Vastu Tips- ଘର ଆଗରେ ରଖୁଛନ୍ତି କି (ଚପଲ), ଜାଣି ନିଅନ୍ତୁ ଏହି ବିଶେଷ କଥା

ଆଜି ଆମେ ଜୋତା ବ୍ୟବହାରର କିଛି ଶୁଭ ଓ ଅଶୁଭ କଥା ବିଷୟରେ ଜାଣିବା । ଆପଣମାନେ ଯଦି ଘରେ ନିଜର ଜୋତାକୁ ଓଲଟା ରଖି ଦେଉଛନ୍ତି ତେବେ ଆପଣଙ୍କ ମା ଆପଣଙ୍କ ଉପରେ ରାଗିଥାନ୍ତି । ତେବେ କାହିଁକି ରାଗିଥାନ୍ତି ଆସନ୍ତୁ ଜାଣିବା ସେ ବିଷୟରେ । ଯଦି ଆପଣଙ୍କ ଜୋତା ଓଲଟା ହୋଇ ପଡିଛି ଓ ଆପଣ ତାକୁ ଦେଖୁଛନ୍ତି ତେବେ ଆପଣଙ୍କର କାହା ସହିତ ଝଗଡ଼ା ହୋଇପାରେ । ଏହା ସହିତ ଆପଣ ଏହି ଓଲଟା ଜୋତାକୁ ଦେଖି କେଉଁ କାମକୁ ଯାଉଛନ୍ତି ତେବେ ସେ କାମ ଅସଫଳ ହେବେ ।

ଯଦି ଜୋତା ଓଲଟା ହୋଇ ପଡିଛି ତେବେ ତାହାକୁ ସିଧା କରି ଦିଅନ୍ତୁ । ଏହା ଛଡା ଆପଣଙ୍କୁ କହିଦେଉଛୁ କି ଆପଣ ସବୁଦିନ ଯେଉଁ ଜୋତା ବ୍ୟବହାର କରୁଛନ୍ତି ତେବେ ତାହା ଆପଣଙ୍କ ପାଇଁ ଶୁଭ ଓ ଅଶୁଭ ହୋଇପାରେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜୋତାକୁ ନେଇ ଏପରି ଅନେକ ବହୁତ ଜାଣିବାର କଥା ଅଛି ଯାହା ଆଜି ଆମେ ଆପଣଙ୍କୁ ଜଣାଇବୁ । ଯାହା ଆମ ଜୀବନରେ ବହୁତ ପ୍ରଭାବ ପକାଇ ଥାଏ ।

ଯଦି ଆପଣଙ୍କ ଜୋତା କିମ୍ବା ଚପଲ ଛିଣ୍ଡି ଯାଇଛି ତେବ ଆପଣ ତାକୁ ପରେ ଠିକ କରି ପିନ୍ଧିବା ପାଇଁ ଭାବି ତାକୁ ଘରର ଗୋଟିଏ କୋଣରେ ରଖି ଦିଅନ୍ତି । କିନ୍ତୁ ଏହା ଦ୍ୱାରା ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ ଓ ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବି ଭଲ ରୁହେ ନାହିଁ । ସେଥିପାଇଁ ଜୋତା ଛିଣ୍ଡି ଗଲେ ତାକୁ ସଙ୍ଗେ ସ୍ନାଗେ ଠିକ କରନ୍ତୁ ନଚେତ ଜୋତାକୁ ଫୋପାଡି ଦିଅନ୍ତୁ । ଘରେ କେବେ ବି ଜୋତାକୁ ଠିଆ କରି ରଖନ୍ତୁ ନାହିଁ । ଏହାକୁ ଦ୍ୱାରା ଘରେ ଅଶୁଭ ଶକ୍ତିଙ୍କର ପ୍ରଭାବ ପଡିଥାଏ ଏଥିପାଇଁ ଜୋତାକୁ ସବୁବେଳେ ଶୁଆଇ ରଖନ୍ତୁ ।

ଏହା ସହିତ ଜୋତାକୁ କେବେ ବି ଘରର ଦୁଆର ମୁହଁରେ ରଖନ୍ତୁ ନାହିଁ । ଏହା ଦ୍ୱାରା ଘରେ ନକରାତ୍ମକ ପ୍ରଭାବ ବଢିଥାଏ । ଉପହାରରେ ମିଳିଥିବା ଜୋତା କିମ୍ବା ଚପଲ ପିନ୍ଧିବା ଉଚିତ ନୁହେଁ । କୁହାଯାଏ କି ଯେଉଁ ଲୋକ ଉପହାର ଦେଇଥାଏ ତାହାର ସମସ୍ତ ଅସୁବିଧା ଓ ନକରାତ୍ମକ ଶକ୍ତି ଆପଣଙ୍କ ପାଖକୁ ଚାଲିଆସେ ।

ଆପଣ ଯେତେବେଳେ ଚାକିରୀ କିମ୍ବା କୌଣସି ଶୁଭ କାର୍ଯ୍ୟରେ ଯାଉଛନ୍ତି ତେବେ କୌଣସି ଛିଣ୍ଡା ଜୋତା ପିନ୍ଧିକି ଯାଆନ୍ତୁ ନାହିଁ । ଛିଣ୍ଡା ଜୋତା ପିନ୍ଧି ଗଲେ ଆପଣଙ୍କୁ ଅଶୁଭ ଫଳ ମିଲଥାଏ । ଶନିବାର ଦିନ କୌଣସି ଜୋତା କିଣନ୍ତୁ ନାହିଁ । ଯଦି ଆପଣଙ୍କ ସମୟ ଖରାପ ଚାଲୁଅଛି ତେବେ ଶନିବାର ଦିନ କୌଣସି ଶନି ମନ୍ଦିରକୁ ଯାଇ ଆପଣଙ୍କ ଜୋତା ଛାଡି ଆସନ୍ତୁ ଏହା ଦ୍ୱାରା ଆପଣଙ୍କ ଶନିଦଶା କଟିଯାଇଥାଏ । ଜୋତା କିମ୍ବା ଚପଲ ହଜି ଯିବାକୁ ଶୁଭ ସଙ୍କେତ ବୋଲି କୁହାଯାଏ ।

ଏହା ଦ୍ୱାରା ସବୁ କାମରେ ଆପଣଙ୍କୁ ଶୁଭ ଫଳ ମିଳିଥାଏ । ରୋଷେଇ ଘରେ ଜୋତା ବ୍ୟବହାର କରନ୍ତୁ ନାହିଁ କି ଖାଇବା ବେଳେ ଜୋତା ବ୍ୟବହାର କରନ୍ତୁ ନାହିଁ । ଏହା ଦ୍ୱାରା ଦୁର୍ଭାଗ୍ୟ ବଢିବା ସଂଗେ ସଂଗେ ସମସ୍ୟା ମଧ୍ୟ ବଢିଥାଏ । ଆପଣମାନେ ଦେଖିଥିବେ କୌଣସି ଘର କିମ୍ବା ଗାଡ଼ିରେ ଚପଲ ଝୁଲାଇ ଦିଆଯାଇଥାଏ । କାରଣ ଏହା ଦ୍ୱାରା ନକରାତ୍ମକ ଶକ୍ତିର କୌଣସି ପ୍ରଭାବ ଘର କିମ୍ବା ଗାଡି ଉପରେ ପଡି ନ ଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।