Vastu Tips- ମା ଲକ୍ଷ୍ମୀ ନିଜେ କହିଛନ୍ତି ହଳଦୀରେ ଏହି ଉପାୟ କଲେ ଘର ଧନ ସମ୍ପତ୍ତିରେ ଭରପୁର ହେଇଯିବ

ରୋଷେଇ ଘରେ ଥିବା ସବୁ ମସଲା ଗୁଡ଼ିକର ନିଜର ଅଲଗା ଅଲଗା ମହତ୍ୱ ରହିଛି । ତା ଭିତରୁ ହଳଦୀ ଏକ ମସଲା ଯାହା ସ୍ବାସ୍ଥ୍ୟ ପାଇଁ ଯେତିକି ଭଲ, ଧାର୍ମିକ କାର୍ଯ୍ୟରେ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଆଜି ଆମେ ହଳଦୀର ଏମିତି କିଛି ବ୍ୟବହାର ଜାଣିବା ଯାହା ଆମ ଜୀବନର ଅନେକ ସମସ୍ୟାକୁ ଦୂର କରି ଦେଇପାରିବ । ଆମେ ସମସ୍ତେ ଚାହୁଁ ଆମ ପର୍ସରେ ସବୁବେଳେ ଧନ ରହୁ ଓ ବେକାର ଖର୍ଚ୍ଚ ନ ହେଉ । କିନ୍ତୁ ଆମ ଆୟ ଠୁ ବ୍ୟୟ ଅଧିକ ହୋଇଯାଏ । ଯଦି ଏମିତି ହେଉଛି ତେବେ ଏହି ଉପାୟ ନିଶ୍ଚୟ ଆପଣାନ୍ତୁ । ଏମିତି କଲେ ଆପଣଙ୍କ ଧନ ସମ୍ବନ୍ଧିତ ସମସ୍ୟା ଦୂର ହେବ ।

ପ୍ରଥମେ ଆପଣଙ୍କୁ ଚାଉଳକୁ ହଳଦିଆ କରିବା ପାଇଁ ହଳଦୀର ବ୍ୟବହାର କରିବାକୁ ପଡ଼ିବ । ଏଥିପାଇଁ ହଳଦୀର ଅଳ୍ପ ପାଣି ମିଶାନ୍ତୁ ଓ ସେଥିରେ ଚାଉଳର ୨୧ଟି ଦାନା ପକାନ୍ତୁ । ଧ୍ୟାନ ରଖନ୍ତୁ ଯେମିତି ଚାଉଳ ଦାନା ଗୁଡ଼ିକ ଟିକେ ବି ଭାଙ୍ଗି ନ ଥିବ । ଚାଉଳ ଭଲରେ ହଳଦିଆ ହେଇଗଲା ପରେ ତାକୁ ଶୁଖାଇ ଦିଅନ୍ତୁ ଆଉ ଏହି ହଳଦିଆ ଚାଉଳକୁ ହିଁ ଏହି ଉପାୟରେ ବ୍ୟବହାର କରନ୍ତୁ । କାରଣ ଶାସ୍ତ୍ର ଅନୁସାରେ ହଳଦିଆ ଚାଉଳରେ ପୂଜା ବିଧି କରିବା ଦ୍ୱାରା ଦେବାଦେବୀ ବହୁତ ପ୍ରସନ୍ନ ହୁଅନ୍ତି ଓ ନିଶ୍ଚୟ ଭକ୍ତର ଘରେ ବିରାଜମାନ ହୁଅନ୍ତି ।

ଉପାୟ ଅନୁଯାୟୀ କୌଣସି ବି ଶୁଭ ମୂହୁର୍ତ୍ତ ଅବା ପୂର୍ଣ୍ଣିମା ଦିନ ଶୀଘ୍ର ଉଠି ସ୍ନାନ କରି ସଫା ଲୁଗା ପିନ୍ଧି ପ୍ରସ୍ତୁତ ହୋଇଯାଆନ୍ତୁ । ତାପରେ ଲାଲ୍ ରଙ୍ଗର ଏକ ରେଶମୀ କପଡ଼ା ନେଇ ସେଥିରେ ୨୧ଟି ହଳଦିଆ ଚାଉଳ ଦାନା ଗୁଡିକ ରଖି ଭଲ ସେ ବାନ୍ଧି ଦିଅନ୍ତୁ । ଏହା ପରେ ଧନଦେବୀ ଲକ୍ଷ୍ମୀ ମାତାଙ୍କର ସମ୍ପୂର୍ଣ୍ଣ ବିଧିବିଧାନ ସହ ପୂଜା କରନ୍ତୁ ଓ ପୂଜାରେ ଏହି ଲାଲ୍ କପଡା ବନ୍ଧାଥିବା ଚାଉଳକୁ ମଧ୍ୟ ରଖନ୍ତୁ । ଏହାପରେ ଏହି ଚାଉଳ ବନ୍ଧାଥିବା କପଡାଟିକୁ ନିଜ ପର୍ସରେ ଲୁଚେଇକି ରଖନ୍ତୁ ।

