Vastu Tips- କେବେବି ଏହିଦିନ ଧୁଅନ୍ତୁ ନାହିଁ ଘର ନହେଲେ ଘରୁ ମା ଲଷ୍ମୀ ରାଗିକି ପଳେଇବେ !

\ଆଜି ଆମେ ଆପଣଙ୍କୁ କହିବୁ କେଉଁ ଦିନ ଘର ଧୋଇଲେ ଆପଣ ଲକ୍ଷ୍ମୀଛଡ଼ା ହୋଇଯାଆନ୍ତି । କଥାରେ ଅଛି ସ୍ୱଚ୍ଛତା ହିଁ ଭଗବାନ । ଏଥିପାଇଁ ଶାସ୍ତ୍ରରେ ମଧ୍ୟ ସଫାସୁତୁରା ରହିବାପାଇଁ ପରାମର୍ଶ ଦିଆଯାଇଛି । ନିଜକୁ ସଫା ସୁତୁରା ରଖିବା ସହ ନିଜ ପରିବେଶ ଓ ନିଜ ଘରକୁ ମଧ୍ୟ ସଫା ସୁତୁରା ରଖୁଥିବା ବ୍ୟକ୍ତି ସବୁବେଳେ ସୁଖ ଓ ଶାନ୍ତି ପ୍ରାପ୍ତ କରିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଦିନ ଘର ଧୋଇଲେ କଣ ପ୍ରତିକ୍ରିୟା ହୋଇଥାଏ ।

୧:- ଦିନ ୧୨ ତ ପରେ ଘର ଧୁଆ ଫୋଛା କରିବା ଉଚିତ ନୁହେଁ । ଏମିତି କଲେ ମାତା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । କାରଣ ପ୍ରାତଃ କାଳ ହେଉଛି ଦେବୀ ଲକ୍ଷ୍ମୀ ଙ୍କ ଆଗମନର ସମୟ । ତେଣୁ ସେହି ସମୟରେ ଘର ଧୋଇବା ଉଚିତ ନୁହେଁ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ।

୨:- କେବେବି ଗୁରୁବାର ଦିନ ଘର ଧୁଆ ପୋଛା କରନ୍ତୁ ନାହିଁ । ଗୋଟିଏ ଦିନ ପୂର୍ବରୁ ଅର୍ଥାତ ବୁଧବାର ଦିନ ଠାରୁ ଘର ଧୋଇବା ଭଲ ହୋଇଥାଏ । ଏମିତି ନକରି ଗୁରୁବାର ଦିନ ଘର ଧୋଇଲେ ଗୁରୁଗ୍ରହ ଶନି ଏବଂ ଲକ୍ଷ୍ମୀ ରୁଷ୍ଟ ହେବେ ବୋଲି କୁହାଯାଇଛି ।

୩:- ଯଦି ଆପଣ ଖାଲି ପାଣିରେ ଘର ଧୋଉଛନ୍ତି ତେବେ ଏହା ବହୁତ ଅଶୁଭ ହୋଇଥାଏ । ଏମିତି ନ କରି ପାଣିରେ ଗୋଟେ ନିମ୍ବ ପତ୍ର ପକାଇଦିଅନ୍ତୁ ଏବଂ ଏହି ପାଣିକୁ ଗରମ କରି ଏହି ନିମ୍ବ ପାଣିକୁ ଘର ପୋଛା ପାଣିରେ ପକାଇଦିଅନ୍ତୁ ଏବଂ ଘର ପୋଛନ୍ତୁ । ଏମିତି କରିବା ଦ୍ୱାରା ଘରେ ଲକ୍ଷ୍ମୀ ନିବାସ କରିବେ ।

୪:- ବେଳେ ବେଳେ ଘର ଧୋଇଲା ବେଳେ ପାଣିରେ ଲୁଣ ପକାଇ ଧୁଅନ୍ତୁ । କାରଣ ଲୁଣ ର ସମ୍ବନ୍ଧ କୁବେର ଏବଂ ମାତା ଲକ୍ଷ୍ମୀ ଙ୍କ ସହିତ ରହିଛି । ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ରହିଥାଏ ।

୫:- ସନ୍ଧ୍ୟା ସମୟରେ ଘର ପୋଛନ୍ତୁ ନାହିଁ । ଏମିତି କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ହୋଇଥାନ୍ତି ଏବଂ ଆପଣଙ୍କ ଘର ଛାଡ଼ି ଚାଲିଯାଇଥାନ୍ତି ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।