Vastu Tips- କେଉଁ ଦିଗରେ ଗଲେ ସବୁ କାର୍ଯ୍ୟରେ ଆପଣଙ୍କୁ ସଫଳତା ? ଦେଖନ୍ତୁ ଏହି ଛୋଟ ବାସ୍ତୁ ଉପଚାର

ଆମ ପାଖରେ ଧନ ଓ ଜ୍ଞାନ ରହିଥାଏ । କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଜୀବନରେ କଣ କଲେ ବା କେଉଁ ଦିଗରେ ଗଲେ ଉନ୍ନତି ବା ସଫଳତା ମିଳିବ ତାହା ଆମେ ଜାଣି ପାରି ନଥାଉ । ଆମ ଜୀବନର ସମସ୍ଯାକୁ ଦୂର କରିବା ପାଇଁ ବାସ୍ତୁ ଶାସ୍ତ୍ରରେ ଏନେଇ ଅନେକ ଉପଚାର ରହିଛି । ଆଜି ଆମେ ଆପଣଙ୍କୁ ଡାକ୍ତର ମୃତ୍ୟୁଞ୍ଜୟ ଦାସଙ୍କ ଏକ ବାସ୍ତୁ ଟିପ୍ସ ଆପଣଙ୍କୁ ଜଣାଇବାକୁ ଯାଉଛୁ । ଆସନ୍ତୁ ଜାଣିବା ସଫଳତା ପାଇବାକୁ ହେଲେ କଣ କରିବେ ।

ଏଥିପାଇଁ ଆପଣଙ୍କୁ ଦିଗ ନିର୍ଣ୍ଣୟକାରୀ ଯନ୍ତ୍ରର ଆବଶ୍ୟକ ହେବ । ଆମେ ସମସ୍ତେ ଜାଣିଛୁ କି କମ୍ପାସ ହେଉଛି ଏକ ଡ଼ିଆଇଜି ନିର୍ଣ୍ଣୟକାରୀ ଯନ୍ତ୍ର । ଆପଣଙ୍କ ଘରର ଦକ୍ଷିଣ- ପଶ୍ଚିମ କୋଣକୁ ବାସ୍ତୁ ଅନୁସାରେ ଯାହାକୁ ନରୁତ କୋଣ ବୋଲି କୁହାଯାଏ । ଆପଣଙ୍କ ଘରର ଦକ୍ଷିଣ ଏବଂ ପଶ୍ଚିମ ଦିଗର ସମଷ୍ଟିରେ ଯେଉଁ କୋଣ ସୃଷ୍ଟି ହେଉଛି ସେହି କୋଣରେ ଗୋଟିଏ କମ୍ପାସ ରଖି ଦିଅନ୍ତୁ । ଦେଖିବେ ସବୁବେଳେ ଦିଗହରା ହେଉଥିବା ଲୋକଙ୍କୁ ଏକ ନିର୍ଦ୍ଧିଷ୍ଟ ଦିଗ ନିଶ୍ଚୟ ମିଳିବ ।

କିନ୍ତୁ ଧ୍ୟାନ ଦେବେ ଆପଣ ବ୍ୟବହାର କରୁଥିବା କମ୍ପାସଟି ଯେପରି ଏକ ପ୍ରକୃତ କମ୍ପାସ ହୋଇଥିବ । ଏଅପରି କରି ଦେଖନ୍ତୁ ଆପଣଙ୍କୁ ନିଜ ଜୀବନରେ ପ୍ରକୃତ ଦିଗ ନିଶ୍ଚୟ ମିଳିବ । ଏହା ଆପଣଙ୍କ ପାଇଁ ଅତ୍ୟନ୍ତ କାଭଦାୟକ ହେବ । ଏହି ଛୋଟିଆ ବାସ୍ତୁ ଉପଚାରର ଆମ ଜୀବନରେ ବହୁତ ମହତ୍ଵ ରହିଛି । ଯାହା ଆପଣଙ୍କୁ ଜୀବନ ରାସ୍ତାରେ ବାଟ କଢାଇବାରେ ଅନେକ ମାତ୍ରାରେ ସାହାଯ୍ୟ କରିବ ।

ସବୁ ଥାଇ ମଧ୍ୟ ଆମେ ଜୀବନରେ ଅନେକ ସମୟରେ ବାଟବଣା ହୋଇଯାଉ । ଯାହାଫଳରେ ଆମକୁ ବହୁତ ଅସହାୟ ମନେ ହୁଏ ଓ ଆମେ କଣ କରିବା ତାହା ଜାଣିପାରି ନଥାଉ । ତେବେ ଜୀବନର ସମସ୍ଯାମାନକୁ ଦୂର କରିବା ପାଇଁ ଆମ ପୌରଣିକ ଶାସ୍ତ୍ର ମାନଙ୍କରେ ଏହାର ଉପଚାର ରହିଛି । ଯାହା ଆମେ ଜାଣିବା ଏବଂ ପାଳନ କରିବା ଦ୍ଵାରା ଆମ ଜୀବନ ସଠିକ ରାସ୍ତାରେ ଆଗେଇ ଯିବ ।

ତେବେ ଆପଣଙ୍କୁ ବି ଯଦି ଏହିଭଳି ଅନୁଆଭା ହେଉଛି ତେବେ ଆପଣ ଏହି ଛୋଟିଆ ବାସ୍ତୁ ଉପଚାରକୁ କରି ଦେଖନ୍ତୁ ନିଶ୍ଚୟ ଫଳପ୍ରଦ ହେବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।