Vastu Shastra- ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଜୀବନରେ ଥରେ ଏହି 6 ବୃକ୍ଷର ପୂଜା କରିବା ଦରକାର, କେବେ ହେବ ନାହିଁ ଧନର ଅଭାବ

ଭଗବାନ ଶ୍ରୀକୃଷ୍ଣ ଏମିତି ୬ଟି ବୃକ୍ଷ ବିଷୟରେ କହିଛନ୍ତି ଯାହାର ପୂଜା କରିବା ଦ୍ୱାରା ବ୍ୟକ୍ତିର ଜୀବନରୁ ଦୁଃଖ, କଷ୍ଟ, ଦାରିଦ୍ର୍ୟତା, କ୍ଳେଶ ସବୁ ଦୁର ହୋଇଯାଇଥାଏ । ଆମ ହିନ୍ଦୁ ଧର୍ମରେ ବୃକ୍ଷ ମାନଙ୍କୁ ପୂଜନୀୟ କୁହାଯାଇଛି । ଶାସ୍ତ୍ର ଅନୁସାରେ ବୃକ୍ଷରେ ମଧ୍ୟ ଜୀବନ ରହିଛି । ଏହି ସୃଷ୍ଟିରେ ସର୍ବ ପ୍ରଥମ ବୃକ୍ଷ ମାନଙ୍କୁ ହିଁ ସ୍ଥାନ ମିଳିଥିଲା । ଏହା ପରେ ଜୀବ ଜନ୍ତୁ ନଜର ଉତ୍ପତ୍ତି ହୋଇଥିଲା । ବୃକ୍ଷ ଏବଂ ଗଛ ମାନେ ଆମର ପ୍ରକୃତ ସାଥୀ ହୋଇଥାନ୍ତି ।

ବୃକ୍ଷ ମାନଙ୍କୁ ଶାସ୍ତ୍ରରେ ବହୁତ ମହତ୍ୱ ଦିଆଯାଇଛି । ଗଛ ଆମ ପାଇଁ ସମ୍ମାନୀୟ ଏବଂ ପୂଜନୀୟ ହୋଇଥାଏ । କିନ୍ତୁ ଏମାନଙ୍କ ମଧ୍ୟରୁ କିଛି ବୃକ୍ଷ ଏମିତି ମଧ୍ୟ ରହିଛି ଯାହା ବିଶେଷ ମହତ୍ୱ ରଖିଥାନ୍ତି । ଏବଂ ମନୁଷ୍ୟ ଭଗବାନଙ୍କ ପରି ଏହି ବୃକ୍ଷ ମାନଙ୍କୁ ମଧ୍ୟ ପୂଜା କରିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ବୃକ୍ଷ ବିଷୟରେ କହିବାକୁ ଯାଉଛୁ । ଯାହାର ବର୍ଣ୍ଣନା ସ୍ଵୟଂ ଭଗବାନ ଶ୍ରୀକୃଷ୍ଣ କରିଛନ୍ତି । ତେବେ ଚାଲନ୍ତୁ ଜାଣିବା ।

ତୁଳସୀ ଗଛ:- ପ୍ରତେକ ହିନ୍ଦୁ ଘରେ ପବିତ୍ର ତୁଳସୀ ଗଛ ଦେଖିବାକୁ ମିଳିଥାଏ । ତୁଳସୀ ଗଛକୁ ହିନ୍ଦୁ ଧର୍ମରେ ସବୁଠାରୁ ପବିତ୍ର ବୋଲି କୁହାଯାଇଥାଏ । ସେଥିପାଇଁ ତୁଳସୀ ଗଛକୁ ପ୍ରତିଦିନ ପୂଜାର୍ଚ୍ଚନା କରାଯାଇଥାଏ । ତୁଳସୀ ଗଛ ଭଗବାନ ଶ୍ରୀକୃଷ୍ଣ ଙ୍କ ଅତି ପ୍ରିୟ ଅଟେ । ଏହି ଗଛକୁ ଆୟୁର୍ବେଦ ରେ ମଧ୍ୟ ବହୁତ ଉପକାରୀ ଅଟେ ।

