Vastu Shastra- ଏହି ୨ ଟି ଗଛ ଘରେ ଏକା ସହିତ ଏହି ଜାଗାରେ ଲଗାଇବା ଦ୍ଵାରା ହୋଇଥାଏ ରାଜଯୋଗ, ହେଇଥାଏ ଟଙ୍କା ବର୍ଷା

ବନ୍ଧୁଗଣ ଗଛ ଲତା ଆମକୁ ଅକ୍ସିଜେନ ଦେଇ ଆମକୁ ବଞ୍ଚାଇ ରଖିଛନ୍ତି । ଏହା ଛଡା ଗଛ ଲତାକୁ ଭଗବାନଙ୍କ ରୂପ ମନା ଯାଇଛି । ଘର ସଜାଇବା ପାଇଁ ଆମେ ବହୁତ ପ୍ରକାରର ଗଛ ଲଗାଇଥାଉ କିନ୍ତୁ ଆପଣ ଜାଣି ନଥିବେ କି ଗଛ ଘରର ସୁନ୍ଦରତା ବଢାଇବା ସହିତ ଘରର ନକରାତ୍ମକ ପ୍ରଭାବକୁ ଶେଷ କରି ସକରାତ୍ମକ ଉର୍ଜ୍ଜା ସୃଷ୍ଟି କରିଥାନ୍ତି । ଯାହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଘରେ ସବୁବେଳେ ବାସ କରିଥାନ୍ତି । ଆଜି ଆମେ ଆପଣଙ୍କୁ କହିବୁ କି ଏମିତି ଦୁଇଟି ଗଛ ଯାହାକୁ ଯଦି ଆପଣ ଏକା ସହିତ ଲଗାଇ ଦେଉଛନ୍ତି ତେବେ ଆପଣଙ୍କ ଭାଗ୍ୟ ବହୁତ ଜଲ୍ଦି ଚମକି ଯାଇଥାଏ ।

୧. ପ୍ରଥମ ଗଛ-ତୁଳସୀ ଗଛ

ଯେଉଁଠି ତୁଳସୀ ଗଛ ରହିଥାଏ ସେଠାରେ ସବୁବେଳେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ଙ୍କ ବାସ ହୋଇଥାଏ । ବନ୍ଧୁଗଣ ଭଗବାନ ବିଷ୍ଣୁ ଙ୍କୁ ତୁଳସୀ ଅତ୍ୟନ୍ତ ପ୍ରିୟ ଅଟେ । ଓ ତୁଳସୀଙ୍କୁ ଭଗବାନ ଶ୍ରୀହରିଙ୍କ ଆଶୀର୍ବାଦ ପ୍ରାପ୍ତ ଅଟେ କି ଯେଉଁଠି ବି ତୁଳସୀ ଗଛ ଥିବ ସେଠାରେ ସବୁବେଳେ ଭଗବାନ ଶ୍ରୀହରିଙ୍କ ନିବାସ ହେବ ଓ ଏହି କାରଣରୁ ଘରେ ସବୁବେଳେ ମାତା ଲକ୍ଷ୍ମୀଙ୍କର ବି ନିବାସ ରହିଥାଏ ।

ଯେଉଁ ଘରେ ତୁଳସୀ ଗଛ ଲଗା ଯାଇଥାଏ ସେଠାରେ କେବେ ବି ଧନ ଦୌଲତ ର ଅଭାବ ରହି ନଥାଏ । ଏହା ଛଡା ଯେଉଁଠି ତୁଳସୀ ଗଛ ଥାଏ ସେଠାକାର ବାୟୁ ଶୁଦ୍ଧ ହୋଇଯାଏ । ଘରେ ତୁଳସୀ ଗଛ ରହିବା ରହିବା ଦ୍ଵାରା ଘରର ସଦସ୍ୟଙ୍କର ବିଚାର ବି ଶୁଦ୍ଧ ହୋଇଯାଏ ।