ଧ୍ୟାନ ରଖନ୍ତୁ ପର୍ସରେ କୌଣସି ଅଧାର୍ମିକ ଜିନିଷ ଆଦି ନ ରହେ । ଏହା ଛଡ଼ା ଚାବି, ବିଲ୍, ପେପର୍ ଆଦି ଜିନିଷକୁ ପର୍ସରେ ରଖନ୍ତୁ ନାହିଁ । କଏନ୍ ଓ ନୋଟ୍ କୁ ମଧ୍ୟ ଅଲଗା ଅଲଗା ସଜାଇ ରଖନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କୁ ଅପାର ଧନର ପ୍ରାପ୍ତି ହେବା ସହ ମହାଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ପାଖେ ସବୁବେଳେ ଧନ ରହିବ ।

ଆଉ ମଧ୍ୟ କୁହାଯାଏ ନିତିଦିନ ପୂଜାରେ ଏହି ହଳଦିଆ ଚାଉଳର ବ୍ୟବହାର କଲେ ମାଆ ଲକ୍ଷ୍ମୀ ସ୍ଥାୟୀ ରୂପେ ଘରେ ବାସ କରନ୍ତି ଓ ଅପାର ଧନର ପ୍ରାପ୍ତି ହୁଏ । ଆଉ ମଧ୍ୟ ପୂଜା ସମୟରେ ହାତ ଅବା ଗଳା ରେ ହଳଦୀର ଛୋଟ ଟୀକା ଲଗାଇବା ଦ୍ୱାରା ଭାଗ୍ୟ କବାଟ ଖୋଲିଥାଏ ଓ ବାଣୀ ରେ ଶକ୍ତି ଆସିଥାଏ । ଘରେ କାହାର ଦେହ ଖରାପ ଥିଲେ ହଳଦୀ ଦାନ କରିବା ଦ୍ୱାରା ରୋଗରୁ ଶୀଘ୍ର ମୁକ୍ତି ମିଳେ । ଘରେ କାହାର ବିବାହ କାର୍ଯ୍ୟରେ ବିଳମ୍ବ ହେଉଥିଲେ ମଧ୍ୟ ପ୍ରତିଦିନ ପୂଜା ପରେ ମଥା ରେ ହଳଦୀ ତିଳକ ଲଗାଇବା ଦ୍ୱାରା ଶୀଘ୍ର ସଫଳତା ମିଳିଥାଏ । ଆଉ ମଧ୍ୟ ଘରେ ନକରାତ୍ମକ କାର୍ଯ୍ୟ ହେଉଥିଲେ କି ସେମିତି କିଛି ଅନୁଭବ ହେଲେ ଘରର ମୁଖ୍ୟ ଫାଟକରେ ହଲଦିରେ ସ୍ଵସ୍ତିକ କିମ୍ବା ଓଁ ଲେଖିଲେ ଦୁଷ୍ଟ ଶକ୍ତି ଘରେ ପ୍ରବେଶ କରି ପାରି ନ ଥାଆନ୍ତି ଓ ଘରେ ଥିବା ସଦସ୍ୟଙ୍କ କାମରେ ସଫଳତା ମିଳିଥାଏ ।

ପରିବାରରେ କ୍ୟାରିଅରକୁ ନେଇ କିଏ ବ୍ୟସ୍ତ ଥିଲେ କିମ୍ବା ବ୍ୟାପାର ଓ ପରୀକ୍ଷା ଆଦିରେ ଅସଫଳ ହେଉଥିଲେ ସ୍ନାନ କରିବା ସମୟରେ ପାଣିରେ ଗୋଟେ ଚୁଟକି ହଳଦୀ ପକାଇ ସ୍ନାନ କଲେ ଶାରୀରିକ ଓ ମାନସିକ ଶୁଦ୍ଧତା ମିଳିବା ସହ ସଫଳତା ମଧ୍ୟ ମିଳିଥାଏ । ଦୁଃସ୍ଵପ୍ନ ଆସୁଥିଲେ ମଧ୍ୟ ରାତିରେ ଶୋଇବା ବେଳେ ମୁଣ୍ଡ ପାଖରେ ହଳଦୀ ଓ ଚୁଟିର ଗଣ୍ଠି ପ୍ରସ୍ତୁତ କରି ରଖିଲେ ଦୁଃସ୍ଵପ୍ନ ଆସେନାହିଁ । ଦୁଃସ୍ୱପ୍ନ ଆସିବା ବନ୍ଦ ହେଇଗଲେ ଏହାକୁ ବୋହୁଥିବା ପାଣିରେ ଭସାଇ ଦିଅନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।