Vastu tips: ଯେଉଁ ସ୍ତ୍ରୀ ଅଟାରେ ଏହି 3 ଟି ଜିନିଷ ମିଶାଇ ରୁଟି ବନାଏ, ସର୍ବଦା ମା ଲକ୍ଷ୍ମୀ ସବୁ ସେହି ଘରେ ବାସ କରନ୍ତି, ଟଙ୍କା ପଇସାରେ ଭରିଯାଏ ଭଣ୍ଡାର

ହିନ୍ଦୁଧର୍ମରେ ଅନ୍ନକୁ ଦେବତା ସମାନ ମାନାଯାଏ । ସେଥିପାଇଁ ଆମକୁ ଅନ୍ନର ସମ୍ମାନ କରିବା ପାଇଁ ଶିକ୍ଷା ଦିଆଯାଏ । ବାସ୍ତୁ ଶାସ୍ତ୍ରରେ ଭୋଜନ ପ୍ରସ୍ତୁତ କରିବା ପାଇଁ ମଧ୍ୟ କିଛି ନିୟମ ନିର୍ଦ୍ଧାରିତ କରାଯାଇଛି । ଯାହାର ପାଳନ ପ୍ରତ୍ଯେକ ଭୋଜନ କରୁଥିବା ବ୍ୟକ୍ତିଙ୍କୁ କରିବା ଉଚିତ । ଆଜି ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ର ନିୟମ ଅନୁସାରେ ଖାଦ୍ୟ ପ୍ରସ୍ତୁତିର କିଛି ନିୟମ ବିଷୟରେ ଜଣାଇବୁ । ଏପରି କରିବା ଦ୍ଵାରା ଘରେ ସୁଖ ସମୃଦ୍ଧି ବଜାୟ ରୁହେ ମାନାଯାଏ । ତେବେ ଚାଲନ୍ତୁ ଜାଣିବା ସେଗୁଡିକ କଣ ।

ବାସ୍ତୁଶାସ୍ତ୍ର ଅନୁସାରେ ଆମ ଘରେ ରୋଷେଇଘର ସର୍ବଦା ଅଗ୍ନି ଦିଗରେ ରହିବା ଉଚିତ । ଏହାଦ୍ବାରା ଭୋଜନ ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ ଓ ଭୋଜନ ପ୍ରସ୍ତୁତ କରିବା ପାଇଁ ଉତ୍ସାହ ମଧ୍ୟ ଆସିଥାଏ । ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗକୁ ମୁଖ କରି ରୋଷେଇ କରିବା ଉଚିତ । ଭୋଜନ ପ୍ରସ୍ତୁତ କରିବା ବେଳେ ସର୍ବଦା ଶୌଚ ହୋଇ ଶୁଦ୍ଧ ଓ ଶାନ୍ତ ମନରେ କରିବା ଉଚିତ । ବିରକ୍ତି ହୋଇ କିମ୍ବା ଭୋଜନ ପ୍ରସ୍ତୁତ ବେଳେ ଅପଶବ୍ଦ ବ୍ୟବହାର କରିଲେ ମା ଅନ୍ନପୂର୍ଣ୍ଣା ରୁଷ୍ଟ ହୋଇଯାନ୍ତି ।

ଏପରି ମନରେ ପ୍ରସ୍ତୁତ ଭୋଜନରୁ ଲାଭ ବଦଳରେ କ୍ଷତି ଅଧିକ ହୋଇଥାଏ । ଏହାସହ ରୋଷେଇ ଘର ସର୍ବଦା ପରିଷ୍କାର ରହିବା ସହ ବାହାରେ ପିନ୍ଧୁଥିବା ଜୋତା ଚପଲ କେବେ ମଧ୍ୟ ରୋଷେଇ ଘରେ ପିନ୍ଧିବା ଉଚିତ୍ ନୁହେଁ । ଭୋଜନ ପ୍ରସ୍ତୁତ ବେଳେ ବରମବର ଚାଖିବା ଦ୍ଵାରା ତାହା ଅଇଁଠା ହୋଇଯାଏ । ସେଥିପାଇଁ ଏପରି କରିବା ମଧ୍ୟ ଉଚିତ ନୁହେଁ । ଭୋଜନ ପ୍ରସ୍ତୁତ କରିବା ପୂର୍ବରୁ ସର୍ବଦା ମା ଅନ୍ନପୂର୍ଣ୍ଣା ଓ ଅଗ୍ନିଦେବଙ୍କୁ ସ୍ମରଣ କରି ହିଁ ଚୁଲା ଜଳାନ୍ତୁ ।

ଏହାଦ୍ବାରା ଘରେ ଅନ୍ନର ଅଭାବ ହୁଏନାହିଁ ଓ ସୁଖଶାନ୍ତି ମଧ୍ୟ ବଜାୟ ରୁହେ । କେବେ ମଧ୍ୟ ଭଙ୍ଗା କିମ୍ବା ଅପରିଷ୍କାର ପାତ୍ରରେ ଭୋଜନ ପ୍ରସ୍ତୁତ କରନ୍ତୁ ନାହିଁ । କେବେ ମଧ୍ୟ ଗିନାରେ ପଣି ପିଅନ୍ତୁ ନାହିଁ କି କଡେଇରେ ଭୋଜନ କରନ୍ତୁ ନାହିଁ । ଏପରି କରିବା ଦ୍ଵାରା ଘରେ ରାହୁ ଦୋଷ ଉପ୍ତପନ ହୋଇଥାଏ ।

କେବେ ମହିଳାମାନେ ସମୟ ବଞ୍ଚାଇବା ପାଇଁ ଦୁଇବେଳା ପାଇଁ ଅଟା ଚକଟି ରଖି ଦିଅନ୍ତି । କିନ୍ତୁ କେବେ ମଧ୍ୟ ଆବଶ୍ୟକତାଠୁ ଅଧିକ ଅଟା ଚକଟନ୍ତୁ ନାହିଁ । ଚକଟି ରଖା ଯାଇଥିବା ଅଟା ଘରେ ନକରାତ୍ମକତା ଆଣିଥାଏ ଓ ଘରେ ରୋଗ ବେମାରି ମଧ୍ୟ ହୋଇଥାଏ । ଘରେ ପ୍ରସ୍ତୁତ ପ୍ରଥମ ରୋଟି ଗୋମାତାଙ୍କ ପାଇଁ ଓ ଶେଷ ରୋଟି କୁକୁର ପାଇଁ ପ୍ରସ୍ତୁତ କରିବା ଉଚିତ । ଅଟା ଚକଟିବା ବେଳେ ସେଥିରେ ଲୁଣ ସହ ଅଳ୍ପ ଘିଅ ଓ ଚୁଟକି ମାତ୍ରାରେ ଚିନି ମିଶାଇବା ବହୁତ ଶୁଭ ହୋଇଥାଏ ।

ଏହି ସମସ୍ତ ସାମଗ୍ରୀ ଧଳା ରଙ୍ଗର ହୋଇଥାଏ ଓ ଏହାର ସମ୍ବନ୍ଧ ଶୁକ୍ର ଗରହ ଓ ଚନ୍ଦ୍ରମା ସହ ରହିଛି । ତେଣୁ ଏହି ଚାରୋଟି ବସ୍ତୁ ଏକା ସାଥେ ଆମ ଶୁକ୍ର ଓ ଚନ୍ଦ୍ର ଗ୍ରହକୁ ମଜବୁତ କରିଥାଏ ଓ ଏହାର ଶୁଭଫଳ ଆମକୁ ପ୍ରାପ୍ତ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।