Vastu Shastra- ମା ଲକ୍ଷ୍ମୀଙ୍କୁ ନିଜ ଆଡକୁ ଆକର୍ଷିତ କରେ ଏହି 7 ଜିନିଷ, ଘରେ ରଖିବା ଦ୍ଵାରା କେବେବି ହୋଇନଥାଏ ଟଙ୍କାର ସମସ୍ୟା

ମାତା ଲକ୍ଷ୍ମୀଙ୍କର କୃପା ନିଜ ଘରେ ଏବଂ ପରିବାରେ ରଖିବା ପାଇଁ ସମସ୍ତେ ଚେଷ୍ଟା କରନ୍ତି । ମାତାଙ୍କୁ ଖୁସି କରିବା ପାଇଁ ସମସ୍ତେ ବିଭିନ୍ନ ପ୍ରକାର ପୂଜା ଅର୍ଚନା ମଧ୍ୟ କରିଥାନ୍ତି । କିନ୍ତୁ ଜ୍ୟୋତିଷ ଏବଂ ତନ୍ତ୍ର ଶାସ୍ତ୍ରରେ କିଛି ଏମିତି ଜିନିଷ ବିଷୟରେ କୁହାଯାଇଛି ଯାହାକୁ ଘରେ ରଖିବା ଦ୍ଵାରା ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ । କୁହନ୍ତି କି ଏହି ୭ଟି ଜିନିଷ ମାତା ଲକ୍ଷ୍ମୀଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି । ସେଥିପାଇଁ ଆଜି ଆମେ ଆପଣମାନଙ୍କୁ ଏମିତି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଘରେ ରଖିବା ଶୁଭ ହୋଇଥାଏ । ଏହି ଜିନିଷ ଗୁଡିକ ଘରେ ରଖିବା ଦ୍ଵାରା ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ ।

ଦକ୍ଷିଣାବର୍ତୀ ଶଂଖ

ଦକ୍ଷିଣାବର୍ତୀ ଶଂଖକୁ ଦେବୀ ଲକ୍ଷ୍ମୀଙ୍କର ପ୍ରତି ସ୍ୱରୂପ କୁହାଯାଏ । ଏହା ସହିତ ଏହାକୁ ଧନ ସମ୍ପଦ, ଐଶ୍ୱର୍ୟ ଏବଂ ସମୃଦ୍ଧିର ପ୍ରତୀକ ମଧ୍ୟ କୁହାଯାଏ । ଏହାକୁ ଆପଣ ନିଜ ଘରେ କିମ୍ବା ଟଙ୍କା ରଖୁଥିବା ସ୍ଥାନରେ ରଖିବା ଉଚିତ ।

ପାରଦ ଲକ୍ଷ୍ମୀ ପ୍ରତିମା

ଯଦି ଆପଣ ଦେବୀ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ଘରେ ପାରଦରେ ନିର୍ମିତ ମାତା ଲକ୍ଷ୍ମୀଙ୍କର ପ୍ରତିମା ରଖିବା ଉଚିତ । ଏହି ପାରଦ ସ୍ୱରୂପ ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ଵାରା ଆପଣଙ୍କର ସବୁ ଇଛା ପୂରଣ ହୋଇଥାଏ ।

କଉଡି

କୁହନ୍ତି କି ଘରେ କଉଡି ରଖିବା ଦ୍ଵାରା ଟଙ୍କା ସମ୍ବନ୍ଧିତ ସମସ୍ୟା ରୁହେ ନାହିଁ । ମାନ୍ୟତା ଅନୁସାରେ କଉଡି ମାତା ଲକ୍ଷ୍ମୀଙ୍କର ଭଉଣୀ ଅଟେ । କଉଡି ଆପଣଙ୍କୁ ଖରାପ ନଜର ଏବଂ ସଙ୍କଟ ଠାରୁ ଦୂରେଇ ରଖିବ ।

ମାତା ଲକ୍ଷ୍ମୀଙ୍କର ଚରଣ ପାଦୁକା

ମାତା ଲକ୍ଷ୍ମୀଙ୍କର କୃପା ପାଇବା ପାଇଁ ମାତା ଲକ୍ଷ୍ମୀଙ୍କର ଚାନ୍ଦିରେ ତିଆରି ପାଦୁକା ଘରର ମନ୍ଦିରରେ ରଖିବା ଉଚିତ ।

କୁବେର ପ୍ରତିମା

କେବେରଙ୍କୁ ସୁଖ ସମୃଦ୍ଧି ଏବଂ ଧନର ଦେବତା କୁହାଯାଏ । ସେଥିପାଇଁ ଘରେ ମାତା ଲକ୍ଷ୍ମୀଙ୍କ ସହିତ କୁବେର ଦେବତାଙ୍କର ମୂର୍ତି କିମ୍ବା ଫଟୋ ବି ରଖି ପୂଜା କରିବା ଉଚିତ ।

ପଦ୍ମଫୁଲର ମଞ୍ଜି

ପଦ୍ମଫୁଲର ମଞ୍ଜିର ପ୍ରୟୋଗ ପୂଜା ପାଠ ଏବଂ ମନ୍ତ୍ରର ଜାପ ପାଇଁ କରାଯାଏ । ଘରର ପୂଜା କରୁଥିବା ସ୍ଥାନରେ ପଦ୍ମଫୁଲର ମଞ୍ଜିର ମାଲା ରଖିବା ଦ୍ଵାରା ଲକ୍ଷ୍ମୀଙ୍କର ବିଶେଷ କୃପା ହୋଇଥାଏ । ଆପଣ ଏହାର ମାଳାକୁ ଧାରଣ ବି କରି ପାରିବେ ।

ଶ୍ରୀ ଯନ୍ତ୍ର

ଶ୍ରୀ ଯନ୍ତ୍ର ଏକ ଏମିତି ଚମତ୍କାରୀ ଯନ୍ତ୍ର ଅଟେ ଯାହାକୁ ଘରେ ରଖିବା ଦ୍ଵାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ । ଏହି ଶୁଭ ଯନ୍ତ୍ର ଧନ ସମୃଦ୍ଧି, ଲାଭ ତଥା ରୁଣ ଇତ୍ୟାଦିର ମୁକ୍ତିର ଯନ୍ତ୍ର ବୋଲି କୁହାଯାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।