Vastu Shastra ଘରର ସବୁବେଳେ ହେବ ଉନ୍ନତି, ବାସ ରବିବାର ଦିନ ନିଶ୍ଚୟ କରନ୍ତୁ ଏହି ଉପାୟ, ଘରେ ରହିବେ ମା ଲକ୍ଷ୍ମୀ

ବନ୍ଧୁମାନେ କେତେ ଥର ଆମେ ବହୁତ ପରିଶ୍ରମ କରି ଟଙ୍କା ଆୟ କରିଥାଉ । କିନ୍ତୁ କିଛି କାରଣ ବଶତଃ ଏହି ଟଙ୍କା ଅଧିକ ଦିନ ପର୍ଯ୍ୟନ୍ତ ଆମ ପାଖରେ ରୁହେ ନାହିଁ । ଟଙ୍କା ଯେଉଁ ରାସ୍ତାରେ ଆସିଥାଏ ଓ ସେହି ରାସ୍ତାରେ ଚାଲିଯାଏ । କହିବାକୁ ଗଲେ ବର୍ତ୍ତମାନ ଯୁଗରେ ଟଙ୍କାର ମୂଲ୍ୟ ସମସ୍ତେ ଜାଣିଛନ୍ତି । ଆଜିକାଲି ସମସ୍ତେ ଦିନ ରାତି ପରିଶ୍ରମ କରିଥାନ୍ତି ଯାହା ଦ୍ଵାରା ସେ ନିଜର ଓ ନିଜର ପରିବାରର ସ୍ଵପ୍ନ ଗୁଡିକୁ ପୁରା କରି ପାରିବେ ।

କିନ୍ତୁ ଇଚ୍ଛା ଅନୁସାରେ ଟଙ୍କା ଆୟ କରିବା ସତ୍ବେ ବି ପାଖରେ ଟଙ୍କା ରହୁ ନାହିଁ ତେବେ ବୁଝି ଯାଆନ୍ତୁ କି କେଉଁଠି ନା କେଉଁଠି ଆପଣଙ୍କ ଦ୍ଵାରା କିଛି ଭୁଲ ହେଉଛି । ଏମିତିରେ ଆଜି ଆମେ ଆପଣଙ୍କୁ କିଛି ସରଲ ଓ ସହଜ ଉପାୟ କହିବୁ । ଯେଉଁ ଉପାୟ ଗୁଡିକୁ କରି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ ।

ଯଦି ଆପଣଙ୍କ ଘରେ କିଛି ବାସ୍ତୁ ଦୋଷ ଅଛି ତେବେ ଏହାର ପ୍ରଭାବ କମ କରିବା ପାଇଁ ଆପଣ ଏକ ସରଲ ଉପାୟ କରି ପାରିବେ । ସବୁଦିନ ଘରେ ଥିବା ଭଗବାନଙ୍କ ପୂଜା କରିବା ପରେ ଘରର ମୁଖ୍ୟ ଦ୍ଵାରରେ ପୂଜା କରନ୍ତୁ । କହିବାକୁ ଗେଲ ଏଥିପାଇଁ ପ୍ରଥମେ ଆପଣ ଘରର ବାହାରେ ସ୍ଵାସ୍ତିକ ଚିହ୍ନ କରନ୍ତୁ ଏବଂ ସେଥିରେ ସିନ୍ଦୁର ଓ ହଳଦୀ ଦିଅନ୍ତୁ । ଏହା ପରେ ଘିଅ ଦୀପ ଦ୍ଵାରା ସ୍ଵାସ୍ତିକ ଚିହ୍ନକୁ ପୂଜା କରନ୍ତୁ ।

ଏହା ସହିତ ସକାଳ ଓ ସନ୍ଧ୍ୟା ସମୟରେ କପୁର ବି ଜଳାନ୍ତୁ ଓ ଘରର ବାତାବରଣକୁ ସୁଗନ୍ଧିତ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରେ ଲକ୍ଷ୍ମୀ ବାସ କରିବେ ଓ ଆପଣଙ୍କ ପାଖରେ ଟଙ୍କା ବି ରହିବାକୁ ଲାଗିଥାଏ । ଆପଣଙ୍କୁ କହିଦେଉଛୁ କି ଯଦି ଆପଣ ଘରର ଓ ନିଜର ଉନ୍ନତି ଚାହୁଁଛନ୍ତି ତେବେ ସୂର୍ଯ୍ୟଦେବତାଙ୍କୁ ପ୍ରସନ୍ନ କରନ୍ତୁ । ଏଥିପାଇଁ ସବୁଦିନ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ ।

କିନ୍ତୁ ଯଦି ରବିବାର ଦିନ ଆପଣ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରୁଥିବା ସମୟରେ ସେହି ପାଣିରେ ଅଳ୍ପ ଚାଉଳ, ଅଳ୍ପ ନାଲି ଫୁଲ ଓ ଚନ୍ଦନ ଦେଇ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କୁ ଦୁଇ ଗୁଣା ଲାଭ ମିଳିବ । ଏହିଭଳି କରିବା ଦ୍ଵାରା ସୂର୍ଯ୍ୟ ଦେବତାଙ୍କ କୃପାରେ ଆପଣଙ୍କ ଘରର ଉନ୍ନତି ବି ହେବ । ଏହା ସହିତ ସବୁବେଳେ ମନେ ରଖନ୍ତୁ କି ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରୁଥିବା ସମୟରେ ସବୁବେଳେ ନିଜର ମୁଖ ପୂର୍ବ ଦିଗରେ ରଖନ୍ତୁ ।

ଏହା ଛଡା ଆପଣ ରବିବାର ଦିନ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ଗୋଟିଏ ଗ୍ଳାସ ପାଣିରେ ଅଳ୍ପ କ୍ଷୀର ଦେଇ ଶୋଇ ଯାଆନ୍ତୁ । ଏହା ସହିତ ଏହାକୁ ଏମିତି ଜାଗାରେ ରଖନ୍ତୁ କି ଯେଉଁଠି ଆପଣଙ୍କର ହାତ ବାଜି ଏହା ତଳେ ନ ପଡିଯିବ । ଏହା ପରେ ଆସନ୍ତା ଦିନ ଅର୍ଥାତ ସୋମବାର ଦିନ ସକାଳୁ ଉଠି ସ୍ନାନ କରି ଏହି ପାଣିକୁ ବବୁଲ ଗଛ କିମ୍ବା ଓସ୍ତ ଗଛର ମୂଳରେ ଢାଳି ଦିଅନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କ ଘରେ ଧନ ଆଗମନ ରହିବାକୁ ଲାଗିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।