Vastu Tips- ବିଛଣା ଉପରେ ବସି ଖାଉଥିବା ଲୋକମାନେ ଏହି କଥା ନିଶ୍ଚୟ ଜାଣି ରଖନ୍ତୁ, ଇଏ ହେଉଛି ଭୋଜନ କରିବାର ସଠିକ ଦିଗ

ବାସ୍ତଶାସ୍ତ୍ର ଅନୁସାରେ ଘର ଭିତରେ ସକରାତ୍ମକ ଭାବନା ଓ ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ଅନେକ ଗୁଡ଼ିଏ ଉପାୟ ରହିଛି । ଆଧୁନିକ ଜୀବନ ଶୈଳୀରେ ଆମ ଜୀବନରେ ଅନେକ ଗୁଡ଼ିଏ ପରିବର୍ତ୍ତନ ଆସିଚି । ଯାହାଫଳରେ ବହୁତ୍ ଲୋକ ନିଜ ସଂସ୍କୃତିକୁ ଭୁଲିବାକୁ ଲାଗିଛନ୍ତି । ଯାହାର ପ୍ରଭାବ ତାଙ୍କ ଜୀବନ ଉପରେ ପଡ଼ିଛି । ଯେଉଁଠି ପ୍ରାଚୀନ କାଳରେ ଲୋକମାନେ ସମୃଦ୍ଧିର ସହିତ ଅଧିକ ସମୟ ପର୍ଯ୍ୟନ୍ତ ଜୀବିତ ରହୁଥିଲେ ବର୍ତ୍ତମାନ ଲୋକମାନଙ୍କର ଆୟୁଷ ବହୁତ କମ ହେବାର ଲାଗିଚି । ଏହାର ଅନେକ ଗୁଡ଼ିଏ କାରଣ ରହିଛି ଯାହା ମଧ୍ୟରୁ ତୁମେ ବସି ଖାଦ୍ୟ ଖାଇବା ଏକ କଥା ।

ପୂର୍ବ କାଳରେ ଲୋକମାନେ ତଳେ ଆସନ ଉପରେ ବସି ଖାଦ୍ୟ ଖାଉଥିଲେ । ଯାହା ଫଳରେ ମନୁଷ୍ୟ ଶରୀର ଓ ପୃଥିବୀ ମାତାର ଉର୍ଜାର ମିଳନ ହେଉଥିଲା । ଯାହାଫଳେ ମନୁଷ୍ୟ ରୋଗଗ୍ରସ୍ତ ହେଉନଥିଲେ । ଆଜି କାଲି ଲୋକମାନଙ୍କ ମଧ୍ୟରେ କମଜୋର ଆସିବା ସାଧାରଣ କଥା ହୋଇଗଲାଣି । ଗ୍ରନ୍ଥ ଅନୁସାରେ ଖାଦ୍ୟ ଖାଇବା ବେଳେ କିଛି ନିୟମ ପାଳନ କରିବାକୁ ପଡ଼ିଥାଏ ଯାହାକି ବୈଜ୍ଞାନିକ ଦୃଷ୍ଟିକୋଣ ହିସାବରେ ଠିକ୍ ବୋଲି ପରୀକ୍ଷିତ ।

ଯାହାକୁ ପ୍ରାଚୀନ ଯୁଗରେ ମୁନିଋଷି ମାନେ ଆମକୁ କହିଥିଲେ ତାହାକୁ ବିଜ୍ଞାନ ବର୍ତ୍ତମାନ ଜଣାଉଛି । ଏହା ସହିତ ଜ୍ୟୋତିଷ ଶାସ୍ତ୍ରମତରେ ଖାଦ୍ୟ ଖାଇବା ନିୟମ କୁ ନେଇ ଆମ ଜୀବନରେ ଗ୍ରହ ନକ୍ଷତ୍ରର ପରିବର୍ତ୍ତନ ହୋଇଥାଏ । ଯାହାର ପ୍ରଭାବ ଆମ ଜୀବନ ଶୈଳୀ ଉପରେ ପଡ଼ିଥାଏ । ଆସନ୍ତୁ ଜାଣିବା ବାସ୍ତୁ ଅନୁସାରେ ଖାଦ୍ୟ ଖାଇବାର ନିୟମ ।

