ଚାଲୁଥିବା ସମୟରେ ଚପଲ ଛିଣ୍ଡିବା ଶୁଭ ନା ଅଶୁଭ ? ଜାଣନ୍ତୁ ଏମିତି 10 ଟି ଶୁଭ ଓ ଅଶୁଭ ସଂକେତ ବିଷୟରେ -Vastu Shastra

ଘରୁ ବାହାରକୁ ଗଲା ବେଳେ ଚପଲ ଛିଣ୍ଡିବା, ପଶୁ ପକ୍ଷୀ ଦେଖିବା, ପିମ୍ପୁଡି ଧାଡି ବାନ୍ଧି ହୋଇ ଯିବାର ଦେଖିବା କିମ୍ବା ଚଢେଇ ମାରି ପଡିଥିବା ଦେଖିବା ଏହି ସବୁ ଜିନିଷର ଅଲଗା ଅଲଗା ମହତ୍ଵ ଥାଏ । ଶାସ୍ତ୍ରରେ ଏହି ସବୁ ସଂକେତ ବିଷୟରେ ବିସ୍ତାର ରୂପରେ କୁହାଯାଇଛି । ଆପଣ ଯେତେବେଳେ ଘରୁ ବାହାରକୁ ଯାଆନ୍ତି ତେବେ ଘର ଲୋକମାନେ ଆପଣଙ୍କୁ ମିଠା ଦହି କିମ୍ବା କିଛି ମିଠା ଜିନିଷ ଖାଇବାକୁ ଦେଇଥାନ୍ତି, କାରଣ ଏହା ଶୁଭ ହୋଇଥାଏ । ଯଦି ବିଲେଇ ରାସ୍ତା କାଟି ଯାଉଛି ତେବେ ଏହାକୁ ଅଶୁଭ ସଂକେତ କୁହାଯାଏ ।

କିନ୍ତୁ ଏହି ଶୁଭ ଓ ଅଶୁଭ ସଂକେତର ଅର୍ଥ କଣ । କହିବାକୁ ଗଲେ ଭାରତୀୟ ମାନ୍ୟତା ଅନୁସାରେ ଯେତେବେଳେ ଆମେ ଘରୁ ବାହାରାକୁ ଯାଇଥାଉ ତେବେ ସେତେବେଳେ ଆମକୁ ଏମିତି କିଛି ସଂକେତ ମିଳିଥାଏ ଯାହା କହିଥାଏ କି ବାହାରକୁ ଯିବା ଶୁଭ ଅଟେ ନା ଅଶୁଭ । ଆମକୁ ଏହି ଶୁଭ ବା ଅଶୁଭ ସଂକେତକୁ ନଜରଅନ୍ଦାଜ କରିବା ଉଚିତ ନୁହେଁ । ଆଜି ଆମେ ଆପଣଙ୍କୁ ଏହି ଶୁଭ ଓ ଅଶୁଭ ସଂକେତ ବିଷୟରେ କହିବୁ ।

ଶୁଭ ସଂକେତ

ଯଦି ଘରୁ ବାହାରକୁ ବାହାରିବା ସମୟରେ ଆପଣଙ୍କୁ ଯଦି କୌଣସି ଗାଈ ଦେଖାଯାଏ କିମ୍ବା ସେ ଅଚାନକ ଆପଣଙ୍କୁ ଲାଞ୍ଜ ମାରିଦେଉଛି ତେବେ ବୁଝି ଯାଆନ୍ତୁ କି ଆପଣଙ୍କ ଦିନ ଓ ଯାତ୍ରା ଶୁଭ ହେବାର ଅଛି । ଏହା ଦ୍ବାରା ଆପଣ ଯେଉଁ କାମରେ ଯାଉଛନ୍ତି ତାହା ସଫଳ ହେବ । ଆପଣ ରାସ୍ତାରେ ଯିବା ସମୟରେ ଯଦି ଓଲଟା ପଡିଥିବା କଇଁଛ ଦେଖୁଛନ୍ତି କିମ୍ବା କୌଣସି ଯୋଡା ପାରା ଦେଖୁଛନ୍ତି ତେବେ ଏହା ଶୁଭ ହୋଇଥାଏ ।

ଘରୁ ବାହାରିବା ସମୟରେ ଯଦି ଆପଣଙ୍କର ନଜର କୌଣସି ଜଳ ପୂର୍ଣ ପାତ୍ର ଉପରେ ପଡୁଛି ତେବେ ବୁଝି ଯାଆନ୍ତୁ କି ଆପଣଙ୍କୁ କିଛି ଭଲ ଖବର ମିଳିବାର ଅଛି । ପୁରୁଣା କାଳରେ ଘରୁ ବାହାରକୁ ଯିବା ବେଳେ ଯଦି କୌଣସି ମହିଳାକୁ ଜଳ ପୂର୍ଣ ପାତ୍ର ନେଇ ଯିବାର ଦେଖୁଥିଲେ ତେବେ ତାକୁ ଉପହାର ଦେଉଥିଲେ । କାହିଁକି ନା ଏହା ଏକ ଶୁଭ ସଂକେତ ହୋଇଥାଏ । ଘରୁ ବାହାରକୁ ଯିବାବେଳେ ଯଦି ଗହମ କିମ୍ବା ଅଟା ନେଇ ଯାଉଥିବା କୌଣସି ବ୍ୟକ୍ତି ଦେଖାଯାଏ ତେବେ ଏହା ବି ଏକ ଶୁଭ ସଂକେତ ।

