ପୁଣି ଥରେ Varsha Priyadarshini ଙ୍କୁ କଡା ଜବାବ ଦେଲେ Anubhav ଙ୍କ ବାନ୍ଧବୀ Jagrati Shukla, ଦେଖନ୍ତୁ video

ଗତ ଦୁଇ ବର୍ଷ ହେଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦ । ଏହି ମାମଲାରେ ଅନେକ ଟ୍ଵିଷ୍ଟ ସମୟ ସମୟରେ ଦେଖିବାରେ ମିଳେ । ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା ହିଁ ତାଙ୍କ ସମ୍ପର୍କ ଭାଙ୍ଗିବାର ମୁଖ୍ୟ କାରଣ ବୋଲି କୋର୍ଟରେ କହିଥିଲେ ବର୍ଷା । ଜାଗୃତି ଓ ଅନୁଭବଙ୍କ ସମ୍ପର୍କକୁ ନେଇ ଅନେକ କଥା ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲେ । ବର୍ଷା ଓ ଜାଗୃତିଙ୍କ ମଧ୍ୟରେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏକ ପ୍ରକାର ବାକଯୁଦ୍ଧ ଚାଲେ ।

ଏନେଇ ଜାଗୃତିଙ୍କୁ ଅନେକ ସମୟରେ ଟ୍ରୋଲର ଶିକାର ହେବାକୁ ପଡିଛି ଓ ଅନୁଭବଙ୍କ ଚରିତ୍ରକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଇଛନ୍ତି ଲୋକେ । ତେବେ ସମୟକ୍ରମେ ବର୍ଷାଙ୍କ ଅନେକ ଭୁଲ ମଧ୍ୟ ସାମ୍ନାକୁ ଆସିଥିଲା । ଯାହାପରେ ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦରେ ଅଧିକାଂଶ ଲୋକେ ଅନୁଭବଙ୍କୁ ସମର୍ଥନ କରୁଥିବା ଦେଖାଯାଉଛି । ତେବେ ଅନେକ ଦିନ ଧରି ଅନୁଭବଙ୍କ ବାନ୍ଧବୀ ଜାଗୃତି ଚୁପ୍ ରହିଥିବା ବେଳେ ନିକଟରେ ପୁଣି ଥରେ ସାମ୍ନାକୁ ଆସିଛନ୍ତି ।

ସେ ସୋସିଆଲ ମିଡିଆରେ ଏକ ଭିଡିଓ ମାଧ୍ୟମରେ ଲିଙ୍ଗ ବୈଷମ୍ୟତାକୁ ନେଇ କିଛି କଥା ଶେୟାର କରିଛନ୍ତି । ଯାହାକି ପରୋକ୍ଷରେ ଅନୁଭବଙ୍କ ସପକ୍ଷରେ ଯାଉଥିବା ଆପଣ ଅନୁଭବ କରିପାରିବେ । ଏନେଇ ଜାଗୃତି କହିଛନ୍ତି କି, “ଯେତେବେଳେ ମର୍ଯ୍ୟାଦା ଏବଂ ସମ୍ମାନର କଥା ଉଠେ ସେତେବେଳେ ସମସ୍ତେ କେବଳ ଜଣେ ମହିଳାଙ୍କ ଚେହେରା ଦେଖିଥାନ୍ତି । କିନ୍ତୁ ଏହା କେବଳ ମହିଳାଙ୍କ ପାଇଁ ନୁହେଁ ବରଂ ପୁରୁଷଙ୍କ ପାଇଁ ମଧ୍ୟ ସମାନ ରହିବା ଉଚିତ ।

ପୁରୁଷ ହୁଅନ୍ତୁ କି ମହିଳା, ସମସ୍ତଙ୍କୁ ସମାନ ମର୍ଯ୍ୟାଦା ଓ ସମ୍ମାନ ମିଳିବା ଆବଶ୍ୟକ ।” ତେବେ ଜାଗୃତି ଏଭଳି କହିବାର କାରଣ ହେଉଛି, ଗତକାଲି କୋର୍ଟରେ ଅନୁଭବଙ୍କ ଓକିଲ ବର୍ଷାଙ୍କୁ ପଚାରିଥିବା କିଛି ନିର୍ଦ୍ଦିଷ୍ଟ ପ୍ରଶ୍ନକୁ ଆପତ୍ତିଜନକ ବୋଲି ଦର୍ଶା ଯାଇଥିଲା । ଏନେଇ ବର୍ଷାଙ୍କ ଓକିଲ ମଧ୍ୟ କହିଥିଲେ କି, ମର୍ଯ୍ୟାଦା କ୍ଷୁର୍ଣ୍ଣ ହେବା ଭଳି ପ୍ରଶ୍ନ କରିଛନ୍ତି ଅନୁଭବଙ୍କ ଓକିଲ । ତେଣୁ ଏଭଳି କ୍ଷେତ୍ରରେ ଜାଗୃତି ଏହାକୁ ନେଇ ମୁହଁ ଖୋଲିଛନ୍ତି ।

ନ୍ୟାୟରେ ଲିଙ୍ଗଗତ ବୈଷମ୍ୟ ନ ରହୁ ବୋଲି ଜାଗୃତିଙ୍କ କଥା ସମସ୍ତଙ୍କ ମନକୁ ବେଶ ଛୁଇଁଛି । ତେବେ କଥା କଥାକେ ଥାନାରେ ଯାଇ ଏତଲା ଦେଉଥିବା ବର୍ଷା ପ୍ରିୟଦର୍ଶିନୀ ଏନେଇ କଣ ପ୍ରତିକ୍ରିୟା ରଖୁଛନ୍ତି ଦେଖିବାକୁ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।