Vastu Shastra- ଏମିତି ତାୱା ଘରେ ରଖିବା ଦ୍ଵାରା ଘରକୁ ଆସିଥାଏ ଦରିଦ୍ରତା

ବାସ୍ତୁ ଅନୁଯାଇ ତାୱା ର ମହତ୍ଵ କେତେ ତାହା ଆଜି ଆମେ ଆପଣ ମାନଙ୍କୁ କହିବୁ । ବହୁତ ଏହି ବିଷୟରେ ଜାଣି ନଥାନ୍ତି ଯେ ତାୱା ଓ କଡେଇ ରାହୁ ର ପ୍ରତିନିଧିତ୍ଵ ହୋଇଥାନ୍ତି । ଯାହା ଆପଣଙ୍କ ଭାଗ୍ୟ ବିଗାଡି ବି ପାରେ ଓ ବର୍ବାଦ ବି କରିପାରେ । ତେବେ ଆସନ୍ତୁ ଜାଣିବା କେଉଁଭଳି ତାୱା ଘରେ ରଖିବା ନାହିଁ । ତାୱାକୁ ଓଲଟାଇ ରଖିବା କଥା ନୁହେଁ, ହିନ୍ଦୁ ଧର୍ମ ଅନୁସାରେ ଏହାକୁ ଓଲଟାଇ ରଖିବା ଭୁଲ ଅଟେ ।

ଏହାକୁ ସେତିକିବେଳେ ଓଲଟାଇ ରଖାଯାଏ ଯେତେବେଳେ କୌଣସି ବ୍ଯକ୍ତିର ମୃତ୍ୟୁ ଘଟିଥାଏ । ଏହାର ମାନେ ଘରେ ସେହି ସମୟରେ କୌଣସି ଖାଦ୍ଯ ରନ୍ଧା ହୋଇନଥାଏ । ତେବେ ଭୁଲ ରେ ବି ତାୱାକୁ ଓଲଟାଇ ରଖିବେ ନାହିଁ ଏହା ଦ୍ଵାରା କୌଣସି ବି ଅଶୁଭ ହେବାର ସମ୍ଭାବନା ରହିଥାଏ । ଏବଂ ବହୁତ ଦିନ ଧରି ଗୋଟିଏ ତାୱାର ବ୍ୟବହାର କରିବା ଉଚିତ ନୁହେଁ, ପୁରୁଣା ତାୱା ରେ ପାଣି ଧରିଥାଏ, ଯାହା ଦ୍ଵାରା ସେଇ ସବୁ ଖାଦ୍ଯରେ ମିଶି ଖାଦ୍ୟକୁ ଦୂଷିତ କରିଥାଏ ।

ଏହା ଦ୍ଵାରା ପରିବାରରେ ଥିବା ପିଲା ମାନଙ୍କ ବା ଘରର କୌଣସି ବ ବ୍ୟକ୍ତିକୁ ବଡ ରୋଗର ଶିକାର ହେବାକୁ ପଡିଥାଏ । ଭାଙ୍ଗି ଯାଇଥିବା ବା ବହୁତ ଦିନ ଧରି ବ୍ୟବହାର କରୁଥିବା ତାୱାକୁ ବ୍ୟବହାର କରିବା ଦ୍ଵାରା ଦରିଦ୍ରତା ଆସିଥାଏ । କେବେ ବି ଧନ ପ୍ରାପ୍ତ କରି ପାରିବେନି ।

ତାୱା କିମ୍ବା କଡେଇ କୁ କେବେ ଅଇଁଠା କରି ରଖିବା କଥା ନୁହେଁ । ଏହାକୁ ଯେତେ ସାଫା ସୁତୁରା ରଖିବେ ଧନ ପ୍ରାପ୍ତିର ରାସ୍ତା ସେତେ ପାଖେଇ ଆସିଥାଏ । ସବୁ ପ୍ରକାର ବାସନକୁସନ ମଧ୍ୟରେ ଏହି 2ଟି କୁ ଶ୍ରେଷ୍ଠ ବୋଲି ମାନାଯାଇଥାଏ ।

ପ୍ରଥମ ରୁଟି ଯାହାକୁ ଯଦି ବନେଇଥିବା ଲୋକ ଗାଈ କୁ ଖୁଆଇ ଥାଏ ତେବେ ସେହି ଘରେ ମାତା ଅର୍ଣ୍ଣପୂର୍ଣ୍ଣାଙ୍କ ବାସ ହୋଇଥାଏ ଓ ସେହି ବ୍ୟକ୍ତିଙ୍କୁ ଈଶ୍ବରଙ୍କ ଅଶେଷ କୃପା ମଧ୍ୟ ରହି ଥାଏ । କାହିଁକି ନା ଗାଈଙ୍କ ମଧ୍ୟରେ ସବୁ ଦେବା ଦେବୀ ମାନେ ବାସ କରିଥାନ୍ତି ।

ଏବଂ ଯେଉଁ ବ୍ୟକ୍ତି ଗରମ ତାୱା ଉପରେ ପଣି ଢାଳି ଥାଏ ସେହି ବ୍ଯକ୍ତିର ପରିବାରରେ ଅସାନ୍ତି ଓ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗି ରହିଥାଏ ଓ ରୋଗ ବେମାର ମଧ୍ୟ ଲାଗି ରହିଥାଏ । ତେଣୁ ତାୱା ଥଣ୍ଡା ହେଲା ପରେ ହିଁ ତାହା ଉପରେ ପାଣି ଢାଳିବା ଠିକ ।

ତେଣୁ ବନ୍ଧୁଗଣ ତାୱା କିମ୍ବା କଡେଇକୁ ସବୁବେଳେ ସଫା ରଖିବା ଉଚିତ, ଅସନା ହେବା ଦ୍ଵାରା ଘରେ ଡୋସା ଲାଗି ଥାଏ । ଯଦି ଆପଣମାନେ ମାତା ଲକ୍ଷ୍ମୀଙ୍କ ଆଶ୍ରିତ ହେବାକୁ ଚାହୁଞ୍ଚନ୍ତି ତେବେ ଏହି ସବୁ କଥାକୁ ନିଶ୍ଚୟ ମନେ ରଖନ୍ତୁ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।