Vastu Shastra- ଶ୍ରୀକୃଷ୍ଣ କହିଛନ୍ତି ପ୍ରତିଦିନ ସକାଳୁ ଉଠି ଏହି 3 ଜିନିଷ ଦେଖିବା ଦ୍ୱାରା କେବେବି ଆସିନଥାଏ ଦରିଦ୍ରତା

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ପ୍ରତିଦିନ ସକାଳୁ ଉଠି ଏହି କାମ କଲେ ଦୂର ହୋଇଯାଏ ଦରିଦ୍ରତା । ଭଗବାନ ଶ୍ରୀକୃଷ୍ଣ ମାନବ ସମାଜର କଲ୍ୟାଣ ପାଇଁ ଗୀତାରେ ବହୁତ ମହତ୍ତ୍ଵପୂର୍ଣ୍ଣ ଉପଦେଶ ଦେଇଛନ୍ତି । ଭଗବତ୍ ଗୀତା ସମସ୍ତ ସଂସାରର ସର୍ବଶ୍ରେଷ୍ଠ ଗ୍ରନ୍ଥ ଅଟେ । ଏହା ସବୁ ବେଦ ଏବଂ ପୁରାଣ ଠାରୁ ମହାନ ଅଟେ । ଏହା ସ୍ବୟଂ ପରମାତ୍ମା ପରମବ୍ରହ୍ମ ଭଗବାନ ଶ୍ରୀକୃଷ୍ଣଙ୍କ ବାଣୀ ଅଟେ । ସମସ୍ତ ମନୁଷ୍ୟ ନିଜର ଜୀବନ କଲ୍ୟାଣ ପାଇଁ ଭଗବତ୍ ଗୀତା ଥରେ ପଢ଼ିବା ଦରକାର । ଏମିତି ସଂସାରରେ କେହି ନାହିଁ ଯିଏ ଭଗବାନଙ୍କ ଆଶିର୍ବାଦ ପାଇବାକୁ ଚାହୁଁ ନଥିବ ।

ଭଗବାନ ଶ୍ରୀକୃଷ୍ଣ ଦେବୀ ରୁକ୍ମଣୀଙ୍କୁ ଅନେକ କଥା କହିଛନ୍ତି ଯାହାଙ୍କ ଦ୍ଵାରା ସମସ୍ତ ସଂସାରକୁ ଏହାର ଜ୍ଞାନ ମିଳିଛି । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏମିତି ୩ଟି କାମ ବିଷୟରେ ଯାହା ସକାଳୁ ଉଠି ବ୍ୟକ୍ତିଙ୍କୁ ଏହା କରିଲା ପରେ ତାର ସମସ୍ତ ଦୁଃଖ, ଦରିଦ୍ରତା ଦୂର ହୋଇଯାଏ ଏବଂ ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଏହି ବ୍ୟକ୍ତିଙ୍କ ଘରେ ବାସ କରନ୍ତି ।

ପରିବାରରେ ସୁଖଶାନ୍ତିର ବୃଦ୍ଧି ହୂଏ ଏବଂ ଘରର ବାତାବରଣ ସବୁବେଳେ ଠିକ୍ ରୁହେ । ଏହି ୩ଟି କାମ ଏତେ ମହତ୍ତ୍ବପୂର୍ଣ୍ଣ ହୋଇଥାଏ ଯାହା ପ୍ରତ୍ୟେକ ଦିନ ସକାଳୁ ଉଠି ମଣିଷକୁ ଏହା କରିବା ଦରକାର । ଏହି ଚଳପ୍ରଚଳ ଜୀବନରେ ମଣିଷ ପୂର୍ବ ପୁରୁଷ ମାନେ କହି ଯାଇଥିବା କଥା ଭୁଲି ଯିବାକୁ ଲାଗିଲେଣି ଏବଂ ଯାହା ସକାଳୁ ଉଠି କରିବା ଦରକାର ତାକୁ ନକରି ଅକାରଣେ ପଇସା ପଛରେ ଦୋୖଡିବାକୁ ଲାଗିଛନ୍ତି, ଯେଉଁ କାରଣ ପାଇଁ ମିଳୁଥିବା ଧନ ସୁଖଶାନ୍ତି ଦିଏ ନାହିଁ ।

ଜଦି ସକାଳୁ ଉଠି ବ୍ୟକ୍ତି ଏହି କାମ କରେ ତେବେ ଧନ ସହ ସୁଖଶାନ୍ତି ମଧ୍ୟ ପାଇଥାନ୍ତି ।ତେବେ ଆସନ୍ତୁ ଜାଣିବା କଣ ସେହି କାମ ଯାହା ସକାଳୁ ଉଠି କରିବା ଦରକାର ଏବଂ କେଉଁଟା ଦରକାର ନୁହେଁ । ପ୍ରଥମେ ଜାଣିବା ସକାଳୁ ଉଠି କ’ଣ ନକରିବା ଦରକାର । ପ୍ରଥମେ ସକାଳୁ ଉଠି ଦୃଷ୍ଟ ବ୍ୟକ୍ତିର ମୁହଁକୁ ଦେଖନ୍ତୁ ନାହିଁ ।

ଦୃଷ୍ଟ ବ୍ୟକ୍ତିର ମୁହଁ ଦେଖିବା ଦ୍ବାରା ନକାରାତ୍ମକତା ବ୍ୟାପିଥାଏ । ସାଥିରେ ଚରିତ୍ର ହୀନ ବ୍ୟକ୍ତିର ମୁହଁ ଦେଖିବା କଥା ନୁହେଁ । ଚରିତ୍ର ହୀନ ବ୍ୟକ୍ତିର ମୁହଁ ଦେଖିବା ଦ୍ବାରା ପୂରା ଦିନ ଖରାପ ରହେ, ଦୀନ ସାରା ଗୋଟାଏ ପରେ ଗୋଟିଏ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ ।

ସକାଳୁ ଉଠି ମଣିଷକୁ କେବେ ଅଶୁଭ କହିବା କଥା ନୁହେଁ, ଗାଳି ଦେବା କଥା ନୁହେଁ ଏବଂ ନଗାଧେଇ ମନ୍ଦିର, ତୀର୍ଥ ସ୍ଥାନକୁ ଯିବା କଥା ନୁହେଁ ।

ସକାଳୁ ଉଠି ବ୍ୟକ୍ତିଙ୍କୁ ତାଙ୍କ ମୁହଁ ଆଇନାରେ କେବେ ଦେଖିବା କଥା ନୁହେଁ । ବାସ୍ତୁଶାସ୍ତ୍ର ଅନୁସାରେ ସକାଳୁ ଉଠି ତୁରନ୍ତ ମୁହଁ ଦେଖିବା ବହୁତ ଅଶୁଭ ଅଟେ ।

ସକାଳୁ ଉଠି ନିଜର ଛାଇ ମଧ୍ୟ ଦେଖିବା କଥା ନୁହେଁ କାରଣ ଏହା ଭ୍ରମ ସୃଷ୍ଟି କରେ ଏବଂ ଦୁଃଖ ଦୁର୍ଦ୍ଦଶାକୁ ଆମନ୍ତ୍ରଣ କରେ । ଏବେ ଆସନ୍ତୁ ଜାଣିବା କେଉଁ ୩ଟି ଜିନିଷ ଯାହା ସକାଳୁ ଉଠି ଦେଖିଲେ ଆପଣଙ୍କ ଦୀନ ଶୁଭ ଏବଂ ସଫଳ ରହିବ ।

୧- ସବୁଠାରୁ ପ୍ରଥମ ଉଠି ହାତର ପାପୁଲି ଦେଖିବା ଦରକାର । କାରଣ ହାତର ପାପୁଲି ଅଗ୍ର ଭାଗରେ ମା ଲକ୍ଷ୍ମୀ ବାସ କରନ୍ତି, ମଧ୍ୟ ଭାଗରେ ମା ସରସ୍ବତୀ ଏବଂ ମୂଳ ଭାଗ୍ୟରେ ଭଗବାନ ଗୋବିନ୍ଦ ବାସ କରନ୍ତି । ସକାଳୁ ଏହି ୩ଜଣଙ୍କୁ ଦେଖିଲେ ମଣିଷର ଭାଗ୍ୟ ଖୋଲିଯାଏ । ଏମିତି ବ୍ୟକ୍ତି ସବୁବେଳେ ଉନ୍ନତି କରିଥାଏ ଏବଂ ସୁଖଶାନ୍ତିରେ ଜୀବନ ବିତାଇ ଥାଏ ।

୨- ବଡ଼ ମାନଙ୍କ ଆଶିର୍ବାଦ । ବଦଳୁଥିବା ସମାଜରେ ଆଜିକାଲି କେହି ବଡ ମାନଙ୍କ ଆଶିର୍ବାଦ ନେଉ ନାହାନ୍ତି । ଯେଉଁଥିପାଇଁ ସମୟ ସହିତ ଏହାର ଖରାପ ପ୍ରଭାବ ପକାଇଥାଏ । ଯଦି ସକାଳୁ ଉଠି ଗୁରୁଜନଙ୍କ ଆଶିର୍ବାଦ ନେଲେ ଦିନ ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ସମସ୍ତ କାର୍ଯ୍ୟରେ ସଫଳ ।

୩- ଗରୁଡ଼ ପୁରାଣ ଅନୁସାରେ ଜଦି ସକାଳୁ ଉଠି ସବୁଜ କ୍ଷେତକୁ ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଜଦି ଗୋମାତାଙ୍କୁ ଦେଖନ୍ତି ତେବେ ବ୍ୟକ୍ତିର ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ଏହାଦ୍ବାରା ନକାରାତ୍ମକ ଶକ୍ତିର ପ୍ରଭାବ ଦୂର ହୋଇଯିବ ଏବଂ ପୂରା ଦିନ ମଙ୍ଗଳ ମୟ ହୋଇଥାଏ । ଜଦି ଏହା ଜିନିଷକୁ ଦେଖି ପାରୁ ନାହାଁନ୍ତି ତେବେ ଏହାର ଫଟୋ ଶୋଇବା ଘରେ ଲଗାଇ ପାରନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।