ଅଶୋକ ଗଛ:- ହିନ୍ଦୁ ଧର୍ମରେ ଅଶୋକ ଅଶୋକ ଗଛକୁ ବହୁତ ପୂଜନୀୟ ବୋଲି କୁହାଯାଇଛି । ବେଦ, ପୁରାଣ ରେ ଏବଂ ଗୀତାରେ ମଧ୍ୟ ଭଗବାନ ଶ୍ରୀକୃଷ୍ଣ ଅଶୋକ ଗଛର ଉଲ୍ଲେଖ କରିଛନ୍ତି । ଅଶୋକ ଗଛରେ ମଧ୍ୟ ବହୁତ ପ୍ରକାରର ଔଷଧୀୟ ଗୁଣ ରହିଛି । ଭାରତରେ ଅଶୋକ ଗଛକୁ ପୂଜା କରିବାର ବହୁତ ପ୍ରକାରର ନିୟମ ରହିଛି । କାରଣ ଶାସ୍ତ୍ର ଅନୁସାରେ ଅଶୋକ ଗଛରେ ୩୩କୋଟି ଭଗବାନ ବାସ କରିଥାନ୍ତି ।

ବର ଗଛ:- ଏହି ଗଛକୁ ଶାସ୍ତ୍ରରେ ପବିତ୍ର ବୋଲି କୁହାଯାଇଛି । ହିନ୍ଦୁ ଶାସ୍ତ୍ର ଅନୁସାରେ ଜେଷ୍ଟ ମାସରେ ବରଗଛକୁ ପୂଜା କରାଯାଇଥାଏ । ଏହି ବ୍ରତ ବିବାହିତା ମହିଳା ମାନେ ନିଜ ସ୍ଵାମୀଙ୍କ ଲମ୍ବା ଆୟୁଷ ପାଇଁ ରଖିଥାନ୍ତି ।

ନିମ୍ବ ଗଛ:- ଏହି ଗଛରେ ମଧ୍ୟ ବହୁତ ଗୁଡେ ଔଷଧୀୟ ଗୁଣ ରହିଛି । ଏହି ଗଛ ଆପେ ଆପେ ଉଠି ଥାଏ । ଏହି ଗଛ ବହୁତ ମାତ୍ରାରେ ମିଳିଥାଏ । ଏହି ଗଛର ପତ୍ର ବହୁତ ଉପକାରିତା ଅଟେ । ଏହା ଗ୍ରୀଷ୍ମ ଦିନରେ ହେଉଥିବା ରୋଗମାନଙ୍କ ଠାରୁ ରକ୍ଷା ପାଇବା ପାଇଁ କରାଯାଇଥାଏ ।

ଆମ୍ବ ଗଛ:- ହିନ୍ଦୁ ଧର୍ମରେ କିଛି ବି ଶୁଭ କାର୍ଯ୍ୟରେ, ପର୍ବ ପର୍ବାଣୀରେ ଘରର କବାଟରେ ଆମ୍ଭ ପତ୍ରର ତୋରଣ ବାନ୍ଧିବାର ପରମ୍ପରା ରହିଛି । ଭଗବାନ ଙ୍କ ପାଖରେ ରଖିଥିବା କଳସରେ ମଧ୍ୟ ଆମ୍ବ ପତ୍ର ରଖାଯାଇଥାଏ । ବିବାହ, ଜନ୍ମଦିନ ରେ ମଧ୍ୟ ଆମ୍ବ ଗଛକୁ ପୂଜା କରିବା ଶୁଭ ବୋଲି କୁହାଯାଇଥାଏ ।

ନଡ଼ିଆ ଗଛ:- ଏହି ଗଛକୁ ଶ୍ରିଫଳ ମଧ୍ୟ କୁହାଯାଇଥାଏ । ଔଷଧୀୟ ଗୁଣରେ ଭରପୁର ଏବଂ ଧାର୍ମିକ କ୍ଷେତ୍ରରେ ମଧ୍ୟ ଉଚ୍ଚ ମାନ୍ୟତା ଦିଆଯାଇଥିବା ନଡ଼ିଆ ଗଛର କୌଣସି ଭାଗ ଅନୁପଯୋଗୀ ହୋଇନଥାଏ । ନଡ଼ିଆ ବିନା କୌଣସି ଶୁଭ କାର୍ଯ୍ୟ ହୋଇନଥାଏ । ନଡ଼ିଆ ପ୍ରତେକ ଶୁଭ କାର୍ଯ୍ୟରେ ସର୍ବ ପ୍ରଥମେ ଲାଗିଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।