ଆସନ୍ତା କାଲି ପବିତ୍ର ‘ବସନ୍ତ ପଞ୍ଚମୀ’, ଘରର ଏହି ସ୍ଥାନରେ ରଖି ଦିଅନ୍ତୁ ଗୋଟିଏ ମୟୁର ପର, ଯଦି ଆପଣଙ୍କ ପିଲା ବି ପଢାରେ ଅଛି କମଜୋର ମିଳିବ 100 % ଲାଭ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ନିଜ ଛୁଆ ମାନଙ୍କ ଜ୍ଞାନ ର ବୃଦ୍ଧି ହେବା ନିମନ୍ତେ ଏକ ଉପାୟ ସମ୍ବନ୍ଧରେ କହିବୁ । ଯାହାକୁ ଆପଣ ବସନ୍ତ ପଞ୍ଚମୀ ଦିନ କରିଲେ ଶୁଭ ହୋଇଥାଏ । ମାନ୍ୟତା ଅନୁସାରେ ଜ୍ଞାନ ର ଦେବୀ ମାତା ସରସ୍ୱତୀ ଶୁକ୍ଳ ପକ୍ଷର ପଞ୍ଚମୀ ତିଥିରେ ବ୍ରମହା ଙ୍କ ମୁଖ ରୁ ପ୍ରକର ହୋଇଥିଲେ । ଏହି କାରଣରୁ ବସନ୍ତ ପଞ୍ଚମୀ ଦିନ ମାତା ସରସ୍ୱତୀ ଙ୍କ ଆରାଧନା କରା ଯାଇଥାଏ ।

ଏହି ଦିନ ଧଳା, ହଳଦିଆ ବା ଗୋଲାପୀ ରଙ୍ଗ ର ବସ୍ତ୍ର ପିନ୍ଧି ମାତା ସରସ୍ୱତୀ ଙ୍କ ଆରାଧନା କରିବା ଦ୍ୱାରା ଦେବୀ ସରସ୍ୱତୀ ପ୍ରସନ୍ନ ହୁଅନ୍ତି । ଏହି ବର୍ଷ ଫେବୃଆରୀ ୧୬ ରେ ସରସ୍ୱତୀ ପୂଜା ପଡୁଅଛି । ଏହି ଦିନର ଶୁଭ ମୁହୂର୍ତ୍ତ ୧୬ ତାରିଖ ଦିନ ପ୍ରାତଃ କାଳ ୩:୩୬ ମିନିଟ ରୁ ଆରମ୍ଭ ହୋଇ ୧୭ ତାରିଖ ଦିନ ସକାଳ ୫:୪୬ ମିନିଟ ପର୍ଯ୍ୟନ୍ତ ରହିବ ।


ଏହି ଦିନ ମାତା ସରସ୍ବତୀ ଙ୍କୁ ହଳଦିଆ ରଙ୍ଗ ର ଖାଦ୍ୟ ପଦାର୍ଥ ଅର୍ପଣ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଯେଉଁ ବିଦ୍ୟାର୍ଥୀ ମାନେ ପାଠପଢ଼ା ରେ କମଜୋର ଅଛନ୍ତି ସେମାନେ ମାତା ସରସ୍ୱତୀ ଙ୍କ ଆରାଧନା କରିବା ଦ୍ୱାରା ଦେବୀ ପ୍ରସନ୍ନ ହୁଅନ୍ତି ଏବଂ ସେହି ବିଦ୍ୟାର୍ଥୀ କୁ ଆଶୀର୍ବାଦ ପ୍ରଦାନ କରନ୍ତି । ଯାହାଫଳରେ ବିଦ୍ୟାର୍ଥୀ ଟି ଖୁବ ପାଠ ପଢ଼ିଥାଏ ଏବଂ ସଫଳ ହୋଇଥାଏ । ଏହା ସହିତ ନବ ବିବାହିତା ଯୋଡ଼ି ମଧ୍ୟ ନିଜର ସମସ୍ତ ଅସୁବିଧା କୁ ଦୁର କରିବା ନିମନ୍ତେ ପଏହି ଦିନ ମାତା ସରସ୍ୱତୀ ଙ୍କୁ ଆରାଧନା କରନ୍ତି ।