ସାଧାରଣତଃ ଖାଦ୍ୟ ଖାଉଥିବା ସ୍ଥାନକୁ ବୃହସ୍ପତି ସ୍ଥାନ କୁହାଯାଏ । ଯାହାକୁ କି କେବେ ବି ଶୌଚାଳୟ ଉପରେ ବା ପାଖରେ କରିବା ଅନୁଚିତ୍ ଅଟେ । ଭୋଜନ ଗୃହକୁ ଶୌଚାଳୟ ସାମନା ରେ ରହିବା ଅନୁଚିତ୍ । ଖାଦ୍ୟ ଖାଉଥିବା ସମୟରେ ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରି ଖାଇବା ଉଚିତ୍ ଅଟେ । ଯାହା ଫଳରେ ମନୁଷ୍ୟକୁ ସୁସ୍ଥ ଶରୀର ଓ ଭୋଜନରେ ଆନନ୍ଦ ଲାଭ ମିଳିବ । ଯେଉଁ ମାନଙ୍କର ପିତାମାତା ଜୀବିତ ଅଛନ୍ତି ସେମାନେ କେବେବି ଦକ୍ଷିଣ ଦିଗକୁ ମୁହଁ କରି ଖାଇବା କଥା ନୁହେଁ । ବସ୍ତୁ ଶାସ୍ତ୍ର ଅନୁସାରେ ପଶ୍ଚିମ ବା ନୈରୁତ କୋଣକୁ ମୁଖ କରି ଭୋଜନ କଲେ ପାଚନ ଶକ୍ତି ହ୍ରାସ ପାଏ ।

ଖାଦ୍ୟ ଖାଇବା ପୂର୍ବରୁ କରନ୍ତୁ ଏହି ସବୁ ଉପାୟ

ଖାଦ୍ୟ ଖାଇବା ପୂର୍ବରୁ ହାତ କୁ ଭଲ ଭାବେ ପରିଷ୍କାର କରନ୍ତୁ ଓ ପାଦ ମଧ୍ୟ ଧୁଅନ୍ତୁ । ଏହା କରିବା ଫଳରେ ଆୟୁ ବୃଦ୍ଧି ହୋଇଥାଏ । ଓଦା ପଦରେ ଖାଦ୍ୟ ଖାଇବାକୁ ଶୁଭ ମାନାଯାଇଥାଏ । ଜଳ ପଞ୍ଚତତ୍ୱ ମଧ୍ୟରୁ ଗୋଟିଏ ହୋଇଥାଏ । ତେଣୁ ତଳେ ବସି ଖାଇବା ଦ୍ଵାରା ପୃଥିବୀ ଓ ଜଳର ମିଶ୍ରଣ ହୋଇଥାଏ । ଯାହାକି ସ୍ବାସ୍ଥ୍ୟ ପାଇଁ ସର୍ବୋତ୍ତମ ବୋଲି କୁହାଯାଇଛି । ଯାହା ଦ୍ଵାରା ଶରୀରରେ କ୍ରୋଧର ବିନାଶ ଘଟି ଶାନ୍ତି ଆସିଥାଏ । ସକରାତ୍ମକ ଭାବନା ସୃଷ୍ଟି ହୋଇଥାଏ ।

ଅଗ୍ନି କୋଣକୁ ମୁଖ କରି ଭୋଜନ କଲେ ଯୌନ ସମ୍ବନ୍ଧୀୟ ରୋଗ ସୃଷ୍ଟି ହୋଇଥାଏ । ଶାସ୍ତ୍ର ଅନୁସାରେ ତଳେ ବସି ଭୋଜନ କରିବା ଶରୀର ପାଇଁ ଉତ୍ତମ ଅଟେ । କେବେ ବି ଉପରେ ବସି ଗୋଡ଼ ହଲେଇ ହଲେଇ ଖାଇବା କଥା ନୁହେଁ । ବିଛଣା ଉପରେ ବସି ଖାଦ୍ୟ ଖାଇଲେ ଘରୁ ଲକ୍ଷ୍ମୀ ଛାଡିଯାନ୍ତି । ଓ ଯେତେ ରୋଜଗାର କଲେ ଅଭାବ ପରିଲକ୍ଷିତ ହେବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।