ବର୍ଷା-ଅନୁଭବ ବିବାଦରେ ଆସିଲା ନୂଆ ମୋଡ, ପୁଣି ଥରେ Anubhav Mohanty ଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଲେ Varsha Priyadarshini

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ଖବର ଯାହା ଶୁଣିବାକୁ ମିଳୁଛି ପୁଣିଥରେ ସାମ୍ନା କୁ ଆସଛି ବର୍ଷା ଓ ଅନୁଭବ ଙ୍କ ବିବାହ । ବର୍ଷା ଙ୍କୁ ହାତ ରେ ନୁହଁ ବରଂ ଭାତରେ ମାରୁଛନ୍ତି ଅନୁଭବ ଙ୍କ ପରିବାର । ତେବେ ବନ୍ଧୁଗଣ ଏହା ପଛରେ କଣ ରହସ୍ୟ ରହିଛି ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ କିଛି ଦିନର ବିରତି ପରେ ପୁଣିଥରେ ଚର୍ଚ୍ଚା ରେ ଆସିଛି ବର୍ଷା ଓ ଅନୁଭବ ଙ୍କ ବିବାଦ । ଆଉ ଥରେ ପୁରୀଘାଟ ଥାନା ଦ୍ୱାରସ୍ଥ ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

ଶାଶୂଘର ତାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି ବୋଲି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅଭିଯୋଗ କରିଛନ୍ତି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ଅନୁଭବ ମହାନ୍ତି ଙ୍କ ସମ୍ପର୍କ ର ବିବାଦ ଦିନକୁ ଦିନ ଟାଣି ହେବାରେ ଲାଗିଛି ।

ପ୍ରାୟ ଏକ ବର୍ଷ ରୁ ଉର୍ଦ୍ଧ୍ବ କାଳ ହେବ ଏହି ଦୁହିଁଙ୍କ ସମ୍ପର୍କ ରେ ମନ ମାଳୀନ୍ୟ ସୃଷ୍ଟି ହୋଇଛି । କଟକ ଏସ. ଡି. ଜି.ଏମ କୋଟ ରୁ ଏହି ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଗଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁହିଁଙ୍କ ସମ୍ପର୍କରେ ସୁଧାର ଆସିଲା ନାହିଁ ବରଂ ଏମାନଙ୍କ ସଂପର୍କ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି ।

ଏହା ମଧ୍ୟରେ ବିଜେଡ଼ି ସାଂସଦ ଅନୁଭବ ମହାନ୍ତି ଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣିଥରେ ନିଜର ଶାଶୂଘର ଲୋକଙ୍କ ପାଇଁ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ତାଙ୍କ ରୁମ୍ ର ଏ.ସି ଓ ଟିଭି ର ବିଦ୍ୟୁତ ସଂଯୋଗ କାଟିଦିଆ ଯାଇଛି ବୋଲି ବର୍ଷା କହିଛନ୍ତି ।

ଏହା ପୂର୍ବରୁ ମଧ୍ୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଘରୋଇ ହିଂ-ସା ମାମଲାରେ ମହିଳା କମିଶନର ଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଅଭିଯୋଗ କରିଥିଲେ କିନ୍ତୁ ଏହାର କୌଣସି ଫଳ ପ୍ରାପ୍ତ ହେଲା ନାହିଁ । ଅନ୍ୟ ପକ୍ଷରେ ଅଭିନେତା ଅନୁଭବ ମହାନ୍ତି ଛାଡ଼ପତ୍ର ପାଇଁ ଦିଲ୍ଲୀ ହାଇକୋର୍ଟ ରେ ଆବେଦନ କରିଛନ୍ତି ଏବଂ ଏହାର ଶୁଣାଣି କଟକ ରେ ହେବ ବୋଲି ସୁପ୍ରିମକୋର୍ଟ  ନିର୍ଦେଶ ଦେଇଛନ୍ତି ।

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ଅନୁଭବ ମହାନ୍ତି ଙ୍କ ସଂପର୍କ ରେ ବିବାଦ ଯୋଗୁଁ ବର୍ଷା ଙ୍କୁ ତାଙ୍କ ଶାଶୂଘରେ ରହିବାକୁ ମନା ହୋଇଥିଲା କିନ୍ତୁ ସେ ନିଜର ଶାଶୂଘରେ ରହିବାକୁ ଜିଦ୍ଦ କରିଥିଲେ । ବର୍ତ୍ତମାନ ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଶାଶୂଘରେ ତାଙ୍କୁ ବିଭିନ୍ନ ପ୍ରକାର ଉପାୟରେ ହଇରାଣ କରାଯାଉଛି ବୋଲି ।

ତେବେ ଏହି ଯୋଡ଼ି ଙ୍କ ସମ୍ପର୍କ ର ବିବାଦ ର ସମାଧାନ କେବେ ହେବ ସେଥିପାଇଁ ସମଗ୍ର ଓଡ଼ିଶା ବାସୀ ଅନାଇ ବସିଛନ୍ତି । ଏହି ଖବର ବର୍ତ୍ତମାନ ସବୁଠାରୁ ବଡ଼ ଖବର ଭାବରେ ଚର୍ଚ୍ଚାର ବିଷୟ ସାଜିଛି । ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