ଏହା ସହିତ ଯଦି ଆପଣ ରାସ୍ତାରେ ଯାଉ ଥିବା ସମୟରେ ଶବ ଦେଖୁଛନ୍ତି ତେବେ ଏହା ଶୁଭ ହୋଇଥାଏ । ଏହା ଯଦି ଆପଣଙ୍କର ଡାହାଣ ପାଖରେ ଯାଉଥିବ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ରାସ୍ତାରେ ଯାଉ ଥିବା ସମୟରେ ଯଦି ନେଉଳ, ମୟୂର, ହାତୀ, ଘୋଡା ଦେଖାଯାଉଛି ତେବେ ଏହା ବି ଶୁଭ ହୋଇଥାଏ । ଘରୁ ବାହାରିବା ସମୟରେ ଶଙ୍ଖ କିମ୍ବା ମନ୍ଦିର ଘଣ୍ଟି କାନରେ ଆସି ପଡୁଛି ତେବେ ଏହା ଏକ ଶୁଭ ସଂକେତ ଅଟେ ।

ଘର ବାହାରେ ଯଦି ଅଘୋରୀ କିମ୍ବା ସାଧୁ ସନ୍ୟାସୀ ଦେଖାଯାଉଛନ୍ତି ତେବେ ତାଙ୍କୁ ପ୍ରଣାମ କରି ନିଜ କାର୍ଯ୍ୟରେ ଯାଆନ୍ତୁ ଏହିଭଳି କରିବା ଦ୍ଵାରା ଆପଣଙ୍କ ଦିନ ସୁଖମୟ ରହିବ । ନାଲି ପିମ୍ପୁଡିଙ୍କ ଧାଡି ବାନ୍ଧି ହୋଇ ଯିବାର ଦେଖିବା କିମ୍ବା ତାଙ୍କ ମୁହଁରେ ଅଣ୍ଡା ଦେଖିବା ବହୁତ ଶୁଭ ହୋଇଥାଏ । ଘରୁ ବାହରକୁ ଯିବାବେଳେ ଯଦି ଏହି ପରି ଦୃଶ୍ୟ ଦେଖୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଓ ଯେଉଁ କାର୍ଯ୍ୟରେ ଯାଉଥିବେ ସେଥିରେ ଶୁଭ ଫଳ ପାଇବେ ।

ଅଶୁଭ ସଂକେତ

ଘରୁ ବାହାରକୁ ଯିବା ସମୟରେ କିଛି ଖଟା କିମ୍ବା ପିତା ଜିନିଷ ଖାଇ ଯାଅନ୍ତୁ ନାହିଁ କାରଣ ଏହା ଅଶୁଭ ହୋଇଥାଏ । ବାହାରକୁ ଯିବାବେଳେ ମିଠା ଖାଇବା ଉଚିତ । ବାହାରକୁ ଯିବାବେଳେ ଛିଙ୍କି ଦେଉଛନ୍ତି, କେହି ପଛରୁ ଡାକି ଦେଉଛନ୍ତି, ମରି ପଡିଥିବା ଚଢେଇ ଦେଖୁଛନ୍ତି, ଜୋତା ଚପଲ ଛିଣ୍ଡିଯିବା, ଲୁଗା କିମ୍ବା କିଛି କପଡା ଛିଣ୍ଡିଯିବା, ଲାଇନ କଟିଯିବା, ଭାଙ୍ଗି ଯାଇଥିବା ଅଣ୍ଡା, ମାଙ୍କଡ ଦେଖା ଯାଉଛି ଇତ୍ୟାଦି ଏହିଭଳି କିଛି ଦୃଶ୍ୟ ଯଦି ଆପଣ ଘରୁ ବାହାରକୁ ଯିବା ସମୟରେ ଦେଖୁଛନ୍ତି ତେବେ ଏହା ବହୁତ ଅଶୁଭ ହୋଇଥାଏ । ସେଥିପାଇଁ ଏହି ସବୁ ଦେଖିଲେ ଅଳ୍ପ ସମୟ ରହି ଯାଆନ୍ତୁ ଓ ପାଣି କିମ୍ବା କିଛି ମିଠା ଖାଦ୍ୟ ଖାଇ ଯାତ୍ରା କରନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।