Vastu Tips:- ଘରେ ଶଙ୍ଖ ରଖିଛନ୍ତି କି ? ଜାଣନ୍ତୁ ଏହି ଭୟଙ୍କର କଥା ଆଉ ଏବେ ଠୁ ହୋଇଯାନ୍ତୁ ସାବଧାନ

ଆମ ହିନ୍ଦୁ ଧର୍ମରେ ଶଙ୍ଖର ବହୁତ ଅଧିକ ମହତ୍ଵ ରହିଛି, ପ୍ରତ୍ଯେକ ଘରର ଠାକୁର ଘରେ ନିଶ୍ଚିତ ଭାବେ ଶଙ୍ଖ ଟିଏ ରହିଥିବ । କିନ୍ତୁ ଶଙ୍ଖ ରଖିବାର ମଧ୍ୟ କେତେ ଗୁଡିଏ ନିୟମ ରହିଛି । ଆପଣ ଯଦି ସେହି ନିୟମ ସବୁ ପାଳନ କରୁ ନାହାନ୍ତି ତେବେ ଏହା ଆପଣଙ୍କ ପାଇଁ ଘର ପାଇଁ ଅମଙ୍ଗଳର କାରଣ ହୋଇଥାଏ । ଶଙ୍ଖ ଭଗବାନ ବିଷ୍ଣୁଙ୍କ ଅତିପ୍ରିୟ ଅଟେ । ତେବେ ଆସନ୍ତୁ ଜାଣିବା ଶଙ୍ଖକୁ ନେଇ ରହିଥିବା କିଛି ନିୟମ ବିଷୟରେ ।

ଯେକୌଣସି ପୂଜାର୍ଚ୍ଚନାରେ ଶଙ୍ଖ ବଜା ନଗଲେ ପୂଜାରୁ କୌଣସି ସୁଫଳ ମିଳି ନଥାଏ । ଶଙ୍ଖ ବଜାଇବା ଦ୍ଵାରା ଘରର ସବୁ ନକରାତ୍ମକ ଊର୍ଜା ବାହାରକୁ ପଳାଇଥାଏ । ସନ୍ଧ୍ୟା ସମୟରେ ନକରାତ୍ମକ ଶକ୍ତି ମାନଙ୍କର ପ୍ରଭାବ ବଢିଯାଏ । ତେଣୁ ତୁଳସୀ ଚଉରା ମୂଳେ ଧୂପଦୀପ ଦେଇ ପୂଜା କରିବା ପରେ ଶଙ୍ଖ ବଜାଇବାର ନିୟମ ରହିଛି । କିନ୍ତୁ ଶଙ୍ଖ ବଜାଇବା ସମୟରେ ସର୍ବଦା ସାଢେ ତିନି ଥର ଶଙ୍ଖ ବଜାନ୍ତୁ । କିନ୍ତୁ ତିନି ଥରକୁ ଅଶୁଭ ବୋଲି ବିଚାର କରାଯାଏ । ଶଙ୍ଖ ବଜାଇବା ବେଳେ କେବେବି ଭୁଲ ବଜାନ୍ତୁ ନାହିଁ ।

ଅଭ୍ଯାସ ନଥିଲେ ଆପଣ ବିଲୁକୁଲ ଶଙ୍ଖ ବଜାନ୍ତୁ ନାହିଁ । ସନ୍ଧ୍ୟା ସମୟରେ ଏପରି ଭୁଲ କରିବା ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଘରେ ପ୍ରବେଶ କରିବେ ନାହିଁ । ଯେଉଁ ଘରେ ଶଙ୍ଖ ନଥାଏ ସେ ଘରେ ମା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପଡି ନଥାଏ ଏବଂ ସବୁବେଳେ ସେଠାରେ ଧନର ଅଭାବ ଦେଖା ଦେଇଥାଏ ।

ଶଙ୍ଖକୁ ସବୁବେଳେ ଉଚ୍ଚ ସ୍ଥାନରେ ବା ଠାକୁର ଘରେ ଉପରେ ରଖିବେ । କେବେବି ଏହାକୁ ତଳେ ରଖନ୍ତୁ ନାହିଁ । ଶଙ୍ଖ ବଜାଇବା ଦ୍ଵାରା ହାର୍ଟ ଏବଂ ପେଟଜନିତ ସମସ୍ଯା ଦୂର ହୋଇଥାଏ । ଶଙ୍ଖକୁ ପବିତ୍ରତାର ପ୍ରତୀକ ବୋଲି ମାନାଯାଏ, ତେଣୁ ଏହା ଧରିବା ଦ୍ଵାରା ମଧ୍ୟ ବ୍ୟକ୍ତି ପବିତ୍ର ହୋଇଯାନ୍ତି । କିନ୍ତୁ ସବୁବେଳେ ସ୍ନାନ ସ୍ଵଚ୍ଛ ଥିବାବେଳେ ହିଁ ଶଙ୍ଖକୁ ଛୁଅନ୍ତୁ । ମା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଘରେ ସବୁବେଳେ ଦୁଇଟି ଶଙ୍ଖ ରଖନ୍ତୁ ।

ଗୋଟିଏ ଠାକୁର ଘରେ ରଖିବା ପାଇଁ ଏବଂ ଆଉ ଗୋଟିଏ ଦକ୍ଷିଣାବର୍ତ୍ତୀ ଶଙ୍ଖ । ଏହି ଶଙ୍ଖ ରଖିବା ଦ୍ଵାରା ମା ଲକ୍ଷ୍ମୀ ସେହି ଘରେ ବାସ କରିଥାନ୍ତି । ଘରେ ଭୂତପ୍ରେତର ଆଶଙ୍କା ଥିଲେ ଶଙ୍ଖ ବଜାନ୍ତୁ ଦେଖିବେ ଘରେ କୌଣସି ଖରାପ ଶକ୍ତି ବାସ କରିବେ ନାହିଁ ।

ଶଙ୍ଖ ଭିତରେ ପାଣି ନେଇ ସେହି ପାଣିକୁ ପାଦୁକା ଭଳି ସେବନ କରିବା ଦ୍ଵାରା ମଧ୍ୟ ଶରୀରର ୯୦ ପ୍ରତିଶତ ରୋଗ ଭଲ ହୋଇଯାଏ । ଶଙ୍ଖ କେବଳ ଘରେ ରଖିଦେଲେ ହେବନି ବରଂ ପ୍ରତ୍ଯେକ ଦିନ ଶଙ୍ଖ ବଜାଇବା ସହ ଏଥିରେ ଯେପରି କାହାର ପାଦ ବା ଗୋଡ ନବାଜେ ସେଥିପ୍ରତି ଧ୍ୟାନ ଦେବା ଉଚିତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।