ଏହି ଦିନ ମାତା ସରସ୍ୱତୀ ଙ୍କୁ ହଳଦିଆ ପୁଷ୍ପ ଅର୍ପଣ କଲେ ଦେବୀ ପ୍ରସନ୍ନ ହୋଇଥାନ୍ତି । ଏହା ସହିତ ବସନ୍ତ ପଞ୍ଚମୀ ଦିନ କେଶର ଯୁକ୍ତ କ୍ଷୀରି ତିଆରି କରି ମାତା ସରସ୍ୱତୀ ଙ୍କୁ ଅର୍ପଣ କରନ୍ତୁ ଏବଂ ସେହି କ୍ଷୀରି ନିଜ ଛୁଆ ମାନଙ୍କୁ ଖାଇବାକୁ ମଧ୍ୟ ଦିଅନ୍ତୁ । ଏହା ଦ୍ଵାରା ତା’ର ଜ୍ଞାନ ରେ ପ୍ରବଳତା ବୃଦ୍ଧି ପାଇଥାଏ ।

ଦେବୀ ସରସ୍ୱତୀ ଙ୍କ ମନ୍ତ୍ର ହେଉଛି ଓଃ ଏଂ ସରସତ୍ୱେ ନମଃ । ଏହି ମନ୍ତ୍ର କୁ ଜପ କରି ଆପଣ କୌଣସି ଶୁଭ କାର୍ଯ୍ୟ ର ମଧୁ ଆରମ୍ଭ କରି ପାରିବେ । ଏହି ଦିନ ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ । ଯେଉଁ ଛୁଆ ଟି ନୂଆ ପାଠପଢ଼ା ର ଆରମ୍ଭ କରିଥାଏ ତା’କୁ ଏହି ବସନ୍ତ ପଞ୍ଚମୀ ଦିନ ପେନ, ପେନ୍ସିଲ ବା ସିଲେଟ ଦ୍ୱାରା ଲେଖା ପଢ଼ାର ଆରମ୍ଭ କରାନ୍ତୁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।

ବନ୍ଧୁଗଣ ବସନ୍ତି ପଞ୍ଚମୀ କୁ ଶ୍ରୀ ପଞ୍ଚମୀ ମଧ୍ୟ କୁହାଯାଏ । ଏହି ଦିନ ମାତା ସରସ୍ୱତୀ ଙ୍କ ପୂଜା ଆରାଧନା କରିବା ସମୟରେ ଦେବୀ ସରସ୍ୱତୀ ଙ୍କୁ ମୟୁର ପଙ୍ଖ ନିଶ୍ଚିତ ଭାବରେ ଅର୍ପଣ କରନ୍ତୁ । ମୟୁର ପର କୁ ଅର୍ପଣ କରିବା ପରେ ଆପଣ ନିଜ ଛୁଆ ଙ୍କ ମୁଣ୍ଡକୁ ଏହି ମୟୁର ପର ଦ୍ୱାରା ସଜାନ୍ତୁ ।

ଏପରି କରିବା ଦ୍ୱାରା ଆପଣଙ୍କ ଛୁଆ ଙ୍କ ଉପରେ ଦେବୀ ସରସ୍ୱତୀ ଙ୍କ କୃପା ସର୍ବଦା ରହିଥାଏ ଏବଂ ଆପଣଙ୍କ ଛୁଆ ଶିକ୍ଷା କ୍ଷେତ୍ରରେ ମଧ୍ୟ ପ୍ରବଣତା ହାସଲ କରିଥାଏ । ମୟୁର ପର ମୁଣ୍ଡ ର ଶୋଭା ବଢ଼ାଇବା ସହିତ ସେହି ଛୁଆ ର ବୁଦ୍ଧି ତଥା ଜ୍ଞାନ କୁ ବୃଦ୍ଧି କରିଥାଏ ଏବଂ ସେହି ଛୁଆ ଦେବୀ ସରସ୍ୱତୀ ଙ୍କ କୃପା ରୁ ସଫଳତା ର ଶୀର୍ଷ ମାର୍ଗ ରେ ପହଂଚିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।