Vastu Tips- ଏହି ଦିଗରେ ପୂଜା ଘର ହେବା ବହୁତ ଅଶୁଭ ହୋଇଥାଏ, ତୁରନ୍ତ ହଟାଇ ଦିଅନ୍ତୁ

ବାସ୍ତୁ ଶାସ୍ତ୍ର ଅନୁସାରେ ଘର ଭିତରେ ଥିବା ସମସ୍ତ ଜିନିଷର ନିଜର ଏକ ଊର୍ଜା ଥାଏ । ଘରର ଏହି ଜିନିଷ ଗୁଡିକ ଉଭୟ ସକାରାତ୍ମକ ଓ ନକାରାତ୍ମକ ଊର୍ଜା ଛାଡି ଥାନ୍ତି । ଯଦି ଘରର କୌଣସି ବସ୍ତୁକୁ ତାହାର ସଠିକ ସ୍ଥାନରେ ରଖିବେ ନାହିଁ କିମ୍ବା ତାହାର ସ୍ଥାନ ଭୁଲ ଦିଗରେ ଥିବ ତେବେ ସେ ନକାରାତ୍ମକ ଊର୍ଜା ପକାଇଥାଏ । ଯାହା ଦ୍ଵାରା ଘରର ସଦସ୍ୟମାନଙ୍କ ଉପରେ ମାନସିକ ଓ ଶାରୀରିକ ଉପରେ ଗଭୀର ପ୍ରଭାବ ପଡିଥାଏ । ଶାସ୍ତ୍ର ଅନୁସାରେ ଘରେ ଦୁଇ ପ୍ରକାରର ଊର୍ଜା ଥାଏ । ଶୁଭ ଓ ଅଶୁଭ ।

ଏମିତିରେ ଘରେ ଶୁଭ ଊର୍ଜା ରହିବା ପାଇଁ ଘରେ ମନ୍ଦିର ରହିବା ଉଚିତ । କିନ୍ତୁ ଘରେ ଯଦି ମନ୍ଦିର ଅଶୁଭ ସ୍ଥାନରେ ନିର୍ମାଣ କରାଯାଏ ତେବେ ଏହାର ପ୍ରଭାବ ମନୁଷ୍ୟଙ୍କ ଜୀବନ ଉପରେ ପଡିଥାଏ । ଏମିତିରେ ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାରର ସମସ୍ୟା ଉତ୍ପନ୍ନ ହୋଇଯାଏ ।

ଏମିତିରେ ଆଜି ଆମେ ଆପଣଙ୍କୁ ଏହିଭଳି କିଛି ବିଷୟ ଉପରେ କହିବୁ ଯାହାକୁ ଆପଣ ଘରର ମନ୍ଦିର ତିଆରି କରିବା ସମୟରେ ଓ ପୂଜା କରିବା ସମୟରେ ଧ୍ୟାନ ରଖିବା ଉଚିତ । ଘରେ ଯଦି ମନ୍ଦିରର ସ୍ଥାନ ସଠିକ ଥିବ ତେବେ ଏହା ଘରର ଉନ୍ନତିରେ ଏକ ମହତ୍ଵପୂର୍ଣ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ମନ୍ଦିର କିମ୍ବା ପୂଜା ସ୍ଥାନର ପୁରା ଲାଭ ସେତେବେଳେ ମିଳିବ ଯେତେବେଳେ ଆପଣ ଏହାର ସ୍ଥାପନା କରିବା ସମୟରେ ସବୁ ନିୟମକୁ ପାଳନ କରିଥିବେ ।

ବାସ୍ତୁ ଅନୁସାରେ ମନ୍ଦିର ଘରର ଇସାନ କୋଣରେ ହେବା ଉଚିତ । ଅର୍ଥାତ ଉତ୍ତର ପୂର୍ବ ଦିଗରେ । ଏହି ଦିଗରେ ତିଆରି ହୋଇଥିବା ମନ୍ଦିର ଦିବ୍ୟ ଊର୍ଜାରେ ଭରପୁର ରହିଥାଏ । ଏହା ସହିତ ପ୍ରତିମାମାନଙ୍କର ମୁଖ ପଶ୍ଚିମ ଦିଗରେ ରହିବା ଉଚିତ ଅଟେ । ମନ୍ଦିରକୁ ତିଆରି କରିବା ସମୟରେ ଧ୍ୟାନ ରଖିବେ କି ମନ୍ଦିରକୁ ମାଟିରେ କରିବେ ନାହିଁ । ମନ୍ଦିରକୁ ଉଚ୍ଚ ସ୍ଥାନରେ ହିଁ ନିର୍ମାଣ କରିବେ । ମନ୍ଦିର କାଠ କିମ୍ବା ମାର୍ବଳର ହେବା ଉଚିତ । କାଚ କିମ୍ବା ପ୍ଲାଷ୍ଟିକର ମନ୍ଦିର କରନ୍ତୁ ନାହିଁ ।

ମନ୍ଦିର ଶୌଚାଲୟ କାନ୍ଥ ସାମ୍ନାରେ କିମ୍ବା ଲାଗିକରି ହେବା ଉଚିତ ନୁହେଁ । ଯଦି ଘରର ଉପର ଅଂସରେ ଶୌଚାଲୟ ଅଛି ଠିକ ତାହାରି ତଳେ ବି ଶୌଚାଲୟ କରିବା ଉଚିତ ନୁହେଁ । ପୂଜା ଘରେ ଅଧିକ ଦେବା ଦେବୀଙ୍କ ଫଟୋ କିମ୍ବା ପ୍ରତିମା ରଖନ୍ତୁ ନାହିଁ । ଯେଉଁ ଦେବୀ କିମ୍ବା ଦେବତାଙ୍କ ଆପଣ ଉପାସନା କରୁଛନ୍ତି ତାଙ୍କର ଚିତ୍ର କିମ୍ବା ମୂର୍ତ୍ତି ଏକ ଉଚ୍ଛା ସ୍ଥାନରେ ରଖନ୍ତୁ । ଯଦି ମୂର୍ତି ସ୍ଥାପାନା କରୁଛନ୍ତି ତେବେ ୧୨ ଆଙ୍ଗୁଳିରୁ ବଡ ହେବା ଉଚିତ ନୁହେଁ ।

ପୂଜା ସ୍ଥାନରେ ଶଙ୍ଖ, ଗୌମତି ଚକ୍ର ଓ ଗୋଟିଏ ପାତ୍ରରେ ପାଣି ଭର୍ତି କରି ରଖନ୍ତୁ । ସନ୍ଧ୍ୟା ସମୟରେ ଦୀପ ନିଶ୍ଚିତ ଲଗାନ୍ତୁ । ପୂଜା ସମୟରେ ମନ୍ତ୍ର ପଢନ୍ତୁ ଓ ସବୁବେଳେ ମନ୍ଦିରକୁ ସଫା ରଖନ୍ତୁ । ମନ୍ଦିରରେ କୌଣସି ସ୍ଵର୍ଗତ ସଦସ୍ୟଙ୍କ ଫଟୋ ରଖିବେ ନାହିଁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।