ଭାଲେଣ୍ଟାଇନରେ ହୋଇପାରେ ଆକାଉଣ୍ଟ ଖାଲି ! ଏମିତି ରୁହନ୍ତୁ ସାବଧାନ

ବର୍ତମାନ ଯୁଗରେ ଧନ ରୋଜଗାର କରିବା ଟା ଏତେ କଷ୍ଟ ହୋଇଗଲାଣି ଯେ ଜୀବନ ସାରା ବି କମ ପଡିଯାଉଛି । ଆଜି କାଲି ଲୋକମାନେ ଧନ ରୋଜଗାର କରିବା ପାଇଁ ସହଜ ଉପାୟ ଖୋଜି ବୁଲୁଛନ୍ତି । ଏଥି ପାଇଁ ସାରା ଦୁନିଆରେ କ୍ରାଇମ ର ସଂଖ୍ୟା ବଢି ବଢି ଚାଲିଛି । ସାଧାରଣ ଭାବ ରେ ଅନ୍ୟ ର ଧନ କୁ ଲୁଟିବା ଗୋଟିଏ ସହଜ ଉପାୟ ଭାବି ନେଇଛନ୍ତି କିଛି ଲୋକ । ଆଜି କାଲି ସମସ୍ତେ ମୋବାଇଲ  ବ୍ୟବହାର କରୁଛନ୍ତି ।

ଏହି ମୋବାଇଲ ମାଧ୍ୟମ ରେ ଅନଲାଇନ ରେ  କିଛି ଲୋକ ଅନ୍ୟ ମାନଙ୍କର ଧନ କୁ ଲୁଟିବାରେ କିଛି ନୂଆ କୌଶଳ ବାହାର କରିଛନ୍ତି । ଏଥିପାଇଁ ସାବଧାନ ରୁହନ୍ତୁ । ଏବେ ସାଇବର ଠକଙ୍କ ନଜର ରେ ଅଛନ୍ତି ପ୍ରେମୀ ଯୁଗଳ । ମୋବାଇଲ ହ୍ଵାଟଶଆପ ରେ ମିଛ ଅଫର ର ପ୍ରଲୋଭନ ଦେଖାଇ ଠକୁଛନ୍ତି ପ୍ରେମୀ ଯୁଗଳ ମାନଙ୍କୁ ।

 

ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ କରୁଦେଉଛନ୍ତି ଖାଲି । ଆଗକୁ ଆସୁଛି ଭାଲେଣ୍ଟାଇନ ଡେ । ପ୍ରେମୀ ଯୁଗଳ ମାନଙ୍କ ପାଇଁ ବିଛାଉଛନ୍ତି ସାଇବର ଫାଶ । ଭାଲେଣ୍ଟାଇନ ଡେ ନାମରେ କରିଦେଉଛନ୍ତି ଆକାଉଣ୍ଟ ଖାଲି । ତେବେ ଏହି ସାଇବର ଠକ ମାନଙ୍କ ଠାରୁ କିପରି ରକ୍ଷା ପାଇବେ ?  ତେବେ ଆସନ୍ତୁ ଜାଣିବେ ଏଥିରୁ କିପରି ରକ୍ଷା ପାଇବେ । ଆଗକୁ ଆସୁଥିବା ଭାଳେଣ୍ଟାଇନ ଡେ କୁ ନେଇ ପ୍ରେମୀ ଯୁଗଳ ବହୁତ ଉତ୍ସାହ ଥିବା ବେଳେ ଏହି ପ୍ରେମୀ ଯୁଗଳ ମାନଙ୍କୁ ଠକିବା ପାଇଁ ସାଇବର ଠକ ମାନେ କିଛି ନୂଆ ଉପାୟ ଆପଣେଇଛନ୍ତି ।

ଭାଲେଣ୍ଟାଇନ ଡେ ପାଳନ ନାମ ରେ ବିଭିର୍ଣ୍ଣ ଅଫର ଦେଇ ଲୁଟୁଛନ୍ତି ଓ ପ୍ରେମୀ ଯୁଗଳ ମାନଙ୍କ ଆକାଉଣ୍ଟ ଖାଲି କରୁଛନ୍ତି ସାଇବର ଠକ ମାନେ । ପ୍ରଥମେ ଆପଣଙ୍କ ମୋବାଇଲ କୁ ହ୍ଵାଟଶଆପ ରେ ଆସିବ ଏକ ଲିଙ୍କ । ସେହି ଲିଙ୍କ ଖୋଲି ପ୍ରଶ୍ନର ଉତ୍ତର ଦେଲେ ଉତ୍ତର ଡାତାଙ୍କୁ ମୁମ୍ବାଇ ର ତାଜ ହୋଟେଲର ଟିକେଟ ଦେବା ସହ ୭ ଦିନ ମାଗଣା ରହିବାର ଲୋଭ ଦେଖାଉଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ସାଇବର ଠକ ଭାଳେଣ୍ଟାଇନ ଡେ ଉପହାର ନାମ ରେ ଏକ ଲିଙ୍କ ତିଆରି କରିଛନ୍ତି ।

ଏହି ଲିଙ୍କ ସବୁ ମୋବାଇଲ କୁ ମୋବାଇଲ ଘୁରୁ ବୁଲୁଛି । ତାଜ ହୋଟେଲ ରେ ମାଗଣାରେ ରହିବା ପାଇଁ ଏହି ଲିଙ୍କ ଆସୁଛି । ଏହାକୁ କ୍ଲିକ କଲେ ଆଧାର କାର୍ଡ ନମ୍ବର , ପାନ କାର୍ଡ ଭଳି ଏକାଧିକ ବ୍ୟକ୍ତିଗତ ତଥ୍ୟ ଦେବାକୁ କୁହାଯାଉଛି । ଏହା ପରେ ଏହି ଠକ ମାନେ ମୋବାଇଲ କୁ ପଠାଉଥିବା ଆପ କୁ ମୋବାଇଲ ରେ ଡାଉନ ଲୋଡ କଲେ ତାଜ ହୋଟେଲ ରେ ମାଗଣା ରେ ରହିବା କୁ ସାଇବର ଠକ ମାନେ କହୁଛନ୍ତି ।

ଏହି ଆପ କୁ ମୋବାଇଲ ରେ ଡାଉନ ଲୋଡ କଲେ ମୋବାଇଲ ରେ ଥିବା ସବୁ ତଥ୍ୟ ଠକ ପାଖକୁ ଚାଲି ଯାଉଛି । ଏହି ଆପ ଇଂଷ୍ଟଲ କରିବା ମାତ୍ରେ ସାଇବର ଲୁଟେରାଙ୍କ ପାଖକୁ ଚାଲିଯିବ ଆପଣଙ୍କ ମୋବାଇଲ ଫୋନ ର ସବୁ ଅପରେସନ । ଆଉ କିଛି ସମୟ ପରେ ଖାଲି ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ଥିବା ସବୁ ଟଙ୍କା । ଏଭଳି କିଛି ଠକ ହେବା ପରେ ତାଜ ହୋଟେଲ ପକ୍ଷରୁ ସତର୍କ କରାଯାଇଛି । ତାଜ ହୋଟେଲ ପକ୍ଷରୁ ଏପରି କୌଣସି ଅଫର ନଥିବାର ସ୍ପଷ୍ଟ କରାଯାଇଛି । ଶେଥି ପାଇଁ ଏହି ସାଇବର ଠକ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।