୨. ଅଶ୍ଵଗନ୍ଧା

ଅଶ୍ଵଗନ୍ଧା ଗଛକୁ ଘରେ ଲଗାଇବା ଦ୍ଵାରା ସବୁ ପ୍ରକାରର ବାସ୍ତୁ ଦୋଷ ଦୂର ହୋଇଯାଏ । କିଛି ଥର ଯେତେବେଳେ ଆମେ ଘର ବନାଇଥାଉ ସେଥିରେ ବାସ୍ତୁ ଶାସ୍ତ୍ରକୁ ଅଣଦେଖା କରି ଦେଇଥାଉ । ଯାହା ଦ୍ଵାରା ଆମ ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ଯେଉଁ କାରଣରୁ ଆମର ସଫଳତାରେ ବାଧା ଆସିଥାଏ ଓ ଆମକୁ ଆର୍ଥିକ ରୂପରେ ବି କ୍ଷତି ର ସାମ୍ନା କରିବାକୁ ପଡିଥାଏ ଓ ଏହି କାରଣରୁ ମଧ୍ୟ ଘରର ସଦସ୍ୟ ଙ୍କ ମଧ୍ୟରେ ଲଢେଇ ଝଗଡା ହୋଇଥାଏ ଓ ପୁରା ପରିବାର ଅଲଗା ହୋଇଯାଏ ।

ଯେଉଁ ଘରେ ଅଶ୍ଵଗନ୍ଧା ଗଛ ରହିଥାଏ ସେହି ଘରେ ସବୁବେଳ ପାଇଁ ମାତା ଲକ୍ଷ୍ମୀ ଙ୍କର ନିବାସ ହୋଇଥାଏ ଓ ସେହି ଘରର ବାସ୍ତୁଦୋଷ ଦୂର ହୋଇଯାଏ । ବାସ୍ତୁ ଦୋଷ ଶେଷ ହେବା କାରଣରୁ ସେହି ଘରେ ସୁଖ ସମୃଦ୍ଧି ବଢିବାକୁ ଲାଗିଥାଏ ।

୩. କଦଳୀ ଗଛ

ଘରେ ସମୃଦ୍ଧି ପାଇଁ କଦଳୀ ଗଛକୁ ବି ପୂଜା କରିବା ଶୁଭ ହୋଇଥାଏ । ଏହାକୁ ଘରର ଐଶାନ୍ୟ କୋଣରେ ଲଗାଇବା ଉଚିତ । ଏମିତିରେ ତ ଆପଣ ଏହାକୁ କେଉଁଠି ବି ଲଗାଇପାରିବେ କିନ୍ତୁ ଐଶାନ୍ୟ କୋଣରେ ଲଗା ଯାଇଥିବା କଦଳୀ ଗଛ ଆପଣଙ୍କୁ ବହୁତ ଭଲ ପ୍ରଭାବ ଦେଇଥାଏ କାରଣ ଏହା ବୃହସ୍ପତି ଗ୍ରହର ପ୍ରତିନିଧି ବୃକ୍ଷ ଅଟେ ।

ବନ୍ଧୁଗଣ ଯଦି ଆପଣ କଦଳୀ ଗଛ ପାଖରେ ତୁଳସୀ ଗଛ ଲଗାଇ ଦେଉଛନ୍ତି ତେବେ ତାହା ଅଧିକ ଶୁଭକାରୀ ହୋଇଥାଏ । ଯେଉଁ ଘରେ କଦଳୀ ଓ ତୁଳସୀ ଗଛ ଏକା ସହିତ ରହିଥାଏ ସେଠାରେ ଧନ ଦୌଲତ ର ଭଣ୍ଡାର କେବେ ବି ଶେଷ ହୋଇନଥାଏ । ଏଥିପାଇଁ ଆପଣ କଦଳୀ ଓ ତୁଳସୀ ଗଛକୁ ଏକା ସହିତ ଅବଶ୍ୟ ଲଗାନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।