗୋଟେ ସ୍ଵତନ୍ତ୍ର ଜାଗା କରାଯାଇଥାଏ ଯାହାକୁ ରୋଷେଇ ଘର ବୋଲି କୁହାଯାଏ । ସମସ୍ତଙ୍କ ଘରେ ରୋଷେଇ ଘରର ଏକ ଅଲଗା ମହତ୍ୱ ରହୀଥାଏ । ରୋଷେଇ ଘରକୁ ନେଇ କିଛି ଏମିତି ଭୁଲ ରହିଛି ଯାହା ବ୍ୟକ୍ତି କୁ କେବେ ବି କରିବା କଥା ନୁହଁ, ଏମିତି ଭୁଲ କରିବା ଦ୍ଵାରା ଆପଣଙ୍କୁ ଦରିଦ୍ରତାର ସାମ୍ନା କରିବାକୁ ପଡ଼ିଥାଏ । ଯଦି ଆପଣ ଏହି ଭୁଲ କରୁଛନ୍ତି ତେବେ ମା ଲକ୍ଷ୍ମୀ ଆପଣଙ୍କ ଘରୁ ପଳାଇ ଯାଇଥାନ୍ତି ।

ତେବେ ଏମିତି କେଉଁ କେଉଁ ଭୁଲ ରହିଛି ଯାହା ଦ୍ଵାରା ଘରକୁ ଦରିଦ୍ରତା ଆସିଥାଏ ଚାଲନ୍ତୁ ଜାଣିବା । ବହୁତ ସ୍ତ୍ରୀ ଲୋକ ଥାନ୍ତି ଯିଏ ନ ଗାଧୋଇ ରୋଷେଇ ଘରକୁ ଯାଇଥାନ୍ତି ଏମିତି କରିବା ବିଲକୁଲ ଉଚିତ ନୁହଁ । ଏହା ଦ୍ଵାରା ମା ଅନ୍ନପୂର୍ଣ୍ଣା ରାଗି ଯାଇଥାନ୍ତି ଯାହା ଫଳରେ ଘରେ ଖାଦ୍ୟ ର ଅଭାବ ହୋଇଥାଏ ।

ରୋଷେଇ ଘର ସଫା ନକରି କେବେ ବି ଗ୍ୟାସ ଲଗାନ୍ତୁ ନାହିଁ । ସବୁବେଳେ ରୋଷେଇ ଆରମ୍ଭ କରିବା ଆଗରୁ ରୋଷେଇ ଘରକୁ ଭଲ ଭାବରେ ସଫା କରନ୍ତୁ, ଝାଡୁ କରନ୍ତୁ ତାପରେ ଗ୍ୟାସ ବ୍ୟବହାର କରନ୍ତୁ । ଏମିତି କରିବା ଦ୍ୱାରା ମାତା ଲକ୍ଷ୍ମୀ ଘରୁ ପଳାଇଯାଇଥାନ୍ତି ।

ରୋଷେଇ ଘରେ କେବେ ବି ଚପଲ ପିନ୍ଧନ୍ତୁ ନାହିଁ କାରଣ ରୋଷେଇ ଘରେ ଚପଲ ରଖିଲେ ମା ଅନ୍ନପୂର୍ଣ୍ଣା ଙ୍କ ଅପମାନ ହୋଇଥାଏ ।

ରୋଷେଇ ଘରେ ଯଦି ନାଳରୁ ପାଣି ବୋହୁଛି ତେବେ ଏହାକୁ କେବେ ମଧ୍ୟ ଅଣଦେଖା କରନ୍ତୁ ନାହିଁ କାରଣ ଏହା ବହୁତ ଅଶୁଭ ହୋଇଥାଏ । ଯେତେ ଶୀଘ୍ର ପାରୁଛନ୍ତି ତାକୁ ଠିକ କରନ୍ତୁ ନହେଲେ ଆପଣଙ୍କ ଧନ ହାନି ହେବାର ସମ୍ଭାବନା ରହିଥାଏ ।

ଖାଇବା ପରେ ଆଇଁଠା ବାସନ ବେଶି ସମୟ ପର୍ଯ୍ୟନ୍ତ ରଖନ୍ତୁ ନାହିଁ ଏହା ଦ୍ଵାରା ମା ଲକ୍ଷ୍ମୀ ଙ୍କୁ ଅପମାନ ହୋଇଥାଏ । ଏବଂ ଆପଣଙ୍କ ଘରେ ସୁଖ ଶାନ୍ତି ଆସିନଥାଏ । ଆପଣ କାଙ୍ଗାଲ ହୋଇଯାଇପାରନ୍ତି ।

ରୋଷେଇ ଘରେ କେବେ ମଧ୍ୟ ତାୱା କୁ ଓଲଟା ରଖନ୍ତୁ ନାହିଁ କାରଣ ବାସ୍ତୁ ଅନୁସାରେ ତାୱା କୁ ଓଲଟା ରଖିଲେ ଘରେ ହଟାତ ବିପଦ ଆସିଥାଏ । ଏବଂ ଧନ ର ଘୋର ଅଭାବ ଦେଖିବାକୁ ମିଳିଥାଏ ।

ତେବେ କେବେ ମଧ୍ୟ ରୋଷେଇ ଘରେ ଏହି ଭୁଲ କରନ୍ତୁ ନାହିଁ, ବାସ୍ତୁ ଶାସ୍ତ୍ର ବିଷୟରେ ଏହି ପରି ଜିନିଷ ଜାଣିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ।