Vastu Shastra- ଶୋଇବା ସମୟରେ ନିଜ ପାଖରେ ଭୁଲରେ ବି ରଖନ୍ତୁ ନାହିଁ ଏହି ଜିନିଷ, ଆସିଥାଏ ଦରିଦ୍ରତା

ଶୟନ କରିବା ସମୟରେ ଆମ ଶରୀର କାର୍ଯ୍ୟ ରହିତ ଥାଏ । ସେହି ଅବସ୍ଥାରେ ଆମ ଶରୀରର ପଞ୍ଚତନ୍ତ୍ର ଆମ ପାଇଁ କାର୍ଯ୍ୟ କରିଥାଏ । ଏଥିପାଇଁ ଆପଣ ଶୟନ କରୁଥିବା ସମୟରେ ଯଦି ଆପଣଙ୍କ ଆଖପାଖରେ ଥିବା ଜିନିଷରୁ କୌଣସି ନକରାତ୍ମକ ଉର୍ଜାର ସଞ୍ଚାର ହେଉଥାଏ, ତେବେ ତାହା ଆପଣଙ୍କ ଶରୀର ଓ ଜୀବନ ଉପରେ ପ୍ରଭାବ ପକାଇ ପାରେ । ଆଜି ଆମେ ଜାଣିବା କେଉଁ ଜିନିଷ ଗୁଡ଼ିକ ପାଖରେ ଥିଲେ ଆମ ଉପରେ ନକରାତ୍ମକ ପ୍ରଭାବ ପକାଏ ଏବଂ କେଉଁ ଜିନିଷ ସକରାତ୍ମକ ପ୍ରଭାବ ପକାଇବା ସହ ଉତ୍ତମ ନିଦ୍ରା ଯିବାରେ ସହାୟକ ହୋଇଥାଏ ।

ପ୍ରଥମେ ଜାଣିବା ଶୟନ ସମୟରେ କେଉଁ ଜିନିଷ ଗୁଡ଼ିକ ମୁଣ୍ଡ ପାଖରେ ରଖିବା ଉଚିତ୍ । ଯଦି ଆପଣଙ୍କୁ ନିଦ ଆସିବାରେ ବହୁତ ଅସୁବିଧା ହେଉଥାଏ ତେବେ ଏକ ରୁମାଲରେ କିଛି କର୍ପୁର ରଖି ତାହା ନିଜ ପାଖରେ ରଖି ନିଅନ୍ତୁ କିମ୍ବା ଏହାକୁ ଅଳ୍ପ ଅଳ୍ପ କରି ଶୁଙ୍ଘି ମଧ୍ୟ ପାରିବେ । କର୍ପୁର ସକାରାତ୍ମକ ଊର୍ଜାର ସବୁ ଠୁ ବଡ଼ ସ୍ରୋତ ଅଟେ ।

ଏହା ଦ୍ବାରା ମସ୍ତିଷ୍କ ଶାନ୍ତ ହୋଇଥାଏ । ଶୋଇବା ସମୟରେ ଅଧିକ ଦୁଃଶ୍ଚିନ୍ତା କିମ୍ବା ଦୁଃସ୍ୱପ୍ନ ଆସୁଥିଲେ ଏହାର ଅର୍ଥ ଆପଣଙ୍କ ଉପରେ କାହାର ନଜର କିମ୍ବା ନକାରାତ୍ମକ ଊର୍ଜାର ପ୍ରଭାବ ପଡିଛି । ଏଥିରୁ ବଞ୍ଚିବା ପାଇଁ ଶୋଇବା ସମୟରେ ଗୋଟା ଚାଉଳକୁ ଏକ ନାଲି କପଡ଼ାରେ ବାନ୍ଧି ନିଜ ତକିଆ ତଳେ ରଖି ଦିଅନ୍ତୁ । ଚାଉଳ ଶୁଦ୍ଧତାର ପ୍ରତୀକ ଅଟେ । ଏହା ଦ୍ଵାରା ନକାରାତ୍ମକ ଉର୍ଜା ଆପଣଙ୍କ ନିକଟକୁ ଆସିବ ନାହିଁ ।

ଶୟନ କକ୍ଷରେ ଶୁଦ୍ଧ ବାତାବରଣ ରହିବା ଅତ୍ୟନ୍ତ ଆବଶ୍ୟକ । ଏଥିପାଇଁ ନିଜ ଶୟନ କକ୍ଷରେ ମୟୂର ପଙ୍ଖ ଲଗାନ୍ତୁ । ଏହାଦ୍ଵାରା ସକାରାତ୍ମକ ଚିନ୍ତା ଆସିବା ଆରମ୍ଭ ହୋଇଥାଏ ।

ଏବେ ଜାଣିବା ଶୟନ ସମୟରେ କେଉଁ ଜିନିଷ ଗୁଡ଼ିକ ନିଜ ଆଖ ପାଖରେ ରଖିବା ଉଚିତ୍ ନୁହେଁ

ପ୍ରଥମେ ହେଉଛି, ମଇଳା କପଡା ବଦଳିବା ପରେ ଶୋଇବା ସମୟରେ ତାକୁ କେବେ ମଧ୍ୟ ନିଜ ଆଖପାଖରେ ରଖନ୍ତୁ ନାହିଁ । ଏହା ଦ୍ବାରା ନକାରାତ୍ମକ ଊର୍ଜା ଉତ୍ପନ୍ନ ହୋଇଥାଏ । ସେଥିପାଇଁ କେବେ ମଧ୍ୟ ପୂଜା କିମ୍ବା ଶୁଭ କାର୍ଯ୍ୟରେ ପୁରୁଣା କିମ୍ବା ମଇଳା ବସ୍ତ୍ର ପିନ୍ଧିବା ଉଚିତ୍ ନୁହେଁ ।

ତା ପରେ ଜୋତା, ଚପଲ, ମୋଜା, ରୁମାଲ୍ ଓ ମାସ୍କ୍ ଏହିସବୁ ଦିନ ସାରା ବ୍ୟବହାର କରୁଥିଲେ ମଧ୍ୟ ରାତିରେ ଶୋଇବା ସମୟରେ ଏଗୁଡ଼ିକ ନିଜ ପାଖରେ ରଖନ୍ତୁ ନାହିଁ । ବୈଜ୍ଞାନିକ ଦୃଷ୍ଟକୋଣରୁ ମଧ୍ୟ ଏହି ଜିନିଷ ଗୁଡ଼ିକ ସ୍ଵାସ୍ଥ୍ୟ ପାଇଁ ହାନିକାରକ ଅଟେ ଏବଂ ଏହି ସବୁରୁ ବାସ୍ତୁ ଦୋଷ ମଧ୍ୟ ଲାଗିପାରେ । ଜୋତା ଚପଲ ଆଦି ଅଲଗା ଅଲଗା ସ୍ଥାନ ରୁ କେତେ ନକାରାତ୍ମକ ଊର୍ଜା ନିଜ ସାଥିରେ ଆଣନ୍ତି । ସେଥିପାଇଁ ଏଗୁଡ଼ିକୁ ଘର ବାହାରେ ହିଁ ରଖନ୍ତୁ ।

ଲୁଣ, ହଳଦୀ, କୁମକୁମ୍, ତେଲ ଓ ଶୁଖି ଯାଇଥିବା ତୁଳସୀ ପତ୍ର ଏ ସବୁ ପୂଜା କାର୍ଯ୍ୟରେ ଲାଗୁଥିବା ଜିନିଷ ହେଲେ ମଧ୍ୟ ରାତ୍ରୀରେ ଶୋଇବା ସମୟରେ ଏଗୁଡ଼ିକ ପାଖରେ ରଖନ୍ତୁ ନାହିଁ । ଆହୁରି ତୁଳସୀ ପତ୍ର କୁ କେବେ ମଧ୍ୟ ସନ୍ଧ୍ୟା ସମୟରେ ତୋଳନ୍ତୁ ନାହିଁ ।

ରାତିରେ ଅଧ୍ୟୟନ କରୁଥିବା ବେଳେ କେବେ ମଧ୍ୟ ପୁସ୍ତକକୁ ନିଜ ବିଛଣାରେ ରଖି ଶୁଅନ୍ତୁ ନାହିଁ । ଏହା ଦ୍ଵାରା ମା ସରସ୍ଵତୀ ଙ୍କ ଅପମାନ ହୋଇଥାଏ । ସେହିପରି ଶୋଉଥିିବା ସମୟରେ ବୈଦୁତିକ ଉପକରଣ ଗୁଡ଼ିକର କିରଣ ଅଧିକ ହୋଇଥାଏ । ଏଥିପାଇଁ ବ୍ଲୁ ଟୁଥ୍, ମୋବାଇଲ୍ ଫୋନ୍, ଇୟର୍ ଫୋନ୍ ଆଦିକୁ ପାଖରେ ରଖନ୍ତୁ ନାହିଁ । ଏହା ଆପଣଙ୍କ ସ୍ଵାସ୍ଥ୍ୟ ପାଇଁ ହାନିକାରକ ଅଟେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।