Varsha Priyadarshini ଙ୍କୁ ବଦନାମ କରୁଥିବା ପେଜ୍ ପଛର ରିୟଲ ହିରୋ କିଏ ? Varsha ଏତଲା ଦେବା ପରେ ଫେସବୁକକୁ ତଥ୍ୟ ମାଗିଲା ସାଇବର ପୋଲିସ

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଦନାମ କରୁଥିବା ପେଜ୍ ପଛରେ କିଏ ଅଛନ୍ତି ଚକ୍ରାନ୍ତକାରୀ ? କାହା ନିର୍ଦ୍ଦେଶରେ ଏହି ପେଜ୍ ରେ ହେଉଥିଲା ପୋଷ୍ଟ ? କଟକ ସାଇବର ଥାନା ପୋଲିସ ଫେସବୁକକୁ ଚିଠି ଲେଖି ଏହିସବୁ ତଥ୍ୟ ମାଗିଲା । ତାଙ୍କ ଛବି ଖରାପ କରା ଯାଉଥିବା ଅଭିଯୋଗରେ କଟକ ସାଇବର ଥାନାରେ ଏତଲା ଦେଇଥିଲେ ବର୍ଷା । ବର୍ଷା ଏତଲା ଦାୟର କରିବା ପରେ ସାଇବର ପୋଲିସ ଏକ ମାମଲା ରୁଜୁ କରିଥିଲା । ବର୍ଷା ଅଭିଯୋଗ ଆଣିଥିଲେ ଯେ ସୋସିଆଲ ମିଡିଆରେ କିଛି ଲୋକ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ବଦନାମ କରୁଛନ୍ତି ।

“ଅନୁଭବ ମହାନ୍ତି ଦି ରିୟଲ ହିରୋ ଅଫ କେନ୍ଦ୍ରପଡା” ନାମକ ଏକ ଫେସବୁକ ପେଜ୍ ରେ ବର୍ଷାଙ୍କ ବିରୋଧରେ ଅନେକ ଅସମ୍ମାନଜନକ ପୋଷ୍ଟ ସବୁ କରା ଯାଉଥିବା ନେଇ ବର୍ଷା ସାଇବର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ । ଏହି ମାମଲାକୁ ନେଇ ଆଜି ଫେସବୁକକୁ ଚିଠି ଲେଖି ତଥ୍ୟ ମାଗିଛି କଟକ ସାଇବର ଥାନା ପୋଲିସ । ଉପରୋକ୍ତ କୁହା ଯାଇଥିବା ଫେସବୁକ ଆକାଉଣ୍ଟଟି କେଉଁଠାରୁ ଓ କିଏ ଏହାକୁ ଅପରେଟ କରୁଛି ସେନେଇ କଟକ ସାଇବର ଥାନା ପୋଲିସ ତଥ୍ୟ ମାଗିଛି ।

ଗତ ମେ’ ୨୫ ତାରିଖରେ ବର୍ଷା ଏନେଇ ସାଇବର ଥାନାରେ ଅଭିଯୋଗ କରିଥିଲେ । ବର୍ଷା ଦେଇଥିବା ଏତଲାରେ ଲେଖିଥିଲେ କି, ତାଙ୍କ ଛବିକୁ ଖରାପ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଆଇଡି ଖୋଲାଯାଇଛି ଓ ବିଭିନ୍ନ ସୋସିଆଲ ମିଡିଆ ପେଜ୍ ରୁ ଅରୁଚିକର ମନ୍ତବ୍ୟ ପୋଷ୍ଟ କରାଯାଉଛି । ଯାହାକୁ ନେଇ ବର୍ଷା ସାଇବର ଥାନା ପୋଲିସ ପାଖରେ ପହଞ୍ଚିଥିଲେ । ବର୍ଷାଙ୍କ ମାମଲାକୁ ଗ୍ରହଣ କରି ସାଇବର ଥାନା ଆଇପିସି ଧାରା ୫୦୯ ଓ ଆଇଟି ଆକ୍ଟ ୬୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଗତ କିଛିଦିନ ତଳେ ସାଂସଦ ଅନୁଭବ ମହାନ୍ତି ଭିଡିଓ ପ;ଆରେ ଭିଡିଓ ପୋଷ୍ଟ କରି ବର୍ଷାଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ, ବିବାହ ଏବଂ ଦାମ୍ପତ୍ୟ ଜୀବନକୁ ନେଇ ଅନେକ କଥା ଉଜାଗର କରିଥିଲେ । ଅନୁଭବଙ୍କ ଭିଡିଓ ପ୍ରକାଶ ପାଇବା ପରେ ୟୁଜର୍ସମାନେ ଏକପ୍ରକାର ବର୍ଷାଙ୍କ ବିରୋଧରେ ହୋଇ ଯାଇଥିଲେ । ଏହାର ଫାଇଦା ନେଇ ଅନେକ ପେଜ୍ ଓ ବ୍ୟକ୍ତି ବର୍ଷାଙ୍କୁ ନେଇ କୁତ୍ସିତ ପୋଷ୍ଟ ସବୁ କରୁଥିଲେ । ଯେଉଁଥି ପାଇଁ ବର୍ଷାଙ୍କୁ ଏଭଳି ଏକ ଆକ୍ସନ ନେବାକୁ ପଡିଛି ।

ତେବେ ସେ ଅନୁଭବଙ୍କ ନାଁରେ ମଧ୍ୟ ଭିଡିଓକୁ ନେଇ ପ୍ରଥମେ ପୁରୀଘାଟ ଥାନା, ପରେ ସାଇବର ଥାନା ଓ ଶେଷରେ ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ । ତାଙ୍କ ମାମଲାର ଶୁଣାଣି କରି ହାଇକୋର୍ଟ ଅନୁଭବ ଏବଂ ବର୍ଷା ଉଭୟ କେହି କାହା ବିରୋଧରେ ସୋସିଆଲ ମିଡିଆରେ ଭିଡିଓ ଶେୟାର କରିପାରିବେ ନାହିଁ ବୋଲି ରାୟ ଶୁଣାଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।